Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2017558

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

1-Earthquake in China: ଭୂକମ୍ପରେ ଥରିଲା ଚୀନ। ଚୀନ୍ ଉତ୍ତର-ପଶ୍ଚିମ ଅଞ୍ଚଳର ଗାସୁରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଏଥିରେ ୧୧୧ ମୃତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଗୁରୁତର ହୋଇଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୨ ରେର୍କଡ଼ କରାଯାଇଛି । ଭୂକମ୍ପରେ ଅନେକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପକୁ ନେଇ ରାଷ୍ଟ୍ରପତି ସି. ଜିନପିଙ୍ଗ ନିର୍ଦ୍ଦେଶନାମା ଜାରି କରିଛନ୍ତି।

2-Dawood Ibrahim: ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ଦାଉଦ ଇବ୍ରାହିମ୍ ଅସୁସ୍ଥ ହୋଇଛି। ତାକୁ କରାଚୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାକୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସୋମବାର ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଦାଉଦଙ୍କ ମୃତ୍ୟୁ ଖବର କେବଳ ଏକ ଗୁଜବ, ସେ ୧୦୦ ପ୍ରତିଶତ ଫିଟ୍ ଅଛନ୍ତି ବୋଲି ଦାଉଦର ଜଣେ ନିକଟ ସମ୍ପର୍କୀୟ ଦାବି କରିଛନ୍ତି ।

3-Ayodhya Ram Mandir: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ଯା ରାମ ମନ୍ଦିର ଉଦ୍ଦଘାଟନ ହେବାକୁ ଯାଉଛି । ତେବେ ରାମମନ୍ଦିର ଆନ୍ଦୋଳନର ଦୁଇ ପୁରୋଧା ତଥା ବର୍ଷୀୟାନ୍ ଭାଜପା ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ ଉଦ୍ଦଘାଟନ କାର୍ଯ୍ୟକ୍ରମରେ ଯୋଗ ନ ଦେଇପାରନ୍ତି । ବୟସାଧିକ ଓ ସ୍ବାସ୍ଥ୍ୟଗତ କାରଣରୁ ସୋମାନେ ଯୋଗଦେବେ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

4-Covid 19- କୋଭିଡ଼ର ଜେଏନ୍.୧ ସବଭାରିଆଣ୍ଟ ଚିହ୍ନଟ ପରେ ଦେଶରେ ସଂକ୍ରମଣ ବଢିଚାଲିଥିବାରୁ ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବା ସହ ରିପୋର୍ଟ କରିବା ପାଇଁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାର ସୋମବାର ପରାମର୍ଶ ଦେଇଛନ୍ତି । ସେପଟେ କେରଳରେ କୋଭିଡ଼- ୧୯ର ସବଭାରିଆଣ୍ଟ ଜେଏନ୍.୧ ଚିହ୍ନଟ ହେବା ପରେ ସଂକ୍ରମଣ ବଢୁଥିବାରୁ କର୍ଣ୍ଣାଟକରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କ ପାଇଁ ଫେସ୍ ମାସ୍କ ବାଧ୍ଯତାମୂଳକ କରାଯାଇଛି ।

5-INDIA alliance to meet today: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବସିବ ଇଣ୍ଡିଆ ମେଣ୍ଟର ବୈଠକ । ୩ଟି ରାଜ୍ୟରେ ବିଜେପିର ସଫଳତା ବିରୋଧୀ ମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ସେହିପରି କଂଗ୍ରେସର ସ୍ଥିତି ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇପାରେ ।

6- Ishaan Bukhari: ସନ୍ଦିଗ୍ଧ ଆତଙ୍କବାଦୀ ତଥା କାଶ୍ମୀର ପୋଲିସର ୱାଣ୍ଟେଡ଼ ଥିବା ସୟଦ ଇଶାନ ବୁଖାରୀ ବର୍ତ୍ତମାନ ଯାଜପୁର ଜିଲ୍ଲାର ରଗଡ଼ି ସବଜେଲରେ ରହିଛନ୍ତି ।ବୁଖାରୀଙ୍କୁ ରିମାଣ୍ତରେ ଆଣି ତାଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଯୋଜନା କରିଛି । ଏନେଇ ଏସଟିଏଫ ପକ୍ଷରୁ ସୋମବାର ଚଣ୍ତିଖୋଲ ଜେଏମଏଫସି କୋର୍ଟରେ ୭ ଦିନିଆ ରିମାଣ୍ତ ଆବେଦନ କରାଯାଇଛି । ଅନୁମତି ମିଳିବା ପରେ ମଙ୍ଗଳବାର ନହେଲେ ବୁଧବାର ବୁଖାରୀଙ୍କୁ ଏସଟିଏଫ୍ ଆଣି ମାରାଥନ୍ ଜେରା କରିବ ।

