Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2003083

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines: 1-BJP may declare CM Candidates for Hindi Heartland states today: କଂଗ୍ରେସ ବିପକ୍ଷରେ ଜୋରଦାର ଲଢ଼େଇ କରି ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ୩ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରା ବିଜୟ ଲାଭ କରିଥିବା ବିଜେପି ଏହି ରାଜ୍ୟମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାରେ ସମର୍ଥ ହୋଇପାରିନାହିଁ। ଏ ଭିତରେ ୭ ଦିନ ବିତିଛି । ବିଜେପିର ବରିଷ୍ଠ ନେତାମାନେ ଏ ବାବଦରେ ମତ ଦେବାକୁ ସମର୍ଥ ହୋଇପାରିନାହାନ୍ତି। ଆଶା କରାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ବିଜେପିର ବରିଷ୍ଠ ନେତୃ ମଣ୍ଡଳୀଙ୍କ ନିଷ୍ପତ୍ତି ସାମ୍ନାକୁ ଆସିବ। 

2-Bags of cash seized in Odisha: ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୁ ୨୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଛନ୍ତି । ୩ ଦିନ ହେଲା ବିଭିନ୍ନ ସ୍ଥାନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‍ ମିଳିବାରେ ଲାଗିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରୁ ଟଙ୍କା ମିଳିବାରୁ ଷ୍ଟେଟ୍‍ବ୍ୟାଙ୍କ ପକ୍ଷରୁ ଟଙ୍କା ଗଣତି ମସିନ୍‍ ନିଆଯାଇ ତାହାର ଗଣତି ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବି ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଜବତ ହୋଇଥିବା ଟଙ୍କା ଗଣତି ଲାଗି ଆହୁରି ଦୁଇ ଦିନ ଲାଗିବ ବୋଲି କୁହାଯାଇଛି। ଅପରପକ୍ଷେ ଏହି ଘଟଣାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଯାଏଁ ଉଦବେଗ ପ୍ରକାଶ କରିଛନ୍ତି। କୌଣସି ପରିସ୍ଥିତିରେ ଭ୍ରଷ୍ଟାଚାରୀଙ୍କୁ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି।

3-BJP and congress questions BJD: ରାଜ୍ୟରେ ଏ ପ୍ରସଙ୍ଗକୁ ନେଇ ତିନି ଦଳ ମଧ୍ୟରେ କାଦୁଅ ଫୋପଡ଼ା ରାଜନୀତି ଆରମ୍ଭ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେଡି ଏହି ମଦ କାରଖାନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଥିଲା। ମୁଖ୍ୟମନ୍ତ୍ରୀଙ୍କ ସତ୍‍ସାହସ ଥିଲେ କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ ବୋଲି ସେ କହିଛନ୍ତି। ଓଡ଼ିଶା ପାଇଁ ଏହା ଏକ ଲଜ୍ଜାକର ବିଷୟ କହିବା ସହ ଅଣ ଓଡ଼ିଆ ଶାସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ କଂଗ୍ରେସ କହିଛି କେଉଁ ବ୍ୟବସାୟୀଙ୍କଠାରୁ କେତେ ଟଙ୍କା ଜବତ କରାଗଲା ତାହାର ତଥ୍ୟ ରଖି ସରକାର ତାହାର ଏକ ବିଚାର ବିଭାଗୀୟ ତଦନ୍ତ କରାନ୍ତୁ ବା ଏକ ଏସ୍‍ଆଇଟି ଗଠନ କରନ୍ତୁ ବୋଲି କଂଗ୍ରେସ କହିଛି। ସେହିପରି ରାଜ୍ୟରେ ବିଜେପି ହୀନ ରାଜନୀତି କରୁଛି ବୋଲି ବିଜେଡି କହିଛି।

4-NIA Raids 44 Places: ଆଇଏସ୍‍ଆଇଏସ୍‍ ଆଡ୍ଡା ଧ୍ୱଂସ କରିବା ଲକ୍ଷ୍ୟରେ ଆଜି ଜାତୀୟ ତଦନ୍ତ ଏଜେନ୍ସି ( ଏନ୍‍ଆଇଏ) ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି। ଏହା ସହ ସନ୍ଦିଗ୍ଧ ୧୫ ଜଣଙ୍କୁ ଗିରିଫ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଭିତରେ ଜଣେ ଆଇଏସ୍‍ଆଇଏସ୍‍ ସମ୍ପୃକ୍ତ ଆତଙ୍କବାଦୀ ରହିଛନ୍ତି । ଯିଏ ନବ ନିଯୁକ୍ତଙ୍କୁ ଶପଥ ପାଠ କରାଉଥିବା ଅଭିଯୋଗ ହୋଇଛି। 

5-Threat to hack Indian Websites: ଡିସେମ୍ବର ୧୧ ତାରିଖରେ ଭାରତରେ ଏକ ବଡ଼ ଧରଣର ସାଇବର ଆଟାକ୍‍ କରିବାକୁ ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍‍ ଧମକ ଦେଇଛି। ପୂର୍ବରୁ ଏହି ଗୋଷ୍ଠୀ ଆମେରିକା, ଇସ୍ରାଏଲ୍‍ ଏବଂ ସ୍‍ୱିଡେନ୍‍ ଭଳି ଦେଶରେ ସାଇବର ଆକ୍ରମଣ କରିଥିବାରୁ ଏହି ଧମକକୁ ଗୁରୁତର ସହ ବିଚାର କରୁଛି ଭାରତ। ଏନେଇ କେନ୍ଦ୍ରୀୟ ଏଜେନ୍ସି ସଜାଗ ରହିଛନ୍ତି। 

6-Drinking water crisis in Bhubaneswar: ରାଜଧାନୀ ଭୁବନେଶ୍ୱରରେ ଶନିବାର ହଠାତ୍‍ ପିଇବା ପାଣି ସମସ୍ୟା ଦେଖିବାକୁ ମିଳିଛି। ଡ୍ରିଙ୍କ୍‍ଫ୍ରମ୍‍ ଟ୍ୟାପ୍‍ କାର୍ଯ୍ୟାକରୀ ହେଉଥିବା ଭୁବନେଶ୍ୱରରେ ୮୦ ହଜାର ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି। କୁଆଖାଇରୁ ପାଣି ଉଠାଉଥିବା ପାଇପ୍‍ ଫଟିଯିବାରୁ ଏପରି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପାଣିପାଇଁ ଉତ୍ତେଜନା ବି ସାମ୍ନାକୁ ଆସିଛି।

7-16 Coordinators for Ama Odisha Naveeen Odisha Scheme: ଆମ ଓଡ଼ିଶା ନବୀନ ଓଡ଼ିଶା ଲାଗି ରାଜ୍ୟ ସରକାର ୧୬ ସଂଯୋଜକଙ୍କ ନାଁ ଘୋଷଣା କରିଛନ୍ତି। ଏହି ସଂଯୋଜକମାନେ ବିଭିନ୍ନ ପଞ୍ଚାୟତକୁ ଦିଆଯାଉଥିବା ଅର୍ଥର ସୁବିନିଯୋଗକୁ ସଂଯୋଜନା କରିବେ। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତସ୍ତରରେ ବିକାଶ ଲାଗି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ସେହିପରି ରାଜ୍ୟର ୩୮୨ କଲେଜରେ ଏହି ଯୋଜନା ଅଧୀନରେ ଏକ ସେଲ୍ଫି ପଏଣ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ କେନ୍ଦ୍ର ସରକାର କ୍ୟାମ୍ପସରେ ମୋଦିଙ୍କ ଫଟୋ ଥିବା ସେଲ୍ଫି ପଏଣ୍ଟ ପାଇଁ ୟୁଜିସି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ।

8-BJP boycotts Pro-term Speaker: ତେଲେଙ୍ଗାନା ବିଧାନସଭାର ପ୍ରୋ-ଟର୍ମ ବାଚସ୍ପତିଙ୍କୁ ବର୍ଜନ କରିଛନ୍ତି ବିଜେପି ସଦସ୍ୟ। ଏପରିକି ତାଙ୍କ ଦ୍ୱାରା ଶପଥ ନ ନେବାକୁ ମଧ୍ୟ କହିଛନ୍ତି। ନୂଆ ବିଧାନସଭା ଗଠନ ପରେ ବାଚସ୍ପତି ନିର୍ବାଚନ ପୂର୍ବରୁ ଗୃହର ବରିଷ୍ଠ ନେତାଙ୍କୁ ପ୍ରୋ-ଟର୍ମ ବାଚସ୍ପତି ଭାବେ ନିର୍ବାଚନ କରିବା ପରମ୍ପରା ରହିଛି। କିନ୍ତୁ କଂଗ୍ରେସ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି ବିଜେପି ସଦସ୍ୟ। 

9-Chinese made Drone seized in Punjab: ପଞ୍ଜାବରେ ଚୀନ ନିର୍ମିତ ଡ୍ରୋନ୍‍ ଜବତ କରାଯାଇଛି। ସୀମା ସୁରକ୍ଷା ବାହିନୀ ଫରୋଜପୁରଠାରେ ଏହି ଡ୍ରୋନ୍ ଜବତ କରିଥିଲେ। ଏହି ଡ୍ରୋନ ଭାରତରେ ଗୁଇନ୍ଦା କାରବାରରେ ବ୍ୟବହାର କରାଯାଉଥିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି। ପୂର୍ବରୁ ଏହିପରି ଡ୍ରୋନ୍ ବ୍ୟବହାର କରି ଚୀନ ଭାରତରେ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପ୍ରେରଣ କରୁଥିବାର ଉଦାହରଣ ରହିଛି। 

10-Chilled winter soon: ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଶୀତ ବଢିବା ନେଇ ସମ୍ଭାବନା ରହିଛି। ଆଜି ସକାଳେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରହିଥିଲା। ଆକାଶ ନିର୍ମଳ ଥିବାରୁ ଥଣ୍ଡା ବଢ଼ିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।