Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2030448

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines

1.Cold wave in Delhi: ରାଜଧାନୀ ଦିଲ୍ଲୀରେ ଶୀତ ଲହରି ଜାରି ରହିଛି। ଆଜି ସକାଳେ ପ୍ରବଳ କୁହୁଡ଼ି ହେତୁ ଦୃଶ୍ୟମାନତା ହ୍ରାସ ପାଇଛି। ମାତ୍ର ୫୦ ମିଟର ଦୂରତା ହିଁ ଖାଲି ଆଖିରେ ଦେଖି ହେଉଛି। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ‘ରେଡ୍‍ ଆଲର୍ଟ’ ଜାରି କରାଯାଇଛି। ଗାଡ଼ି ମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷେ ଓଡ଼ିଶାରେ ନୂଆ ବର୍ଷଯାଏ ଶୀତ କମ୍‍ ରହିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। କୁହୁଡ଼ି ଯୋଗୁ ଶୀତ କମିବ ଏବଂ ୧ ତାରିଖ ପରେ ଶୀତ ବଢ଼ିବା ସମ୍ଭାବନା ହିଛି। 

2.Blast Near Israel Embassy: ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଥିବା ଇସ୍ରାଏଲ୍‍ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିବା ନେଇ ଇସ୍ରାଏଲ୍‍ ଉପ ରାଷ୍ଟ୍ରଦୂତ ନକାଶ କାୟାନର ସୂଚନା ଦେଇଛନ୍ତି। ଏହି ଖବର ପାଇବା ପରେ ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଚିଠି ଓ ପତାକା ସଂଗ୍ରହ କରିଥିଲେ। ଏହାକୁ ଫରେନ୍ସିକ୍‍ ପରୀକ୍ଷଣ ପାଇଁ ପଠାଯାଇଥିବା ପୁଲିସ ସୂଚନା ଦେଇଛନ୍ତି। ଅପରପକ୍ଷେ ଏହି ଅଞ୍ଚଳ ସମେତ ପାହାଡ଼ଗଞ୍ଜ ନିକଟରେ ଥିବା ଚାବାଡ଼ ହାଉସ୍‍ଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

3.RBI Receives Bomb attack alert: ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବିସ୍ଫୋରଣ ଧମକ ମିଳିଛି। ଏକ ଇମେଲ୍‍ ଯୋଗ ଏହି ଧମକ ସହ ଅର୍ଥମନ୍ତ୍ରୀ ଓ ଆରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା ଦାବି କରାଯାଇଛି। ଆର୍‍ବିଆଇ ଅଫିସ, ଏଚ୍‍ଡିଏଫ୍‍ସି ବ୍ୟାଙ୍କ୍‍ ଓ ଆଇସିଆସିଆଇ ବ୍ୟାଙ୍କ ସମେତ ୧୧ଟି ସ୍ଥାନରେ ଏହି ବିସ୍ଫୋରଣ ପାଇଁ ଧମକ ଦିଆଯାଇଛି। ପୁଲିସ ଏ ବାବଦରେ ତଦନ୍ତ କରୁଛି।

4.Dubai  Restricts movements of Mahadev case accused: ଭାରତୀୟ ତଦନ୍ତ ସଂସ୍ଥା ଦ୍ୱାରା ଜାରି ରହିଥିବା ତଦନ୍ତ ପରିପ୍ରେକ୍ଷୀରେ ମହାଦେବ ବେଟିଂ ଆପ୍‍ଲିକେସନର ଦୁଇ ପ୍ରମୋଟର ସୌରଭ ଚନ୍ଦ୍ରକର ଏବଂ ରବି ଉତ୍ପଳଙ୍କ ଯାତାୟାତରେ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତଦନ୍ତ ଚାଲିଛି। ଏହି ଦୁଇ ପ୍ରମୋଟରଙ୍କ ନାମରେ ଦୁବାଇରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ଠାବ କରାଯାଇଛି। ଏହାଛଡ଼ା ଦୁବାଇରୁ ବିଭିନ୍ନ ରାଷ୍ଟ୍ରକୁ ଏହି ବେଆଇନ ଅର୍ଜିତ ସମ୍ପତ୍ତିକୁ ପଠାଯାଇଥିବା ଅଭିଯୋଗର ତନ୍ତ କରୁଛି ଇଡି। 

5.Invitation for Srimandir Parikrama Project: ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‍ଘଟନ ହେବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦେବାଳୟକୁ ନିମନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଦଳ ରାଜ୍ୟର ପ୍ରଭୁଖ ଦେବ ଦେବୀ ପୀଠ ଗସ୍ତରେ ରହିଛନ୍ତି। ପୟଥମ ଦିନର ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାପରେ ସେବାୟତ ଓ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।  ୩୦ ତାରିଖରୁ ରାଜ୍ୟ ବାହାରର ବିଭିନ୍ନ କ୍ଷେତ୍ର ଓ ପୀଠକୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହେବ। 

