Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1.

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1. ବିଜେଡ଼ିରେ ଯୋଗଦେଲେ ସୁରେନ୍ଦ୍ର
ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ସୁରେନ୍ଦ୍ର ସିଂହ ଭୋଇ ନିଜର ସମର୍ଥକଙ୍କ ସହିତ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ଟୁକୁନି ସାହୁଙ୍କ ଉପସ୍ଥିତିରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ଶ୍ରୀ ଭୋଇ। ଶ୍ରୀ ଭୋଇଙ୍କ ସହିତ ୧୩ ସମିତି ସଭ୍ୟ ଓ ୧୨ ସରାୟୁଁ ମଧ୍ୟ ବିଜେଡ଼ିରେ ଯୋଗଦାନ କରିଛନ୍ତି।  ସୂଚନାଯୋଗ୍ୟ ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦବୀ ଗ୍ରହଣ କରୁଥିଲେ। ଶ୍ରୀ ଭୋଇ ତିନିଥର ବିଧାୟକ ମଧ୍ୟ ରହିଛନ୍ତି। ଦୀର୍ଘ ୩୮ ବର୍ଷ କାଳ ସେ କଂଗ୍ରେସ ସହ ସମ୍ପୃକ୍ତ ଥିଲା। ସଇଁତଳା ଏବଂ ଟିଟିଲାଗଡ଼ରେ ନିଜର ଲୋକପ୍ରିୟତା ରକ୍ଷା କରିଛନ୍ତି ଶ୍ରୀ ଭୋଇ।

H2. ସମଲେଶ୍ୱରୀଙ୍କ ଦର୍ଶନ କଲେ ପ୍ରଣବପ୍ରକାଶ ଦାସ
ଆଜି ମା ସମଲେଶ୍ୱରୀ ଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଦାସ। ବିଜୁ ଜନତା ଦଳରୁ ସମ୍ବଲପୁର ଲୋକସଭା ସିଟ ପାଇବା ପରେ ଆଜି ସେ ସମ୍ବଲପୁର ପହଂଚି ମା ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ବଲପୁର ମୋ ଘର ବୋଲି କହିଥିଲେ। ସମଲେଶ୍ୱରୀ ମନ୍ଦିର ରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା।

H3. ବିଜେପି ଛାଡ଼ିଲେ ପ୍ରକାଶ ବେହେରା
ପ୍ରାର୍ଥୀ ଘୋଷଣା ଲାଗି ପ୍ରସ୍ତୁତ ହେଉଥିବା ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା। ଦଳର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। 

H4. ସୁକାନ୍ତ ନାୟକଙ୍କ ଇସ୍ତଫା
ନୀଳଗିରି ବିଧାୟକ ତଥା ବିଜେପି ନେତା ସୁକାନ୍ତ ନାୟକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। “ଆଜି ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଲି। ଦଳର ସଭାପତିଙ୍କୁ ଏହି ଇସ୍ତଫାପତ୍ର ପଠାଇଛି। କର୍ମୀ ଓ ସହଯୋଗୀଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଜଣାଇବି। ଇସ୍ତଫାର କାରଣ ବି ପଛରେ କହିବି” ବୋଲି କହିଛନ୍ତି ସୁକାନ୍ତ। ୨୦୧୯ ନିର୍ବାଚନ ସମୟରେ ସୁକାନ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ଆହ୍ୱାନରେ ବିଜେପିରେ ଯୋଗ ଦେଇଥିଲେ।

H5. ପ୍ରଫୁଲ୍ଲ ପଟେଲ୍‍ଙ୍କ ବିରୁଦ୍ଧରେ ସିବିଆଇ ମାମଲା ରଦ୍ଦ
ତତ୍‍କାଳୀନ ବେସାମିକ ମନ୍ତ୍ରୀ ପ୍ରଫୁଲ୍‍ ପଟେଲ୍‍ଙ୍କ ବିରୁଦ୍ଧରେ ଚାଲିଥିବା ସିବିଆଇ ମାମାଲା ରଦ୍ଦ ହୋଇଛି। ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସ ସମ୍ମିଶ୍ରଣ ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସିବିଆଇ ଏବଂ ଇଡିଙ୍କ ଦ୍ୱାରା ତାଙ୍କୁ ମଧ୍ୟ୍ର ପୂର୍ବରୁ ପଚରାଉଚରା କରାଯାଇଥିଲା। ଏନ୍‍ଡିୀଏରେ ଯୋଗ ଦେବା ପରେ ଏହି ମାମଲାକୁ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି।

