Top 10 News: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ, ଚିଲିକା ଉପରେ ଯିବ ଜାତୀୟ ରାଜପଥ! ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2548644

Top 10 News: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ, ଚିଲିକା ଉପରେ ଯିବ ଜାତୀୟ ରାଜପଥ! ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୋଲିସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 7 December 2024

Top 10 News Headlines 7 December 2024: H1. National Highway to go over Chilika: ଅନେକ ଦିନ ହେଲା ପଡ଼ି ରହିଥିବା ଗୋପାଳପୁର-ସାତପଡ଼ା ରାସ୍ତା ସଂଯୋଗ ପ୍ରକଳ୍ପ ଲାଗି  ପୁଣିଥରେ ତତ୍ପର ହୋଇଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଚିଲିକାର ଛାତି ଉପରେ ଏହି ରାଜପଥ ଯିବ। ପ୍ରାୟ ୨୯୫ କିଲୋମିଟର ଏହି ରାଜପଥ ପାଇଁ ଚିଲିକା ଉପରେ ପୋଲ ନିର୍ମାଣ କେତେ ସମ୍ଭବ ତାହାକୁ ସର୍ବେକ୍ଷଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶର ଏକ ପ୍ରକଳ୍ପ କନ୍‍ସଲଟାନ୍ସୀ ସଂସ୍ଥାକୁ ଆଦେଶ ଦେଇଛନ୍ତି। 

H2. Railway Minister inaugurates east side station building: ଶନିବାର ସନ୍ଧ୍ୟାରେ କଟକ ରେଳ ଷ୍ଟେସନରେ ପୂର୍ବ ପାର୍ଶ୍ୱ (ଜାତୀୟ ରାଜପଥ ପାର୍ଶ୍ୱ) ଷ୍ଟେସନ ଭବନକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି। ଏହି ଅବସରରେ ରେଳ ମନ୍ତ୍ରୀ କହିଛନ୍ତି ଯେ ହାୱାଡା ଚେନ୍ନାଇ ମାର୍ଗରେ ଏହି ଅଞ୍ଚଳର ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଚାରୋଟି ରେଳ ଟ୍ରାକ୍ ରହିବ। ଓଡ଼ିଶାର ଭଦ୍ରକ ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ପର୍ଯ୍ୟନ୍ତ ତୃତୀୟ ଟ୍ରାକକୁ ଆନୁମାନିକ ୧୦,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ଖୁବ ଶୀଘ୍ର କାମ ଆରମ୍ଭ ହେବ।

H3. ASI Reviews Sand Evacuation Progress At Konark Temple: ପୁରୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବା ପାଇଁ ଶନିବାର ଦିନ ASI ଟିମ୍‌ ଦ୍ୱାରା ସର୍ଭେ ଓ ସମୀକ୍ଷା ବୈଠକ ହୋଇଛି । ଏନେଇ ସ୍ଥିତି ଅନୁଧ୍ୟାନ କରିଛି। ASIର ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ଏହି ସର୍ଭେ କରିଥିଲା। ADG ଙ୍କ ସମେତ ୧୫ ଜଣିଆ ଏକ ଟିମ୍‌ ଆଜି କୋଣାର୍କ ମନ୍ଦିର ପରିଦର୍ଶନ କରି ଏହି ସମୀକ୍ଷା କରିଛନ୍ତି ।

H4. Threat to PM Modi: ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୋଲିସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି। ନମ୍ବର ଯାଞ୍ଚ କରିବା ପରେ ଏହା ରାଜସ୍ଥାନର ବୋଲି ଜଣାପଡିଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସେଠାକୁ ଏକ ଟିମ୍ ପଠାଯାଇଛି।

H5. Menstrual leave for female students: ଛାତ୍ରୀମାନଙ୍କ ପାଇଁ ସିକ୍କିମ୍ ବିଶ୍ୱବିଦ୍ୟାଳୟ ଏକ ବଡ ଘୋଷଣା କରିଛି। ବିଶ୍ୱ ବିଦ୍ୟାଳୟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଛାତ୍ରୀମାନଙ୍କୁ ପିରିୟଡ ମଧ୍ୟରେ ଗୋଟିଏ ଦିନ ଛୁଟି ନୋବକୁ ଅନୁମତି ଦିଆଯାଇଛି। ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

