Odisha Diphtheria Case: ତିନି ଜିଲ୍ଲାକୁ ବ୍ୟାପିଲାଣି ଡିପଥେରିଆ, ୧୫ ଦିନ ହେଲାଣି କାବୁ ପାଉନି ସରକାର
Advertisement
Article Detail0/zeeodisha/odisha2297744

Odisha Diphtheria Case: ତିନି ଜିଲ୍ଲାକୁ ବ୍ୟାପିଲାଣି ଡିପଥେରିଆ, ୧୫ ଦିନ ହେଲାଣି କାବୁ ପାଉନି ସରକାର

Diphtheria: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଏହା ଏକ ବାୟୁ ବାହିତ ସଂକ୍ରମଣ। ସାଧାରତଃ ସଂକ୍ରମିତ ରୋଗକୁ ରୋକିବା ଲାଗି ଯେଉଁ ପରିମଳ ବ୍ୟବସ୍ଥା ଗ୍ରହଣ କରାଯାଏ ଯେମିତି ହାତ ଧୋଇବା, ମାସ୍କ ପିନ୍ଧିବା ତାହାକୁ ଗ୍ରହଣ କରିବା ଦରକାର। ପରିସ୍ଥିତି ଉପରେ ଏବେ ନଜର ରଖାଯାଇଛି  ଏବଂ ଗୁରୁତର ରୋଗୀଙ୍କୁ ବିଭିନ୍ନ ହସ୍‍ପିଟାଲ୍‍ ସ୍ଥାାନାନ୍ତର କରାଯାଇଥିବା ସେ କହିଛନ୍ତି।

Odisha Diphtheria

ଭୁବନେଶ୍ୱର: ଯେଉଁ ଅଞ୍ଚଳ ଦିନେ ହଇଜା ପାଇଁ ସାରା ଭାରତରେ ନଜରକୁ ଆସିଥିଲା ଏବେ ୧୫ ଦିନରୁ ଅଧିକ ସମୟ ହେଲାଣି ସେଠାରେ ଭୟଙ୍କର ଡିପ୍‍ଥେରିଆ ଆତଙ୍କ ସୃଷ୍ଟି ହୋଇଛି।  ହେଲେ ଏହାର ପ୍ରକୃତ କାରଣ ଓ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରିନି ସ୍ୱାସ୍ଥ୍ୟ ବିଭାଗ। ଫଳରେ ଏବେ ରାୟଗଡ଼ାର କାଶୀପୁର ସମେତ କୋରାପୁଟ, କଳାହାଣ୍ଡିକୁ ଏହିରୋଗ ବ୍ୟାପିବାରେ ଲାଗିଛି। ଏହି ବାୟୁଦ୍ୱାରା ସଂକ୍ରମିତ ରୋଗକୁ ରୋକିବା ଲାଗି ଆସନ୍ତା କାଲିଠାରୁ ଟିକା ଦେବାକୁ ସ୍ଥିର କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। 

ଡିପଥେରିଆ ଏକ ଭୟଙ୍କର ରୋଗ, ଯେଉଁଥିରେ ଜ୍ୱର କାଶ ହେବା ସହ ନାକରୁ ରକ୍ତ ପଡ଼ିବା ମଧ୍ୟ ଲକ୍ଷ୍ୟ କରାଯାଏ। ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା ସହ ଶ୍ୱାସ ଗ୍ରନ୍ଥୀ ଫୁଲିବା ବି ଦେଖାଯାଇଥାଏ। ଉଚିତ ଚିକିତ୍ସା ନହେଲେ ତାହାଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ପ୍ରଥମରୁ ଅଜଣା ରୋଗ ଭାବେ ପରିଚିତ ଥିବା ଏହି ଡିପଥେରିଆ ୫ ଜଣଙ୍କ ଜୀବନ ନେବା ପରେ ଏବେ ଆଣ୍ଟି ବାୟୋଟିକ୍‍ ଦ୍ୱାରା ରୋକାଯାଇପାରିବ ବୋଲି ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି। ଏହା ସହ ଯେଉଁମାନେ ଟିକା ନନେଇଛନ୍ତି ସେମାନଙ୍କୁ ଟିକା ଏବଂ ସମସ୍ତଙ୍କ ଲାଗି ବୁଷ୍ଟର ଡୋଜ୍‍ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା। ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଟିକା ନନେଇଥିବେ ସେମାନଙ୍କ ଲାଗି ଟିକା ବ୍ୟବସ୍ଥା କରାଯାଇଛି। ଏହି ଟିକା ୫ରୁ ୧୫ ବର୍ଷ ଏପରିକି ବୃଦ୍ଧ ବ୍ୟକ୍ତି ବି ନେଇପାରିବେ ବୋଲି କୁହାଯାଇଛି। ଅପରପକ୍ଷେ ବିଭାଗ ଏକ ବୁଷ୍ଟର ଡୋଜ ପ୍ରଦାନର ବ୍ୟବସ୍ଥା ବି କରିଛି। ଏଥିରେ ଟିକା ନିଅନ୍ତୁ ବା ନ ନିଅନ୍ତୁ ସବୁ ବର୍ଗର ବ୍ୟକ୍ତି ନେଇପାରିବେ ବୋଲି ସେ କହିଛନ୍ତି। 

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଏହା ଏକ ବାୟୁ ବାହିତ ସଂକ୍ରମଣ। ସାଧାରତଃ ସଂକ୍ରମିତ ରୋଗକୁ ରୋକିବା ଲାଗି ଯେଉଁ ପରିମଳ ବ୍ୟବସ୍ଥା ଗ୍ରହଣ କରାଯାଏ ଯେମିତି ହାତ ଧୋଇବା, ମାସ୍କ ପିନ୍ଧିବା ତାହାକୁ ଗ୍ରହଣ କରିବା ଦରକାର। ପରିସ୍ଥିତି ଉପରେ ଏବେ ନଜର ରଖାଯାଇଛି  ଏବଂ ଗୁରୁତର ରୋଗୀଙ୍କୁ ବିଭିନ୍ନ ହସ୍‍ପିଟାଲ୍‍ ସ୍ଥାାନାନ୍ତର କରାଯାଇଥିବା ସେ କହିଛନ୍ତି। ଷ୍ଟ୍ରନ୍‍ ବଦଳ କିମ୍ବା ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଏପରି ରୋଗ ହୋଇଥାଏ। ଏହାକୁ ଆଣ୍ଟିବାୟୋଟିକ୍‍ ଦ୍ୱାରା ବିଲୋପ କରି ହେବ ଏଣୁ ଭୟର କିଛି କାରଣ ନାହିଁ ବୋଲି ସେ କହିଛନ୍ତି।