7- Retailers strike: ରାଜ୍ୟରେ ଖୁଚୁରା ବିକ୍ରେତାଙ୍କ ପାରିଶ୍ରମିକ ସହ ବକେୟା ପ୍ରଦାନ, ଅଗ୍ରିମ ପାରିଶ୍ରମିକ ବ୍ୟବସ୍ଥା, ନିଅଣ୍ଟ ସାମଗ୍ରୀର ଭରଣା ପାଇଁ ଅଧିକ ସାମଗ୍ରୀ ଦିଆଯିବା, ଅନ୍ୟୂନ ୨୫ ଲକ୍ଷ ଟଙ୍କା ବୀମା ରାଶି ସହ ବିଜୁ କଲ୍ୟାଣ କାର୍ଡ଼ ନବୀକରଣ ଅବଧିକୁ ୩ ବର୍ଷ କରାଯିବା ଆଦି ଦାବି ପୂରଣ ନ ହେଲେ ଜାନୁୟାରୀ ପହିଲାରୁ ରାଜ୍ୟର ସମସ୍ତ ଖୁଚୁରା ବିକ୍ରେତା ସାମଗ୍ରୀ ବଣ୍ଟନରେ ଯୋଗ ନ ଦେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବେ ବୋଲି ସୂଚନା ମିଳିଛି ।

8-Weather Update: ଥରୁଛି ଓଡି଼ଶା।  ଆସନ୍ତା ତିନି ଦିନ ଯାଏଁ ପାଗରେ ହେବନି ପରିବର୍ତ୍ତନ। କିନ୍ତୁ ୨୧ ତାରିଖରୁ ପାଗରେ ସାଧାରଣତଃ ପରିବର୍ତ୍ତନ ଆସିବ। ସାରା ରାଜ୍ୟରେ ରାତିର ତାପମାତ୍ରା ପୁଣି ଥରେ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Meteorological Centre, Bhubaneswar) କୁହାଯାଇଛି। ଖୋର୍ଦ୍ଧା, ପୁରୀ ଓ ଗୋପାଳପୁର ସହରରେ ପାରଦ ୧୭ ଡିଗ୍ରି ଉପରକୁ ଚାଲଯିବ ବୋଲି ବିଭାଗ ପକ୍ଷକୁ ସୂଚନା ଦିଆଯାଇଛି । ୨୨ ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିବା ସହ ଉପକୂଳ ଓଡ଼ିଶାରେ ରାତିର ପାରଦ ୧୫ ଡିଗ୍ରି ଉପରକୁ ଚାଲିଯିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

9-IPL auction 2024: ମଙ୍ଗଳବାର ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ଡକାଯିବ। ମଧ୍ୟାହ୍ନ ୧ଟାରେ ଏହି ନିଲାମି ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ମୋଟ ୩୩୩ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଞ୍ଚାଇଜ ଖେଳାଳୀ କିଣିବେ। ଏନେଇ ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି । ନିଲାମିରେ ୨୧୪ ଭାରତୀୟ ଓ ୧୧୯ ବିଦେଶୀ ଖେଳାଳି ରହିଛନ୍ତି ।

10- Indian Street Premier League: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଇଣ୍ଡିଆନ୍‌ ଷ୍ଟ୍ରିଟ୍‌ ପ୍ରିମିୟର ଲିଗ୍‌ ସହ ଯୋଡ଼ି ହୋଇଛନ୍ତି। ଏହି ଟେନିସ ବଲ୍‌ ଟି-୧୦ କ୍ରିକେଟ୍‌ ପ୍ରତିଯୋଗିତାରେ ସେ ମୁମ୍ବାଇ ଦଳର ମାଲିକ ହୋଇଛନ୍ତି। ଏନେଇ ବିଗ-ବି ନିଜ ବ୍ଲଗ୍‌ରେ ସ୍ପଷ୍ଟ କରିଛନ୍ତି। ଅମିତାଭଙ୍କ ସହ ଅକ୍ଷୟ କୁମାର ଓ ହ୍ରିତିକ ରୋଶନ ଯଥାକ୍ରମେ ଶ୍ରୀନଗର ଓ ବେଙ୍ଗାଲୁରୁର ମାଲିକ ଅଛନ୍ତି । ପ୍ରଥମ ଥର ଲାଗି ଆୟୋଜିତ ଏହି ପ୍ରତିଯୋଗିତା ମାର୍ଚ୍ଚ ୨ରୁ ୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ। ୬ ଦଳ ହାଇଦ୍ରାବାଦ, ମୁ୍ମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲ୍‌କାତା ଓ ଶ୍ରୀନଗର ଭାଗନେବେ। ମୋଟ ୧୯ ମ୍ୟାଚ୍‌ ଖେଳାଯିବ।