Top 10 News Headlines: ସଞ୍ଜୟ ମଲହୋତ୍ରା ଆରବିଆଇର ନୂତନ ଗଭର୍ଣ୍ଣର ହେବାକୁ ଯାଉଛନ୍ତି, ସେ ୧୧ ଡିସେମ୍ବରରୁ ଏହି ପଦ ଗ୍ରହଣ କରିବେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 9 December 2024: H1. Bhadrak Police Raid: ଭଦ୍ରକରେ ବ୍ରାଉନ୍ ସୁଗାର ଲିଙ୍କ୍ ନେଇ ପୋଲିସର ରେଡ୍। ଏହି ରେଡ୍ ସମୟରେ ଦୁଇଟି ଘରୁ ୩୦ ଲକ୍ଷ ଟଙ୍କା ଜବତ ହୋଇଛି। ଖବର ଅନୁଯାୟୀ ଜଣେ ମହିଳା ଅଟକ ରଖାଯାଇଛି। ଏହା ସମେତ ବହୁ ପରିମାଣର ବ୍ରାଉନ୍ସୁଗାର ଜବତ ହୋଇଥିବା ସୂଚନା ମିଳିଛି।
H2. Ex-BJD MP Sujeet Kumar files nomination: ସୁଜିତ କୁମାର ସୋମାବର ଦିନ ପୁନର୍ବାର ରାଜ୍ୟସଭା ପାଇଁ ନିଜର ନାମାଙ୍କନ ଦାଖଲ କରିଛି। ସେ ବିଜେପି ଦଳରୁ ନିଜ ନାମାଙ୍କନ ଭରିଛନ୍ତି। ତାଙ୍କ ନାମଙ୍କନ ଭରିବା ସମୟରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ବିଜେପି ରାଜ୍ୟ ସଭାପତିଙ୍କ ସହ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ। କହିରଖୁଛୁ ଯେ ନିକଟରେ ସେ ରାଜ୍ୟସଭା ସମେତ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ।
H3. IIT Bhubaneswar All Set to Host Smart India Hackathon 2024: ଆଇଆଇଟି ପରିସରରେ ପ୍ରଥମଥର ପାଇଁ ଦେଶର ସଫ୍ଟଓ୍ୱେର ହାକାଥର ଅନୁଷ୍ଠିତ ହେବ। ଆସନ୍ତା ୧୧ ଓ ୧୨ ତାରିଖରେ ଏହି ଟେକ୍ନୋଲୋଜି ପ୍ରଦର୍ଶନୀରେ ଦେଶର ୨୬ଟି ବଛା ବଛା ଦଳ ଯୋଗ ଦେବେ। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର କୋଡିଂ ଓ ପ୍ରୋଗ୍ରାମିଂରେ ତାଙ୍କର ଦକ୍ଷତା, ଦଖଲ ଓ କ୍ଷମତା ପ୍ରଦର୍ଶନ କରିବେ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟପନ କରିବା କାର୍ଯ୍ୟକ୍ରମ ରହିଛି।
H4. RBI New Governor Sanjay Malhotra: ସଞ୍ଜୟ ମଲହୋତ୍ରା ଆରବିଆଇର ନୂତନ ଗଭର୍ଣ୍ଣର ହେବାକୁ ଯାଉଛନ୍ତି, ସେ ୧୧ ଡିସେମ୍ବରରୁ ଏହି ପଦ ଗ୍ରହଣ କରିବେ। ବର୍ତ୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି, ତେଣୁ ସଞ୍ଜୟ ମଲହୋତ୍ରାଙ୍କ ନାମକୁ ନୂତନ ଗଭର୍ଣ୍ଣର ଭାବରେ ଅନୁମୋଦନ କରାଯାଇଛି। ବର୍ତ୍ତମାନର ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବର ୨୦୨୪ ରେ ଶେଷ ହେବ।
H5. UPSC CSE Mains Result 2024: ୟୁପିଏସି ମେନ୍ସ ଫଳାଫଳ ୨୦୨୪ ପ୍ରକାଶ କରିଛି। ସିଭିଲ ସର୍ଭିସେସ୍ ମେନ୍ ପରୀକ୍ଷା ୨୦୨୪ ପାଇଁ ହାଜର ହୋଇଥିବା ସମସ୍ତ ପ୍ରାର୍ଥୀ ରେଜଲ୍ଟକୁ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଚେକ୍ କରିପାରିବେ। କଟ୍ଅଫ୍ ମାର୍କ, ମେରିଟ୍ ଲିଷ୍ଟ ଏବଂ ଅନ୍ୟାନ୍ୟ ସୂଚନା ମଧ୍ୟ ଅଫିସିଆଲ୍ ୱେବସାଇଟରେ ରେଜଲ୍ଟ ସହିତ ସେୟାର କରାଯାଇଛି।