H6. ଏପ୍ରିଲ ୪ରୁ ଜେଇଇ ମେନ୍‍
ଏପ୍ରିଲ ୪ ରୁ ଆରମ୍ଭ ହେବ  ଦ୍ୱିତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ପରୀକ୍ଷା। ଦେଶର ୩୧୯ ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି  (ଏନ୍‍ଟିଏ) ଦ୍ୱାରା  ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ପରୀକ୍ଷାର୍ଥୀମାନେ ଏନ୍‍ଟିଏର ଅଫିସିଆଲ ୱେବସାଇଟ୍ jeemain.nta.ac.in ରୁ ଉଭୟ ପେପର ୧ ଏବଂ ପେପର ୨ ପାଇଁ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଡାଉନଲୋଡ୍ କରିପାରିବେ । ୯ ତାରିଖ ଯାଏ ପରୀକ୍ଷା ଚାଲିବ।

H7. ପାଣ୍ଡିଆନ୍‍ଙ୍କ ସୁରକ୍ଷାରେ ୭୪ ଜଣ ପୁଲିସ 
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ ଫାଇଭ୍‍-ଟି ଓ ନୂଆ ଓଡ଼ିଶା ଅଧ୍ୟକ୍ଷ ତଥା ବିଜେଡିର ମୁଖ୍ୟ ରଣନୀତିକାର ଭିକେ ପାଣ୍ଡିଆନ୍‍ଙ୍କ ସୁରକ୍ଷାରେ ୭୪ଜଣ ପୁଲିସ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏହା ସହ ଗୋଟିଏ ପୁଲିସ ଗାଡ଼ି ମଧ୍ୟ ତାଙ୍କ ସୁରକ୍ଷା କାର୍ଯ୍ୟରେ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିଛି। କମିଶନରେଟ୍‍ ପୁଲିସ ପକ୍ଷରୁ ଏସବୁ ବ୍ୟବସ୍ଥା କରାଯାଇଥିବା ରିଜର୍ଭ ପୁଲିସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି। 

H8. ମୁଖ୍ୟମନ୍ତ୍ରୀଙ୍କୁ ଜଗୁଛନ୍ତି ୨୬୮ ପୁଲିସ 
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୨୬୮ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଦରକାର ଅନୁସାରେ ଏହି କର୍ମୀଙ୍କ ସଂଖ୍ୟା ବୃଦ୍ଧି ବା ହ୍ରାସ ପାଉଛି ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ୩ଟି ଶିଫ୍ଟରେ ଏହି ପୁଲିସ କର୍ମୀ କାମ କରୁଥିବା କୁହାଯାଇଛି। ଏହି ୨୬୮ ପୁଲିସଙ୍କ ଭିତରୁ ୩୨ଜଣ କମିଶନରେଟ୍‍ ପୁଲିସ ହୋଇଥିବାବେଳେ ୨୩୬ଜଣ ହେଉଛନ୍ତି ବାଟାଲିୟନର ସୁରକ୍ଷା କର୍ମୀ। ୨୪ ଘଣ୍ଟା ଏହି ପୁଲିସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଘର, ଆଖପାଖ, ଟ୍ରାଫିକ୍‍ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଲାଗି ନିୟୋଜିତ ହୋଇଥିବା ଜଣାଇଛନ୍ତି କମିଶନରେଟ ପୁଲିସ। ସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମାଗିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ପୁଲିସ ବିଭାଗ ଏହି ତଥ୍ୟ ରଖିଛି।

H9. ଏପ୍ରିଲ୍‍ ୨ରୁ ନୂଆ ସ୍କୁଲ୍‍ ଖୋଲିବ
ଏପ୍ରିଲ୍‍ ୨ ତାରିଖରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ। ସ୍କୁଲ୍‍ଗୁଡ଼ିକୁ ଏଥିଲାଗି ପ୍ରସ୍ତୁତ କରିବାକୁ ଓଡ଼ିଶା ସ୍କୁଲ୍‍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ତେବେ କେବଳ ପ୍ରଥମରୁ ୯ମ ଶ୍ରଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶନ ସହ ତାହାକୁ ପ୍ରଦାନ କରିବାକୁ ଶ୍ରୀ ସାହା ନିରଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ଜଣାଇ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏବେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଗୟୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦେଖି ସକାଳୁଆ ସ୍କୁଲ୍‍ ହେବା ସମ୍ଭାବନା ରହିଛି। ତେବେ ଏଥିନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନାହିଁ।

H10. IPL 2024 KKR vs RCB
ଶୁକ୍ରବାର ଦିନ ଆଇପିଏଲ୍ ୨୦୨୪ ରେ କେକେଆର୍ ଓ ଆରସିବି ମଧ୍ୟରେ ଏକ ହାଇ ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ୍ ବିରାଟ କୋହଲି ବନାମ ଗୌତମ ଗମ୍ଭୀର ଭାବରେ ମଧ୍ୟ ଦେଖାଯାଉଛି। କେକେଆର ନିଜେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛି ଓ ଏହାର ବିରାଟ ବନାମ ଗମ୍ଭୀରତା ଦେଖାଇବାକୁ ଚେଷ୍ଟା କରିଛି।