Top 10 News Headlines: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ, ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
Advertisement
Article Detail0/zeeodisha/odisha2401121

Top 10 News Headlines: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ, ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

Odisha news live updates: ଅପରାହ୍ଣର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ, ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
Janmashtami 2024: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ। ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା। ଆଜି ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ। 
 
Puri  Sri mandira: ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ସେଥିପାଇଁ ରାତି ୭ଟାରୁ ରାତି ୧୧ଟା ଯାଏଁ ମହାପ୍ରଭୁଙ୍କ  ସାଧାରଣ ଦର୍ଶନ ବନ୍ଦ ରହିବ।
 
Bird Flu Fear: ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଛି ପିପିଲି । ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା । ସଂକ୍ରମଣ ରୋକିବାକୁ ଚାଲିଛି କୁକୁଡା ମରା ଅଭିଯାନ । ପିପିଲି ବାର୍ଡ ଫ୍ଲୁର ହଟ୍‌ସ୍ପଟ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏନେଇ ଜିଲ୍ଲା ଗୁଡିକୁ ଆଡଭାଇଜରି ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ପିପିଲିରେ ଅଛନ୍ତି ରାପିଡ ରେସପନ୍ସ ଟିମ୍। ବାର୍ଡ ଫ୍ଲୁ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି। ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରି ପୋତିଦେବା ଉଚିତ। ପ୍ରତିଦିନ ପବ୍ଲିକ ହେଲଥ ୟୁନିଟ ଦ୍ବାରା ତଥ୍ୟ ସଂଗ୍ରହ କରାଯାଉଛି। 
 
Puri Ratna Bhandar: ଭଣ୍ଡାରର ହେବ ଯାଞ୍ଚ, ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ। ଏଭଳି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି ଯେ ରତ୍ନ ଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା। ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ତାପରେ ହେବ ଗଣତି ମଣତି। ୧୯୭୮ ମସିହାରେ ପ୍ରସ୍ତୁତ ତାଲିକା ତଥ୍ୟ ସହ ମେଳକ ହେବ। ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି କାମ।
 
ED Director: ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ। ସେ ଆସନ୍ତାକାଲି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ। ଏହାଛଡ଼ା ଆସନ୍ତା ୨୮ ତାରିଖରେ ପୁରୀ ଯାଇ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଇଡିର ନିର୍ଦ୍ଦେଶକ ଏହାପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଜଣାଯାଇଛି।
 
Hirakud Dam Gate Closed: ବନ୍ଦ ହେଲା ହୀରାକୁଦ ଜଳ ଭଣ୍ଡାର ଛଅ ଟି ଗେଟ । ଏବେ ସମୁଦାୟ ୧୪ ଗେଟ ଦେଇ ହେଉଛି ଜଳ ନିଷ୍କାସନ। ବାମ ପଟର ୯ ଟି ଗେଟ ଖୋଲିଥିବା ବେଳେ ଡାହାଣ ପଟର ୫ ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଏବେ ହୀରାକୁଦ ଜଳଭଣ୍ଡାର ର ଜଳସ୍ତର ୬୨୧.୪୫ ଫୁଟ ରହିଛି। 
 
J&K Candidate: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୯୦ ବିଧାନସଭା ଆସନ ଭିତରୁ ଏହି ତାଲିକାରେ ୧୫ ଜଣଙ୍କ ନାମ ରହିଛି। ଏହା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଉଦ୍ଦିଷ୍ଟ  ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ବିଜେପି ପକ୍ଷରୁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ତାଲିକାକୁ ଫେରାଇ ନିଆଯାଇଥିବା କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅନନ୍ତନାଗ, ଡୋଡା, ସେଫିଆନ ଭଳି ନିର୍ବାଚନ ମଣ୍ଡଳୀଗୁଡ଼ିକ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଅଗଷ୍ଟ ୨୭ ଅର୍ଥାତ ଆସନ୍ତା କାଲି ନାମାଙ୍କନ ଦାଖଲର ଶେଷ ଦିନ ରହିଛି। 
 
Pakistan Crime: ଆଜି ପାକିସ୍ତାନରେ ୨୩ ଜଣଙ୍କୁ ରାସ୍ତା ମଝିରେ ଠିଆ କରାଯାଇ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ବଲୁଚିସ୍ତାନର ମୁସାଖାଇଲ ଅଞ୍ଚଳରେ ଘଟିଛି। ବନ୍ଧୁକ ସହିତ ସଶସ୍ତ୍ର ଲୋକମାନେ ସେମାନଙ୍କୁ ଜବରଦସ୍ତ ଗାଡିରୁ ବାହାର କରି ଏକ ଲାଇନରେ ଠିଆ କରାଇଲେ ଏବଂ ପରେ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ଗୁଳି କରି ହତ୍ୟା କରାଯାଇଛି। ଗୁଳି ଚଳାଇବା ପୂର୍ବରୁ ସେମାନଙ୍କର ଆଇଡି କାର୍ଡ ଯାଞ୍ଚ କରାଯାଇଥିଲା ଏବଂ ସେମାନଙ୍କ ଜାତି ମଧ୍ୟ ଚିହ୍ନଟ କରାଯାଇଥିଲା। ଲୋକଙ୍କୁ ଗୁଳି ଚଳାଇବା ପରେ ଆକ୍ରମଣକାରୀମାନେ ମଧ୍ୟ ସେମାନଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ। AFP ରିପୋର୍ଟରେ ପାକିସ୍ତାନରେ ହୋଇଥିବା ହତ୍ୟାକାଣ୍ଡ ନିଶ୍ଚିତ ହୋଇଛି।
 
Ladakh Districts: ଜମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ଚଳିତବର୍ଷ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ଭିତରେ କେନ୍ଦ୍ରଶାସିତ ଅଞ୍ଚଳ ଲଦ୍ଦାଖକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଦ୍ଦାଖରେ ଆଉ ୫ଟି ନୂଆ ଜିଲ୍ଲା ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ସାରା ଭାରତରେ ଆଜି ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଲଦ୍ଦାଖକୁ ୫ଟି ନୂଆ ଜିଲ୍ଲା ଭେଟି ଦେଇଛନ୍ତି ।
 
Paralympics: ଆରମ୍ଭ ହେବାକୁ ଯାଉଛି ୧୭ ତମ ପାରାଅଲିମ୍ପିକ ଗେମ୍ସ ୨୦୨୪ । ଭାରତରୁ  ମୋଟ ୮୪ ଆଥଲେଟ ଏଥର ପ୍ୟାରିସ ପାରାଅଲିମ୍ପିକରେ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ । ଅଗଷ୍ଟ ୨୮ ରୁ ସେପ୍ଟେମ୍ବର ୮ ଯାଏ ପ୍ୟାରିସରେ ଏହି ପ୍ରତିଯୋଗିତା ହେବାକୁ ଯାଉଛି । ବିଶ୍ବରୁ ମୋଟ ୪ ହଜାର ୪ ଶହ ଆଥଲେଟ ପ୍ରତିଯୋଗିତାରେ ସାମିଲ ହେବେ ।