Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1980236

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines:1- President Paradip visit: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଦ୍ରୌପଦୀ ମୁର୍ମୁ ଆଜି ସକାଳ ୮ଟା ୩୦ ମିନିଟ୍ ରେ ରାଜଭବନରୁ ବାହିରି ସ୍ବତନ୍ତ୍ର ବିମାନ ଯୋଗେ ପାରାଦୀପ ଯିବେ । ସେଠାରେ ପୂର୍ବାହ୍ନ ୧୦ଟାରେ ପହଁଞ୍ଚି ପାରାଦୀପ ବନ୍ଦରରେ ଅୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ।

2-Sunabesha: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ମାସର ଶେଷ ଦିନ। ଏନେଇ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିବା ଆଶଙ୍କା ଥିବାରୁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

3 kartik Purnima 2023: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ବଡ଼ି ଭୋରୁ ଭୋରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମୀ ସମେତ ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି ।

4-Baliyatra: ଆଜିଠୁ ଶୁଭାରମ୍ଭ ହେବ ଐତିହାସିକ ବାଲିଯାତ୍ରା । କଟକରେ ମହାନଦୀ କୂଳ ବାଲିଯାତ୍ରା ପଡ଼ିଆରେ ଡିସେମ୍ବର ୪ ତାରିଖ ଯାଏଁ ଏହି ଉତ୍ସବ ଚାଲିବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉଦ୍‍ଘାଟନ କରିବେ। ଏହି ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାଣିଜ୍ୟିକ ଷ୍ଟଲ୍‍ର ବ୍ୟବସ୍ଥା କରାଯାଇଛି। ୧୨୦୦ରୁ ଅଧିକ ଦୋକାନ ଖୋଲିବା ଲାଗି ବ୍ୟବସ୍ଥା ହୋଇଛି।

5-Centres Direction: କୋଭିଡ-୧୯ ଭଳି ପରିସ୍ଥିତି ବି ସୃଷ୍ଟି ହୋଇପାରେ। ସେଥିଲାଗି ପ୍ରତି ହସ୍‍ପିଟାଲ୍‍ରେ ଡାକ୍ତର, ଔଟଷଧ, ଆଣ୍ଟିବାୟୋଟିକ, ଅକ୍ସିଜେନ ସିଲିଣ୍ଡର, ଅକ୍ସିଜେନ୍‍ ପ୍ଲାଣ୍ଟ ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସରକାର। ଚୀନରେ ଆତଙ୍କ ସୃଷ୍ଟି କରିଥିବା ରହସ୍ୟମୟୀ ନିମୋନିଆ ଏଚ୍‍୯ଏନ୍‍୨ କୌଣସି ବି ମୁହୂର୍ତ୍ତରେ ଦେଶକୁ ସଂକ୍ରମିତ ହୋଇପାରେ ବୋଲି ଆଶଙ୍କା କରି ଏ ନେଇ ସଚେତ ରହିବାକୁ କେନ୍ଦ୍ର କହିଛି।  ଏହାର ପ୍ରତ୍ୟୁତ୍ତରରେ ରାଜ୍ୟ ସରକାର ପ୍ରତି ହସ୍‍ପିଟାଲ୍‍ ତଥା ଜିଲ୍ଲାସ୍ତରରେ କୋଭିଡ୍‍ ୧୯ ପରୀକ୍ଷଣକୁ ବୃଦ୍ଧି କରିଛନ୍ତି।

6-State to Launch Ama Bank Facilities in Non Banking panchayats: ରାଜ୍ୟର ୨୭୫୪ଟି ଅଣ ବ୍ୟାଙ୍କିଂ ପଞ୍ଚାୟତରେ ରାଜ୍ୟ ସରକାର  ବ୍ୟାଙ୍କିଂ ସେବା ପ୍ରଦାନ ପାଇଁ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହାର ନାଁ ରହିବ ‘ଆମ ବ୍ୟାଙ୍କ’। ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏହି ବ୍ୟାଙ୍କ୍‍ ଖୋଲାଯିବ। ଏଥିଲାଗି ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ସହ ଏଥିଲାଗି ରାଜ୍ୟ ସରକାର ଚୁକ୍ତି କରିଛନ୍ତି। ଏହି ବ୍ୟାଙ୍କ ସିଏସପି ପ୍ଲସ୍ ଶାଖା ପରିଚାଳନା କରିବେ ଆଉ ସରକାର ସେଥିଲାଗି ସୁବିଧା ଓ ଖର୍ଚ୍ଚ ବହନ କରିବେ। ୫ ବର୍ଷ ଲାଗି ସରକାର ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।

7-Indian Army called to clear Silkyara: ଉତ୍ତରକାଶୀର ଶିଳ୍କ୍ୟାରା ଟନେଲରେ ଫଶିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ସେନାର ସହାୟତା ମଗାଯାଇଛି। ଏହି କ୍ରମରେ ମାଡ୍ରାସ୍‍ ସେପରସ୍ ରେଜିମେଣ୍ଟର ଇଞ୍ଜିନିୟର ଗ୍ରୁପ୍‍ ରବିବାର ଦିନ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆକାଶମାର୍ଗରୁ ଟନେଲ୍‍ ଶ୍ରମିକଙ୍କୁ ଉଦ୍ଧାର ନେଇ ଉଦ୍ୟମ ଜାରି ରହିଛି। ଟନେଲ୍‍ ଭାଙ୍ଗିବା ଉଦ୍ୟମରେ ଥିବା ଅଗର ମସିନ ବିଫଳ ହେବା ପରେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି।

8-Weather Update: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ସେପଟେ ଉତ୍ତର ଥାଇଲାଣ୍ତ ଓ ଏହାର ସଂଲଗ୍ନ ଦକ୍ଷିଣ ଆଣ୍ତାମାନ ସାଗର ତଥା ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।ମ

9- Hardik Pandya Return to MI: ଆଇପିଏଲ ୨୦୨୪ ପାଇଁ ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟ ନିଜର ପୂର୍ବତନ ଦଳ ମୁମ୍ବାଇ ଇଣ୍ତିଆନ୍ସକୁ ଫେରିଛନ୍ତି । ଆଇପିଏଲର ଆଗାମୀ ସିଜନ ପାଇଁ ରବିବାର ଖେଳାଳି ରିଲିଜ ଓ ରିଚେନଶନର ଶେଷ ଦିନ ଥିଲା । ତେବେ ଗୁଜୁରାଟ ଟାଇଟନ୍ସ ପାଣ୍ତ୍ୟଙ୍କୁ ଅଧିନାୟକ ଭାବେ ଅପରିବର୍ତ୍ତିତ ରଖିଥିଲା । ପରେ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ଆର୍ଥିକ୍ କାରବାର ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ତିଆନ୍ସକୁ ଫେରିଛନ୍ତି ।

10- India won by 44 runs: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ର ଦ୍ବିତୀୟ ମ୍ୟାଚରେ କଙ୍ଗାରୁ ଦଳକୁ ମାତ ଦେଇଛି ଟିମ୍ ଇଣ୍ତିଆ । ଗ୍ରୀନ୍ ଫିଲ୍ଡ ଷ୍ଟାଡ଼ିୟମରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚରେ  ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କରିଛି ଭାରତୀୟ ଦଳ । ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି ।

Also Read-kartik Purnima 2023: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ?