Top 10 News: ରାଇମତି ଘିଉରିଆଙ୍କୁ ଡକ୍ଟରେଟ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‍ନାଭିସ୍‍, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2545774

Top 10 News: ରାଇମତି ଘିଉରିଆଙ୍କୁ ଡକ୍ଟରେଟ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‍ନାଭିସ୍‍, ଆଜିର ୧୦ ବଡ଼ ଖବର

Top 10 News Headlines: କୋରାପୁଟର ରାଇମତି ଘିଉରିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ତାଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 5 December 2024

Top 10 News Headlines 5 December 2024: H1. Raimati Ghiuria: ବିଶ୍ୱ ଦରବାରରେ ମାଣ୍ଡିଆକୁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା  କୋରାପୁଟର ରାଇମତି ଘିଉରିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ତାଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି। ରାଇମତୀ ୩୦ଟି ମାଣ୍ଡିଆ ବିହନ ଏବଂ ୮୦ପ୍ରକାରର ଧାନ ବିହନକୁ ସଂରକ୍ଷଣ କରିପାରିଛନ୍ତି। ୪ଟି ପ୍ରକାର ବିହନକୁ ଓୟୁଏଟି ପକ୍ଷରୁ ପ୍ରସାରିତ କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀ, କୃଷି ବିଜ୍ଞାନୀ ଏମ୍‍ଏସ୍‍ ସ୍ୱାମୀନାଥନଙ୍କ ପ୍ରେରଣାରେ ସେ ଏହି ମାଧ୍ୟମକୁ ବାଝି ଦେଶୀ ବିହନକୁ ସୁରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। 

H2. New Govt in Maharastra: ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ ସରକାର। ବିଜେପି ନେତା ଦେବେନ୍ଦ୍ର ଫଡ୍‍ନାଭିସ୍‍ ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ତାଙ୍କ ସହ ଦୁଇ ସହଯୋଗୀ ଦଳର ମୁଖ୍ୟଙ୍କୁ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରିଛନ୍ତି ଫଡନାଭିସ୍‍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଦସ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ସେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। 

H3. New Judicial Complex in Bhubaneswar: ଭୁବନେଶ୍ୱରରେ ଉଦ୍‍ଘାଟିତ ହୋଇଛି ରାଜ୍ୟର ସବୁଠାରୁ ଆଧୁନିକ ନ୍ୟାୟିକ ସୌଧ। ଏହି ସୌଧରେ ୫୬ଟି କୋର୍ଟରୁମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‍ଘାଟନ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟାକୁ ଯେପରି ବିଳମ୍ବିତ କରା ନଯିବ ସେଥିଲାଗି ଦୃଷ୍ଟି ଦେବାକୁ ରାଷ୍ଟ୍ରପତି ବିଚାରପତିମାନଙ୍କୁ ପରାମର୍ଶ ଦେଇଛନ୍ତି। 

H4. PSLV C59: ଇସ୍ରୋ ପକ୍ଷରୁ ମହାକାଶ ଯାନ ପିଏସ୍‍ଏଲ୍‍ଭି ସି-୫୯କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ପ୍ରୋବା-୩ ମହାକାଶ ବ୍ୟବସ୍ଥାକୁ ଏହି ଯାନରେ ସଫଳତାର ସହ ନିଜ କକ୍ଷପଥରେ ସ୍ଥାପନ କରାଯାଇଛି। ନ୍ୟୁସ୍ପେସ୍‍ ଇଣ୍ଡିଆ ଲିମିଟେଡ୍‍ ପକ୍ଷରୁ ଏହି ମହାକାଶନକୁ ଇସ୍ରୋ ଉତକ୍ଷେପଣ କରିଛି। 

H5. Amit Saha’s Chhatisgarh Visit: ଗୃହମନ୍ତ୍ରୀ ଅମିତ ଶାହ ୧୪ ତାରିଖରୁ ତିନିଦିନିଆ ଛତିଶଗଡ଼ ଗସ୍ତରେ ରହିବେ। ଦେଶର ସୁରକ୍ଷା, ମାଓ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ଏହି ଅବସରରେ ହେବେକୁ ସ୍ଥିର କରାଯାଇଛି। ଏହି ଅବସରରେ ସେ ରାୟପୁର ଏବଂ ଜଗଦଳପୁର ଗସ୍ତରେ ରହିବେ। ରା୍ରୟପୁରଠାରେ ଉଚ୍ଚସ୍ତରୀୟ ସମୀକ୍ଷା ସହ ରାଷ୍ଟ୍ରପତି ପୁଲିସ ପଦକ ବିତରଣ କରିବେ। ଏହାପୁରେ ଜଗଦଳପୁରଠାରେ ଆତ୍ମସମର୍ପଣ କରିଥିବା ପୂର୍ବତନ ମାଓବାଦୀଙ୍କ ସହ ଆଲୋଚନା କରିବେ। 

