Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2009752

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines: 1-Parliament Security Breach: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଏନେଇ ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏଥିରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି । ଏହି ମାମଲାରେ ୫ ଜଣ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ୟୁଏପିଏ ଆଧାରରେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇପାରେ ।

2-Oppsition Target To Government: ସଂସଦର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ସରକାରକୁ ଘେରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏହି ମାମଲାରେ ଜବାବ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ସକାଳ ୧୦ଟାରେ ବସିବାର ସୂଚନା ରହିଛି । ଏହି ବୈଠକରେ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ନିଜର ଆଭିମୁଖ୍ୟ ଆଲୋଚନା କରିବେ । ସେହିପରି ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବାର ମଧ୍ୟ ଯୋଜନା ରହିଛି । ତେବେ ମିଳିଥିବା ସୂଚନା ମୁତାବକ, ପାର୍ଲାମେଂଟ ଭିତରେ ପଶିଥିବା ଯୁବକ ହେଲେ ମନୋରଞ୍ଜନ ଓ ସାଗର । ପାର୍ଲାମେଂଟ ବାହାରେ ଧରାପଡିଥିବା ନୀଲମ ଓ ଅମୋଲଙ୍କ ପାଖରେ ମୋବାଇଲ ଫୋନ ନଥିବା ସୂଚନା ରହିଛି ।

3- louder speaker banned at religious places: ଏଣିକି ମଧ୍ଯପ୍ରଦେଶରେ ଚାଲିବନି ଲାଉଡ଼ ସ୍ପିକର୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ଏହିପରି ନିର୍ଦ୍ଦେଶ ଦେଇଛନ୍ତି ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଯାଦବ ପ୍ରଥମ ଆଦେଶ ଜାରି ସହ ଲାଉଡ଼ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

4- Mahadev App Scam: ଗିରଫ ହେଲେ ଅନଲାଇନ ବେଟିଂ ଆପ ମହାଦେବ ସ୍କାମର ମାଷ୍ଟରମାଇଣ୍ଡ ତଥା ମାଲିକ ରବି ଉପଲ। ରବିଙ୍କୁ ଦୁବାଇରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭାରତୀୟ ତଦନ୍ତାକରୀ ସଂସ୍ଥା ଦୁବାଇ ସହ ଯୋଗାଯୋଗ କରି ରେଡ କର୍ଣ୍ଣର ନୋଟିସଜାରି କରିଥିଲେ । ସେପଟେ ଅନ୍ୟପଟେ ଅଭିଯୁକ୍ତ ସୌରଭ ଭରଦ୍ୱାଜ ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ଉଦ୍ୟମ ତ୍ୱରାନିତ୍ୱ କରାଯାଇଛି । ସେପଟେ ଅନ୍ୟତମ ପ୍ରମୋଟର ତଥା ଅଭିଯୁକ୍ତ ଶୁଭମ ସୋନିଙ୍କୁ ଦୁବାଇରେ ପହଁଞ୍ଚି ଜେରା କରୁଛି ଇଡି ।

5- AC Tunnel in Puri: ଆସନ୍ତା ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗନ ହେବ । ଫଳରେ ୩୧ ତାରଖ ରାତି ତମାମ ଉଜାଗର ରହି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ କେନ୍ଦ୍ରାଞ୍ଚଳ ପୋଲିସ ସୂଚନା ଦେଇଛନ୍ତି । ସେପଟେ ୨୫ ତାରିଖରୁ ଏସି ଟନେଲ ଦେଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ।

6-LAccMI Bus- ଆଜି କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଏହି ବସ ଚଳାଚଳ କରିବ । ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇସାରିଛି ।

7-UPI In LAccMI Bus: ନୂଆକରି ରାଜ୍ୟରେ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ’ ବସରେ ଲୋକଙ୍କୁ ୟୁପିଆଇ ବ୍ୟବସ୍ଥାରେ ଟିକଟ କିଣିବାକୁ ସୁଯୋଗ ଉନ୍ମୁକ୍ତ କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜିଠାରୁ ଏହି ସେବା ଆରମ୍ଭ ହୋଇଛି। ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ଏକ ସ୍ୱତନ୍ତ୍ର ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ।

8-Odisha Weather Update Today: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇପାରେ । ବିଷେଶକରି, ଗୁରୁବାର ଭୋର ସମୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, କଳାହାଣ୍ତି , ଝାରସୁଗୁଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାରେ ହାଲୁକା କୁହୁଡ଼ି ଦେଖାଦେବ । ସେହିପରି ଶୁକ୍ରବାର ଦିନ ସୁନ୍ଦରଗଡ଼, କଳାହାଣ୍ତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟର ଗୋଟେ କିମ୍ବା ୨ଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ।

9-Lung Infection Of Rescued Baby: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଜଙ୍ଗଲ ଭିତରେ ପରିତ୍ୟକ୍ତ ନଳକୂଅ ଭିତରୁ ଉଦ୍ଧାର କରାଯାଇଥିବା ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ। ଶିଶୁକନ୍ୟାର ଫୁସଫୁସରେ ସଂକ୍ରମଣ ହୋଇଛି। ଏଥିସହ ଶିଶୁକନ୍ୟାର ଶରୀରର କେତେକ ସ୍ଥାନରେ ଆଘାତ ଲାଗିଛି। ସମ୍ଭବତଃ ନଳକୂଅ ଭିତରକୁ ଫିଙ୍ଗିବା ସମୟରେ ଲୁହା ପାଇପରେ ବାଡ଼େଇ ହୋଇ ଏହି ଆଘାତ ଲାଗିଥିବା ଅନୁମାନ କରାଯାଉଛି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି।

10-Ind vs SA T20: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ । ତେବେ ଆଜିର ମ୍ୟାଚ୍ ରେ ଭାରତ ପାଇଁ କର ବା ମର ସ୍ଥିତି ରହିଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଦକ୍ଷିଣ ଆଫ୍ରିକା ଟିମ୍ । ତେବେ ଏହି ବିଜୟ ସହ ଘରୋଇ ଦଳ ୧-୦ରେ ଆଗରେ ରହିଛି ।