Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2293488

Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H.1-ଲୋକସଭା ଗଠନ କରାଯାଇଛି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିସାରିଛି। ୧୦୦ ଦିନର ଏଜେଣ୍ଡା ଅନୁଯାୟୀ ସରକାର କାମ କରୁଛନ୍ତି ।ଏହାରି ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବା ନେଇ ଖବର ମିଳିଛି ।ସରକାର ଏହି ମୌସୁମୀ ଅଧିବେଶନରେ ୨୦୨୪-୨୫ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ମନ୍ତ୍ରଣାଳୟ ଜାନୁଆରୀ ୧୭ ସୁଦ୍ଧା ବିଭିନ୍ନ ମନ୍ତ୍ରଣାଳୟ ଏବଂ ହିତାଧିକାରୀଙ୍କ ସହ ଏହାର ପୂର୍ବ ପରାମର୍ଶ ବଜେଟ୍ ବୈଠକ ଆରମ୍ଭ କରିବ।

H.2-Cloudburst: ସିକ୍କିମର ମଙ୍ଗନ ଜିଲ୍ଲାରେ ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, ମଙ୍ଗନ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ଲାଚୁଙ୍ଗ ଗ୍ରାମରେ ୧୨୦୦ ରୁ ଅଧିକ ଘରୋଇ ପର୍ଯ୍ୟଟକ ଏବଂ ୧୫ ଜଣ ବିଦେଶୀ ନାଗରିକ ଫଶି ରହିଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ୧୦ ଜଣ ବାଂଲାଦେଶୀ, ୩ ଜଣ ନେପାଳରୁ ଏବଂ ଦୁଇଜଣ ଥାଇଲ୍ୟାଣ୍ଡରୁ ଅଛନ୍ତି। ମୁଖ୍ୟ ସଚିବ ଭି.ବି ପାଠକ ପାଣିପାଗ ସ୍ପଷ୍ଟ ରହିଲେ ପର୍ଯ୍ୟଟକଙ୍କୁ ଉଡ଼ାଯାହାଜ ଯୋଗେ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସହ ଆଲୋଚନା ଆରମ୍ଭ କରିଛନ୍ତି। ବିକଳ୍ପ ଭାବେ ସେମାନଙ୍କୁ ସ୍ଥଳପଥ ଦ୍ୱାରା ସ୍ଥାନାନ୍ତର କରାଯିବ। ତଥାପି, ସଂଯୋଗକୁ ପୁନଃ ସ୍ଥାପନ କରିବାକୁ ଏହା ଏକ ସପ୍ତାହ ଲାଗିପାରେ ବୋଲି ସେ କହିଛନ୍ତି।

H.3-କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଥିବା ୪୫ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ। ଆଜି ସେମାନଙ୍କ ମୃତଦେହ ଓଡ଼ିଶା ଫେରୁଛି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ ମର ଶରୀର। କଟକର ମହମ୍ମଦ ଜହୁର ଏବଂ ଗଞ୍ଜାମର ସନ୍ତୋଷ ଗୌଡ ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି । ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବନ୍ଧନରେ ବାନ୍ଧି ହୋଇଥିଲେ ମହମ୍ମଦ ଜହୁର । ଜହୁରଙ୍କ ପତ୍ନୀ ୭ ମାସର ଗର୍ଭବତୀ । କଟକ ତିଗିରିଆର କରଡାପଲ୍ଲୀ ଗାଁରେ ମହମ୍ମଦ ଜହୁରଙ୍କ ଘର ।

H.4-ଆଜି ରଜ ସଂକ୍ରାନ୍ତି। ଘରେ ଘରେ ରଜଦୋଳି ଗୀତ ସାଙ୍ଗକୁ ପିଠା ପଣାର ମହକ ।ଉତ୍ସବ ମୁଖର ଗାଁ ଠୁ ସହର । ହେଲେ ଗତବର୍ଷ ଭଳି ଏଥର ବି ଭିନ୍ନ ପରିବେଶରେ ପାଳନ ହୋଇଛି ରଜ ମଉଜ । ଓଡି଼ଆ ତଥା ଓଡି଼ଶାର ଗଣପର୍ବ ରଜ ୩ ଦିନ ବେଶ ଆନନ୍ଦ ସହକାରେ ପାଳନ କରିଥାନ୍ତି ସଭିଏଁ ।ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରର ଗଳିକନ୍ଦି ପର୍ଯ୍ୟନ୍ତ ରଜର ମାହୋଲ ଜମିଛି। ଦୋଳିରେ ପିଲାମାନେ ଝୁଲୁଥିବାର ନଜର ଆସିଛି।  ଏହି ଉପଲକ୍ଷେ ଜମିଛି ରଜ ଆସର। ସବୁ ବର୍ଷ ଭଳି ରଜପର୍ବ ପାଳନ ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ପାନ୍ଥନିବାସରେ ବ୍ୟାପକ ଆୟୋଜନ କରାଯାଇଛି । ପାନ୍ଥ ନିବାସରେ ହେବାକୁ ଥିବା ରଜ ମହୋତ୍ସବ ବୁଧବାର ଠାରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ। ଏଠାରେ ଲୋକଙ୍କ ପାଇଁ ପୋଡ଼ ପିଠା, କାକରା ପିଠା, ରଜପାନ ସହ ବିଭିନ୍ନ ପ୍ରକାରର ମିଠା ଓ ମିଠା ବିକ୍ରି ହେବ ।

H.5- ଆସନ୍ତା ଜୁନ୍ ୨୨ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଭୋର୍ ୫ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ଓ ତିନିଠାକୁର ସ୍ନାନବେଦିରେ ବିଜେ ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ। ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ। ଶ୍ରୀମନ୍ଦିର ଛତିଶାନିଯୋଗ ଆଜି ଏହି ନୀତିକାନ୍ତିରେ ମୋହର ମାରିଛି।

H.6-Weather Report: ଆଜି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ। ଆଜି ପାଗର ଖରା ଛାଇ ଖେଳ ଦେଖିବାକୁ ମିଳିବ। ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା, ପବନ ଡରାଉଥିବା ବେଳେ ଆଉ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଏପରି ସ୍ଥଳେ ଆଜି ରାଜ୍ୟର ୧୬ ଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡ଼ା, ସୋନପୁର,ନୂଆପଡ଼ା, ନୂଆପଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ,କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

H.7-ରାଷ୍ଟ୍ରପତି ଭବନରେ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ରଜ ପାଳିତ ହୋଇଛି। ଖୁବ୍ ଧୁମ୍ ଧାମରେ ମୟୂରଭଞ୍ଜ ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ କରମା ନୃତ୍ୟ ସହିତ ପାଳନ କରାଯାଇଛି ରଜ ମହୋତ୍ସବ। ରାଷ୍ଟ୍ରପତି ଭବନ(Rashtrapati Bhavan)ରେ ରଜ ପର୍ବ ଅବସରରେ ପୋଡ଼ ପିଠା, ପାନ, ପଣା ସମେତ ଅନେକ ପ୍ରକାରର ଓଡ଼ିଆ ପାରମ୍ପରିକ ସୁସ୍ବାଦୁ ଖାଦ୍ୟ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର (RBCC)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପ ପ୍ରଜ୍ବଳନ କରି ରଜ ପର୍ବର ଶୁଭାରମ୍ଭ ହୋଇଥିଲା ।ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା କରମା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ(Sambalpuri Dance), ଭୁବନେଶ୍ବରର ମୟୂରଭଞ୍ଜ କଳା କେନ୍ଦ୍ର ଦ୍ବାରା ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା।

H.8-ମୋଦୀ ସରକାର ୩.୦ ଆରମ୍ଭ ହେବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବିଭିନ୍ନ ସମୟରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସାମ୍ନାକୁ ଆସୁଛି ଯାହାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି । ଆଜି ଶାହାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ଜମ୍ମୁକଶ୍ମୀର ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା ହେବା ନେଇ ଜୁନ ୧୬ରେ ଏକ ବୈଠକ ଡକାଯାଇଛି। ଉକ୍ତ ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

H.9-ଜୁଲାଇ ପହିଲାରୁ ଦେଶରେ ଲାଗୁହେବ ନାଗରିକ ନ୍ୟାୟ ସଂହିତା। ଏହାସହିତ ୧୫୦ ବର୍ଷରୁ ଊର୍ଧ୍ବ ସମୟ ଧରି ଜାରି ରହିଥିବା ଆଇପିସି, ସିଆର୍‌ପିସି ଓ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ଭଳି ବ୍ରିଟିସ୍‌ ନିୟମ ହଟିଯିବ । ଏନେଇ ଗତ ଫେବ୍ରୁଆରି ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଭାସି ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ଯୋଗଦେଇ ନୂଆ ଆଇନ ଲାଗୁ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

H.10- ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ନିଟ୍-ୟୁଜି ୨୦୨୪ରେ ଅନିୟମିତତା ଅଭିଯୋଗ । ସିବିଆଇ ତଦନ୍ତ ପାଇଁ ହେଲା ଆବେଦନ। ଏବେ ସୁପ୍ରିମକୋର୍ଟ(Supremecourt) କେନ୍ଦ୍ର ସରକାର, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ନୋଟିସ କରି ଜବାବ ମାଗିଛନ୍ତି ।