H6. One Nation One Election BIll: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଚଳିତ ସଂସଦ ଅଧିବେଶନରେ 'ୱାନ ନେସନ, ୱାନ ଇଲେକ୍ସନ' ବିଲ୍ ଉପସ୍ଥାପନ କରିପାରିନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଶୀତକାଳୀନ ଅଧିବେଶନରେ ସରକାର ଏହି ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। କହିରଖୁଛୁ ଯେ ୱାନ ନେସନ, ୱାନ ଇସେକ୍ସନ ଉପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିସାରିଛି।
H7. Jagdeep Dhankhar No Confidence Motion: ଇଣ୍ଡିଆ ମେଣ୍ଟ ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିଭିନ୍ନ ଦଳର ପ୍ରାୟ ୭୦ ସାଂସଦ ଏହି ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି। କହିରଖୁଛୁ ଯେ ରାଜ୍ୟସଭା ଅଧିବେଶନରେ ଇଣ୍ଡିଆ ମେଣ୍ଟ ସାଂସଦମାନେ ଉପର-ଗୃହରେ ଶାସକ ସଦସ୍ୟଙ୍କ ପ୍ରତି ପକ୍ଷପାତିତା ପ୍ରଦର୍ଶନ କରି ବାରମ୍ବାର ଅଭିଯୋଗ କରୁଛନ୍ତି।
H8. Noida Airport Trial Run: ନୋଏଡା ବିମାନବନ୍ଦର ପାଇଁ ସୋମବାର ଏକ ବଡ଼ ଦିନ ଥିଲା। ନୋଏଡା ବିମାନବନ୍ଦରର ରନୱେରେ ଏକ ବିମାନକୁ ସଫଳତାର ସହିତ ଲ୍ୟାଣ୍ଡିଂ କରାଯାଇଛି। ସୋମବାର ଦିନ ଅପରାହ୍ନ ୧.୩୧ ରେ ନୋଏଡା ବିମାନବନ୍ଦରର ରନୱେରେ ପ୍ରଥମ ଥର ପାଇଁ ସଫଳତାର ସହ ଲ୍ୟାଣ୍ଡିଂ କରି ଏହି ବିମାନ ଇତିହାସ ସୃଷ୍ଟି କରିଛି।
H9. Aam Aadmi Party second list: ଆମ୍ ଆଦମୀ ପାର୍ଟି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି। ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନଥିଲେ ମଧ୍ୟ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛି। ପୂର୍ବରୁ ଦଳ ୧୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ବର୍ତ୍ତମାନ ପୁଣି ଦଳ ୨୦ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି। ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ଦଳର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆସନ ପରିବର୍ତ୍ତନ କରାଯାଇଛି।
H10. BCCI new interim secretary: ଭାରତୀୟ କ୍ରିକେଟ୍ ବୋର୍ଡର ପୂର୍ବତନ ସଚିବ ଜୟ ଶାହ ବର୍ତ୍ତମାନ ଆଇସିସି ସଭାପତି ଅଟନ୍ତି। ସେ ଏହି ଦାୟିତ୍ୱ ୧ ଡିସେମ୍ବର ୨୦୨୪ ରେ ଗ୍ରହଣ କରିଥିଲେ। ଏହା ପରେ ବିସିସିଆଇର ସଚିବ ପଦ ଖାଲି ପଡିଥିଲା। କିନ୍ତୁ ବୋର୍ଡର ସଭାପତି ରୋଜର ବିନ୍ନି ତାଙ୍କ ବିଶେଷ କ୍ଷମତା ବ୍ୟବହାର କରି ଯୁଗ୍ମ ସଚିବ ଦେବଜିତ୍ ସାଇକିଆଙ୍କୁ ଆନ୍ତରୀଣ ସଚିବ କରିଛନ୍ତି। ଜଣେ ନୂତନ ସଚିବ ନିଯୁକ୍ତ ନହେବା ପର୍ଯ୍ୟନ୍ତ ସାଇକିଆ ଏହି ପଦବୀରେ ରହିବେ ଏବଂ ସମସ୍ତ କାର୍ଯ୍ୟ ପରିଚାଳନା କରିବେ।