Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1954303

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)
  1. ପାରଦୀପ ଆସୁଥିବା କୋଲକତା ବସ୍ ରେ ଅଗ୍ନିକାଣ୍ଡ, ମୃତ: କୋଲକତା ବାବୁଘାଟରୁ ପାରାଦୀପ ଆସୁଥିବା ଏକ ଯାତ୍ରୀବାହୀ ବସ୍‍ ରେ (Passenger Bus) ନିଆଁ ଲାଗିବାରୁ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ମିଦିନାପୁର ଓ ଖଡ଼ପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମ ମିଦିନାପୁରର ଖଡ଼ଗପୁର ପାଖ ମାଦପୁର ୧୬ ନଂ ଜାତୀୟ ରାଜପଥ ଉପରେ ବସରେ ନିଆଁ ଲାଗିଥିଲା। ବସ୍‍ ଭିତରେ କିଛି ବିସ୍ଫୋରକ ସାମଗ୍ରୀ ହଠାତ୍‍ ଫୁଟିବାରୁ ଏପରି ଅଘଟଣ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।
  2. ଶ୍ରୀମନ୍ଦିରରେ ଦଳାଚକଟା, ୧୦ ଆହତ: କାର୍ତ୍ତିକ ମାସ ଅବସରରେ ପୁରୀ ଶ୍ରୀମନ୍ଦିରରେ ଭିଡ଼ ଅସମ୍ଭାଳ ହୋଇଛି। ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଶୁକ୍ରବାର ଦିନ ସାତ ପାହାଚ ନିକଟରେ ଦଳା ଚକଟାରେ ୧୦ ଜଣ ଭକ୍ତ ଆହତ ହୋଇଥିଲେ। ଆହତମାନଙ୍କୁ ହସ୍‍ପିଟାଲ୍‍ ସ୍ଥାନାନ୍ତର କରିଥିଲା ପ୍ରଶାସନ। ଶ୍ରୀମନ୍ଦିରର ଚାରି ଦ୍ୱାର ମଧ୍ୟରୁ ଏବେ ମାତ୍ର ଗୋଟିଏ ଦ୍ୱାର ଖୋଲାଯାଉଛି। ଯେଉଁଥିପାଇଁ ଭିଡ଼ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ଏକ ଆହ୍ୱାନ ପାଲଟିଛି।
  3. ଇଭି ଶୋରୁମରେ ଅଗ୍ନିକାଣ୍ଡ: କଟକ ରାଣୀହାଟରେ ଥିବା ଏକ ବ୍ୟାଟେରି ଗାଡ଼ି ଶୋ’ରୁମରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ତରେ ଫଳରେ ଶୋରୁମ୍‍ରେ ଥିବା କିଛି ଗାଡ଼ି ଓ ବ୍ୟାଟେରୀ ନଷ୍ଟ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି।
  4. ଭୁବନେଶ୍ୱରରେ ବାଣ କଟକଣା: ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶାବଳୀ ଓ ପ୍ରଦୂଷଣରକୁ ଦୃଷ୍ଟିରେ ଆଖିରେ ରଖି କଟକ-ଭୁବନେଶ୍ୱର ପୋଲିସ କମିଶନର ରାଜଧାନୀରେ ବାଣ ଫୁଟା ନେଇ କଟକଣା ଜାରି କରିଛନ୍ତି। ରାତି ୧୦ଟା ପରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ୧୨୫ ଡେସିବେଲ୍‍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଉପରା କଟକଣା ଜାରି କରାଯାଇଛି। ବାଣ ଦୋକାନ ପରିଚାଳନା ନେଇ ମଧ୍ୟ ସୂଚନା ଜାରି କରାଯାଇଛି। ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।
  5. ଏଟିଏମ୍ଭ୍ୟାନରୁ ଦେଢ଼ କୋଟି ଲୁଟ୍‍: ଆଠଗଡ଼ ଷ୍ଟେଟ୍‍ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା ଏକ ଏଟିଏମ୍‍ ଭ୍ୟାନ୍‍ରୁ ଦେଢ଼ କୋଟି ଟଙ୍କା ଲୁଟ୍‍ ହୋଇଛି। ତିଗିରିଆ ନିକଟରେ ନୂଆସଡ଼କ ଜଙ୍ଗଲ ରାସ୍ତାରେ ଏହି କାଣ୍ଡ ଘଟିଛି। ୭ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଗାଡ଼ି ଉପରକୁ ଢେଲା ମାଡ଼ କରି ଗାଡ଼ି ଅଟକାଇଥିଲେ। ଏହାପରେ ଡ୍ରାଇଭର ଓ ଷ୍ଟାଫ୍‍ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‍ କରିଥିଲେ।