6.Attack on Sarpanch: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲର ସରପଞ୍ଚ ସୁଶୀଳ କୁମାର ଗୁରୁଙ୍କୁ ମରାଣାନ୍ତକ ଆକ୍ରମଣ କରିଛନ୍ତି କଣ୍ଟାବାଞ୍ଜି ଉପଖଣ୍ଡ ଯନ୍ତ୍ରୀ ସିଦ୍ଧାର୍ଥ ଦାସ। ସୁଶୀଳ ନିମ୍ନମାନର କାମ ହୋଥିବା ନେଇ ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ସିଦ୍ଧାର୍ଥ ତାଙ୍କୁ ଜୀବନରେ ମାରିଦେବା ଲାଗି ଉଦ୍ୟମ କରିଥିଲେ। ତାଙ୍କ ବେକରେ ଏକ ଲାହା ଗାର୍ଡଓ୍ୱାଲ୍‍ ଚପାଇ ରଖିଥିବାର ଦୃଶ୍ୟ ଇଣ୍ଟରନେଟ୍‍ରେ ଭାଇରାଲ୍‍ ହୋଇଛି। ପରେ ଉଭୟ ଉଭୟଙ୍କ ନାଁରେ ଏତଲା ଦେଇଛନ୍ତି। ପୁଲିସ ଏହାର ତଦନ୍ତ କରୁଛି। 

7.3 died in Covid Fresh case: ଦେଶରେ ପୁଣିଥରେ କୋଭିଡ୍‍ ମାମଲା ବୃଦ୍ଧି ଲକ୍ଷ୍ୟ କରାଯାଇଛି। ଗତକାଲି ୬୯ଜଣ ନୂଆକରି କୋଭିଡ୍‍ ଆକ୍ରାନ୍ତ ହୋଇଥିବା  ଚିହ୍ନଟ କରାଯାଇଛି। ଏହାଦ୍ୱାରା ନୂତନ ଭାଇରସ୍ ରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୦ ହୋଇଛି। ରାଜ୍ୟରେ ଏବେ ୨୬ ଜଣ ନୂତନ ଆକ୍ରାନ୍ତଙ୍କ ସମେତ ୧୩୨ ଜଣଙ୍କ ଶରୀରରେ କୋଭିଡ ସକ୍ରିୟ ଥିବା କୁହାଯାଇଛି। ସବୁଠାରୁ ଅଧିକ ଆକୟାନ୍ତ କେରଳରୁ ଚିହ୍ନଟ କରାଯାଇଛି। 

8.IDCO CGM under vig net: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲ୍ଲାନ୍ସ ଜାଲରେ ପଡ଼ିଛନ୍ତି ଇଡ୍‍କୋ ସିଜିଏମ୍‍ ସରୋଜକାନ୍ତ ମହାନ୍ତି। ସେ ଜଣେ ଓଏଏସ୍‍ ଅଧିକାରୀ। ମଙ୍ଗଳବାରଦିନ ସ୍ୱତନ୍ତ୍ର ଓ୍ୱାରେଣ୍ଟ ବଳରେ ଭିଜିଲାନ୍ସ ଦଳ ତାଙ୍କ ଘର  ସମେତ ୭ଟି ଠିକଣାରେ ତଦନ୍ତ କରି ଘର, ଜମି, ପ୍ଲଟ, ଚାରିଚକିଆ ଗାଡ଼ି ଜବତ କରିଛନ୍ତି।

9.+2 Exam: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ପରୀକ୍ଷାର୍ଥୀ ଆଡ୍‍ମିଟ କାର୍ଡ ଡାଉନଲୋଡ କରିପାରିବ। ଏଥିଲାଗି ସାମ୍ସ ଓଡ଼ିଶା ଓ୍ୱେବସାଇଟ୍‍କୁ ଲଗ୍‍ଇନ୍‍ କରିବାକୁ ହେବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପ୍ରାର୍ଥୀ ନିଜ ଆଡ୍‍ମିଟ୍‍କାର୍ଡ ଏଠାରୁ ଡାଉନଲୋଡ କରି ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ଫେବୃୟାରୀ ୧୬ରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ତେବେ ଜାନୁୟାରୀ ୨ ତାରିଖରୁ ପ୍ରାକ୍ଟିକାଲ୍‍ ପରୀକ୍ଷା  ହେବା ପାଇଁ ସ୍ଥିର କରାଯାଇଛି। 

10.Rkl-Kolkata Flight services: ରାଉରକେଲାରୁ କୋଲକତା ବିମାନସେବା ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ୩୫ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ। ଏଥିଲାଗି ଯାତ୍ରୀଙ୍କୁ ୧୯୯୯ ଟଙ୍କା ଟିକଟ ବାବଦ ଖର୍ଚ୍ଚ ଦେବାକୁ ହେବ। ସମୁଦାୟ ଯାତ୍ରା ସମୟ ଦେଢ଼ଘଣ୍ଟାରେ ପୂରଣ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Also Read- ଆଇରନ ବୋଝେଇ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ

Also Read- Rahu Makes You Rich: ଆପଣଙ୍କୁ ଧନୀ କରିବେ ରାହୁ !