Top 10 News: ଚାଷିଙ୍କୁ ମିଳିଲା ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି, ୧୬ ତାରିଖରୁ ହେବ ରତ୍ନଭଣ୍ଡାର ମରାମତି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2549813

Top 10 News: ଚାଷିଙ୍କୁ ମିଳିଲା ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି, ୧୬ ତାରିଖରୁ ହେବ ରତ୍ନଭଣ୍ଡାର ମରାମତି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Headlines 8 December 2024

Top 10 News Headlines 8 December 2024: H1. Farmers get Rs 800 additional input assistance: ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା ।

H2. DS Kutey has been appointed as BSF IG: ଏକଦା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନ୍ୟତମ ପ୍ରମୁଖ ଅଧିକାରୀ ସାଜିଥିବା ଆଇପିଏସ୍‍ ଅଧିକାରୀ ଧିରେନ୍ଦ୍ର ସାମ୍ଭାଜୀ କୁଟ୍ଟେ ଓରଫ ଡିଏସ୍‍ କୁଟ୍ଟେଙ୍କୁ ବିଏସ୍‍ଏଫ୍‍ ଆଇଜି ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି। 

H3. ASI Plans Urgent Repairs for Ratna Bhandar: ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏନେଇ ଆସନ୍ତା ଦୁଇଦିନ ଭିତରେ ବୈଠକ ବସିବ ବୋଲି ସୂଚନା ମିଳିଛି। ମରାମତି କରିବା ପାଇଁ ଦିନକୁ ୫ଘଣ୍ଟାର ସମୟ ଆବଶ୍ୟକ। 

H4. CBI arrests three in Odisha over tender-fixing: ସିବିଆଇ ମେଗା ରେଡ୍ ଘଟଣାରେ ୩ ଗିରଫ। ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା ଓ ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟରଦେବଦତ୍ତ ମହାପାତ୍ର ଗିରଫ ହୋଇଛନ୍ତି। ବ୍ରିଜ ଆଣ୍ଡ ରୁଫ କମ୍ପାନୀର କାଗଜପତ୍ର ସହ ୩ଟି କାର୍ ଜବତ ହୋଇଛି। ସିବିଆଇ ରେଡ୍ ଘଟଣାରେ ୩ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଦେବଦତ୍ତଙ୍କ ଘରୁ ରେଡ୍‌ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ। 

H5. Biswabhusan Harichandan appointed Chairman Advisory CNMS: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ ମିଳିଛି। ନୂଆଦିଲ୍ଲୀ ସ୍ଥିତ ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ଭାବେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତ ହୋଇଛନ୍ତି । ଦେଶର ବିକାଶ ଓ ଏହ ସହ ଜଡ଼ିତ ବିଭିନ୍ନ ଯୋଜନା ସଂପର୍କରେ ଅଧ୍ୟୟନ ସେଣ୍ଟର ଫର ନରେନ୍ଦ୍ର ମୋଦି ଷ୍ଟଡିଜ ଖୋଲା ଯାଇଛି। ଏହାର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ମିଳିଛି। 

H6. National Panchayat Awardees 2024: ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି। ଏହି ପୁରସ୍କାରଗୁଡିକ ତୃଣମୂଳ ସ୍ତରରେ ଅନ୍ତର୍ଭୂକ୍ତ ତଥା ନିରନ୍ତର ବିକାଶ ଦିଗରେ ଉତ୍କର୍ଷର ମାନ୍ୟତା ଭାବରେ ପଞ୍ଚାୟତ ରାଜ ଅନୁଷ୍ଠାନଗୁଡିକର ଆଦର୍ଶ ଉଦ୍ୟମକୁ ଦେଖି ପ୍ରଦାନ କରାଯାଏ। ଓଡ଼ିଶାରୁ ମଧ୍ୟ ୭ ଜଣଙ୍କୁ ଏହି ରାଷ୍ଟ୍ରପତି ଏହି ପୁରାସ୍କାର ପ୍ରଦାନ କରିବ। 

H7. New universities will be opened in many states: ନୂତନ କେନ୍ଦ୍ରିୟ ଏବଂ ନବୋଦୟ ବିଦ୍ୟାଲୟ ଖୋଲିବା ଘୋଷଣା ପରେ ଖୁବ ଶୀଘ୍ର କେନ୍ଦ୍ର ଦେଶରେ ଅଧିକ ନୂତନ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଘୋଷଣା କରିବାକୁ ଯାଉଛି। ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି। ସେହି ରାଜ୍ୟ ତଥା ଜିଲ୍ଲାମାନଙ୍କରେ ଏହା ଖୋଲିବାକୁ ଯୋଜନା କରାଯାଇଛି ଯାହାର ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ (GER) ଜାତୀୟ ହାରଠାରୁ କମ୍ ।

H8. Odisha Weather Update: ଓଡ଼ିଶାରେ ବଢ଼ିବ ଶୀତ। ବିଗତ କିଛି ଦିନ ହେବ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଥିଲା। ମାତ୍ର ଗତକାଲି ଠାରୁ ରାତି ତାପମାତ୍ରା  ୨ ରୁ ୪ ଡିଗ୍ରୀ ଖସିଛି ଓ ଥଣ୍ତା ବଢ଼ିଥିବା ଅନୂଭୁତ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସୋମବାର ଅର୍ଥାତ ୯ ତାରିଖରୁ ପାରଦ ଖସିବା ଓ ଶୀତ ବଢିବ।

H9. U19 Asia Cup 2024 Final: ବାଂଲାଦେଶ ରବିବାର ଦିନ ଅଣ୍ଡର-୧୯ ଏସିଆ କପ୍ ୨୦୨୪ ଟାଇଟଲ୍ ଜିତିଛି। ଦୁବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବାଂଲାଦେଶ ଭାରତକୁ ୫୯ ରନରେ ପରାସ୍ତ କରି ଟାଇଟଲ ଜିତି ନେଇଛି। ଏହା ସମେତ ନବମ ଥର ଟ୍ରଫି ଜିତିବାର ଭାରତର ସ୍ୱପ୍ନ ଧ୍ୱଂସ ହୋଇଯାଇଛି। କହିରଖୁଛୁ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସବୁଠାରୁ ସଫଳ ଦଳ ଏବଂ ଆଠ ଥର ଟ୍ରଫି ଜିତିଛି। 

H10. Australia defeated India by 10 wickets: ବୋର୍ଡର ଗାଭାସ୍କର ଟ୍ରଫିର ୫ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି । ଆଡିଲେଡ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ସିରିଜକୁ ୧-୧ ରେ ବରାବର କରିଛି। ଓଡ଼ିଶାରୁ ମଧ୍ୟ ୭ ଜଣଙ୍କୁ ଏହି ରାଷ୍ଟ୍ରପତି ଏହି ପୁରାସ୍କାର ପ୍ରଦାନ କରିବ।