  6. ବିଏସକେଓ୍ୱାଇ ଡାକ୍ତରଖାନା ସଂଖ୍ୟା ବୃଦ୍ଧି: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରା ଅନୁବନ୍ଧିତ ଡାକ୍ତରଖାନା ସଂଖ୍ୟା ବୃଦ୍ଧି କରାଯାଇଛି। ଏବେ ସମୁଦାୟ ଅନୁବଦନ୍ଧିତ ଡାକ୍ତରଖାନା ସଂଖ୍ୟା ୭୬୫ରେ ପହଞ୍ଚିଛି। ଏଥିରେ ଓଡ଼ିଶା ସମେତ ୧୬ଟି ରାଜ୍ୟର ହସ୍‍ପିଟାଲ୍‍ ରହିଛନ୍ତି। ଆନ୍ଧ୍ର, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପ୍ରଭୃତି ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ଧାରୀଙ୍କୁ ଏଣିକି ମାଗଣା ଚିକିତ୍ସା ସୁବିଧା ମିଳିବ।
  7. ୧ ଲକ୍ଷ ଭାରତୀୟଙ୍କୁ ନିଯୁକ୍ତି ଦେବ ତାଇଓ୍ୱାନ: ଇସ୍ରାଏଲ୍‍ ପରେ ଭାରତର ମାନବ ସମ୍ବଳକୁ ବିଭିନ୍ନ ନିର୍ମାଣ, ସେବା କ୍ଷେତ୍ରରେ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରିଛି ତାଇଓ୍ୱାନ୍‍। ପ୍ରାୟ ୧ ଲକ୍ଷ ଭାରତୀୟଙ୍କୁ ନିଯୁକ୍ତି ଦେବା ଲାଗି ତାଇଓ୍ୱାନ ଭାରତ ସରକାରଙ୍କ ସହ ବୁଝାମଣା କରିବାକୁ ଲକ୍ଷ୍ୟ ରଖିଛି।
  8. ଶ୍ରୀମନ୍ଦିର ପ୍ରକଳ୍ପ ସମୀକ୍ଷା: ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ନାମ ଫଳକ କିପରି ଲାଗିବ ସେନେଇ ପାଣ୍ଡିଆନ ଆଲୋଚନା କରିଥିଲେ। ଏହାସହ ପ୍ରକଳ୍ପ କାର୍ଯ୍ୟ ସମୟ ଭିତ୍ତିରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
  9. ଭୀମ୍ସାର ଡାକ୍ତରଙ୍କ ପଦୋନ୍ନତି: ଦୀପାବଳିର ଅବ୍ୟବହିତ ପୂର୍ବରୁ ବୁର୍ଲା ବୀର ସୁରେନ୍ଦ୍ରସାଏ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ର ୬୩ ଜଣ ଡାକ୍ତରଙ୍କୁ ସମୟାନୁଭିତ୍ତିକ ପଦୋନ୍ନତି ଦିଆଯାଇଛି। ଏହାସହ ୧୫ ଜଣ ସ୍ଥାୟୀ ଡାକ୍ତରଙ୍କ ବି ପଦୋନ୍ନତି ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱିକୃତୀ ପ୍ରଦାନ କରିଛନ୍ତି।  କାର୍ଯ୍ୟ ନିର୍ବାହୀ ପରିଷଦର ଦିଆଯାଇଥିବା ପ୍ରସ୍ତାବରେ ଆଧାରରେ ରାଜ୍ୟ ସରକାର ଏହି ସ୍ବୀକୃତି ପ୍ରଦାନ କରିଛନ୍ତି।
  10. ମହାକାଳୀ ବେଶରେ ଦକ୍ଷିଣକାଳୀ: ଦୀପାବଳି ରାତିରେ ବିଭିନ୍ନ କାଳୀ ପୀଠରେ ମହାକାଳୀଙ୍କ ଆବାହନ କରିବାର ପରମ୍ପରା ରହିଛି। ଏହିକ୍ରମରେ  ଶ୍ରୀକ୍ଷେତ୍ର ବିଭିନ୍ନ କାଳୀ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। କାଳିକା ଦେବୀ ସାହିରେ ବିରାଜମାନ କରିଥିବା ମା’ ଦକ୍ଷିଣକାଳୀଙ୍କ ପୀଠରେ ମା’ଙ୍କୁ ମହାକାଳୀ ଭାବେ ଆବାହନ କରାଯିବ। ମା’ ଦକ୍ଷିଣକାଳୀଙ୍କୁ ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ବୋଲି ବିବେଚନା କରାଯାଏ।  ସେହିପରି ବୀରଗୋବିନ୍ଦପୁରଠାରେ ମଧ୍ୟ ସ୍ୱତନ୍ତ୍ର କାଳୀପୂଜା ଅନୁଷ୍ଠିତ ହେବ