H6. Khan Sir Hospitalised: ସାରା ଭାରତରେ ପ୍ରସିଦ୍ଧ ଖାନ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ପାଟନା ପ୍ରଭାତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ବିପିଏସସି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠି ଚାର୍ଜ ଅଭିଯୋଗ ହେବା ପରେ ଖାନ ସାର୍ ଶୁକ୍ରବାର ଦିନ ରାସ୍ତାକୁ ଉହ୍ଲାଇଥିଲେ। ଗୁରୁ ରହମାନ ମଧ୍ୟ ତାଙ୍କ ସହ ଥିଲେ। ପ୍ରାୟ ସାତ ଘଣ୍ଟା ଧରି ବିପିଏସସି ପ୍ରାର୍ଥୀଙ୍କ ସହ ପ୍ରଦର୍ଶନ କରିବା ଯୋଗୁଁ ତାଙ୍କ ଅବସ୍ଥା ବିଗିଡି ଯାଇଛି।

H7. Big Relief For Ajit Pawar: ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପରେ ହିଁ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କୁ ଏକ ବଡ଼  ଆଶ୍ୱସ୍ଥି ମିଳିଛି। ଆୟକର ବିଭାଗ ଟ୍ରିବ୍ୟୁନାଲ ପୱାରଙ୍କ ସମ୍ପତ୍ତି ୧୦୦୦ କୋଟିରୁ ଅଧିକ ଟଙ୍କା ମୁକ୍ତ କରିଛି। ଆୟକର ବିଭାଗ ୭ ଅକ୍ଟୋବର ୨୦୨୧ ରେ ଚଢ଼ାଉ ପରେ ଏହି ସମ୍ପତ୍ତି ଜବତ କରିଥିଲା। ଏଥିରେ ତାଙ୍କ ପତ୍ନୀ ସୁନେତ୍ରା ଏବଂ ପୁଅ ପାର୍ଥଙ୍କ ସମ୍ପତ୍ତି ଅନ୍ତର୍ଭୁକ୍ତ। ସେତେବେଳେ ସେ ଶରଦ ପାୱାର ଏନସିପି ନେତୃତ୍ୱ ନେଉଥିଲେ।

H8. ISKCON Namahatta Mandir attacked: ଇସ୍କନ କୋଲକାତା ଉପାଧ୍ୟକ୍ଷ ରାଧରମଣ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ଶନିବାର ଦିନ ସକାଳେ ଏକ ISKCON କୋଠାକୁ ନିଆଁ ଲାଗିଯାଇଥିଲା। ଏପରିକି ଅଗ୍ନିକାଣ୍ଡ ଯୋଗୁଁ ଭଗବାନ କୃଷ୍ଣଙ୍କ ପ୍ରତିମା ମଧ୍ୟ ଜଳି ଯାଇଥିଲା। ସେ କହିଛନ୍ତି ଯେ ଏକ ISKCON କେନ୍ଦ୍ରକୁ ମଧ୍ୟ ଟାର୍ଗେଟ କରାଯାଇଛି।

H9. Pushpa 2 Box Office Collection Day 2: ପୁଷ୍ପା ୨ ରିଲିଜ୍ ହେବା ମାତ୍ରେ ଏକ ହଇଚଇ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅନେକ ରେକର୍ଡ ଭାଙ୍ଗି ଏହାର ନାମ ସୃଷ୍ଟି କରିଥିଲା। ପ୍ରଥମ ଦିନରେ ଭାରତରେ ୧୭୪.୯ କୋଟି ଟଙ୍କା ରୋଜଗାର କରିବା ପରେ ଦ୍ୱିତୀୟ ଦିନରେ ଫିଲ୍ମ ୯୦.୧୦ କୋଟି ଟଙ୍କା ରୋଜଗାର କରିଛଇ, ଅର୍ଥାତ ଏହି ଚଳଚ୍ଚିତ୍ରଟି ୨ ଦିନରେ ଭାରତରେ ୨୬୫ କୋଟି ଟଙ୍କା ରୋଜଗାର କରିଛି। 

H10. India vs Australia 2nd Test Day 2: ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଏକ ଦୃଢ଼ ସ୍ଥତିରେ ରହିଛି। ପିଙ୍କ୍ ବଲ୍ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଉଭୟ ଇନିଂସରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ମାନେ କ୍ରିଜରେ ରହିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୩୩୭ ରନ୍ ସଂଗ୍ରହ କରି ୧୫୭ ରନ୍ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ୨୪ ଓଭରରେ ୫ ୱିକେଟ୍ ହରାଇବା ପରେ ଭାରତ ୧୨୮ ରନ୍ ସ୍କୋର କରିଛି।