H6. Diplomatic Talks Between India and China: ଭାରତ ଓ ଚୀନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ଲାଗି ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ବିଶେଷକରି ଲଦାଖରେ ସୈନ୍ୟ ପ୍ରତ୍ୟାହାର ଏବଂ ଅନ୍ୟ ପ୍ରସଙ୍ଗ ଏଥିରେ ଆଲୋଚନା ହୋଇଛି। ୨୦୨୦ ପରେ ଦୁଇ ଦେଶ ମଧ୍ୟରେ ସାମରିକ ମୁହାମୁହିଁ ଆରମ୍ଭ ହୋଇଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ମଧ୍ୟ ବନ୍ଦ ରହିଥିଲା। 

H7. Ruckus in Loksabha: ଆଜି ଲୋକସଭାରେ ବିରୋଧୀ ଓ ଶାସକ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ପ୍ରଶ୍ନୋତ୍ତର କାଳ ପରେ ‘ଆଦାନୀ’ ପ୍ରସଙ୍ଗକୁ ନେଇ ପୁଣିଥରେ କଥା କଟାକଟି ଆରମ୍ଭ ହୋଇଥିଲା। ଫଳରେ ବାଚସ୍ପତି ଗ୍ୟହ କାର୍ଯ୍ୟକୁ ମୁଲତବୀ କରିଥିଲେ। ଅପରପକ୍ଷେ ଗୃହର ଦ୍ୱାରରେ ବିରୋଧୀ ଦଳ ପକ୍ଷରୁ ଆଜି ବିଭିନ୍ନ ପ୍ଲାକାର୍ଡ  ଓ ପୋଷ୍ଟର ରଖି ବିରୋଧ ପ୍ରଦାନ କରାଯାଇଛିଥିଲା। 

H8. Aloo Arjun to be booked: ହାଇଦ୍ରାବାଦର ଏକ ସିନେମା ହଲରେ ଦଳାଚକଟା ଓ ପରବର୍ତ୍ତୀ ଅବସ୍ଥାରେ ଜଣେ ମହିଳା ଦର୍ଶକଙ୍କ ମୃତ୍ୟୁ ଅଭିଯୋଗରେ ପୁଷ୍ପା-୨ର ମୁଖ୍ୟ ଅଭିନେତା ଆଲୁ ଅର୍ଜୁନ ଗିରଫ ହୋଇପାରନ୍ତି। ସେ ଗତକାଲି ପ୍ରିମିୟର ବେଳେ ନିଜ ପରିବାର ଓ ସମର୍ଥକଙ୍କ ସହ ଆସିଥିଲେ। କିନ୍ତୁ ଗଲା ପରେ ପରିସ୍ଥିତି ଅଣାୟତ୍ତ ହେବାକୁ ଏପରି ଦୁର୍ଘଟଣା ଘଟିଥିଲା। 

H9. Russia to Invest in India: ଭାରତର ‘ଭାରତ ପ୍ରଥମ’ ଏବଂ ମେକ୍‍ ଇନ୍‍ ଇଣ୍ଡିଆ’ ନୀତିକୁ ଋଷ ରାଷ୍ଟ୍ରପତି  ଭ୍ଲାଡିମିର ପୁଟିନ୍‍ ପ୍ରଶଂସା କରିଛନ୍ତି। ଭାରତରେ ନିବେଶ କରିବାକୁ ମଧ୍ୟ ସେ ଆଗ୍ରହ ପ୍ରକାଶ କରିଛନ୍ତ।ି ଦେର ବିଭିନ୍ନ ପ୍ରାନ୍ତରେ ଋଷ ବିଭିନ୍ନ ନିର୍ମାଣ କମ୍ପାନୀ ସ୍ଥାପନ କରିବାକୁ ଋଷ ଲକ୍ଷ୍ୟ ରଖିଛି। ୨୦ ବିଲିୟନ୍‍ ଆମେରିକୀୟ ପୁଞ୍ଜି ନିବେଶ କରିବାକୁ ଋଷ ଲକ୍ଷ୍ୟ ରଖିଥିବା କହିଛନ୍ତି ପୁଟିନ। 

H10. Lightning Death in Odisha: ଓଡ଼ିଶାରେ ଦିନକୁ ଦିନ ବଢ଼ି ଚାଲିଛି ବଜ୍ରପାତ ଜନିତ ମୃତ୍ୟୁ। ଗତ ତିନି ବର୍ଷରେ ୧୦୫୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜସ୍ୱମନ୍ତ୍ରୀ। ମୟୁରଭଞ୍ଜ, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରେ ଏହି ମୃତ୍ୟୁ ସଂଖ୍ୟା ସର୍ବାଧିକ ବୋଲି କୁହାଯାଇଛି।