1-President Droupadi Murmu Odisha Visit: ପାଞ୍ଚ ଦିନିଆ ଓଡି଼ଶା ଗସ୍ତରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ। ଗସ୍ତର ଶେଷ ଦିନରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି। ଦୀର୍ଘଦିନ ହେବ ଏହି ରେଳ ପ୍ରକଳ୍ପ ପାଇଁ ଦାବି ଥିଲା ।
2-Odisha to get 8 new Kendriya Vidyalayas: ଦେଶରେ ନୂଆ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ଖୋଲାଯିବା ନେଇ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦନ କରିଛି। ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଦେଶରେ ୮୫ ଟି ନୂତନ କେନ୍ଦ୍ରୀୟ ବିଦ୍ୟା ଖୋଲାଯିବ। ଏଥିରୁ ଓଡି଼ଶାରେ ୮ଟି ସ୍ଥାନର କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା।
3-Godalagi Niti: ଆଜି ପ୍ରାବରଣ ଷଷ୍ଠୀ ବା ଓଢଣ ଷଷ୍ଠୀ । ଏହି ଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ ।ଏହାକୁ ଘୋଡ଼ ଲାଗି ବେଶ କୁହାଯାଇଥାଏ। ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।
4-Weather Update: ରାଜ୍ୟରୁ ଏବେ ଶୀତ ଗାଏବ ହୋଇଯାଇଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି। ରାତିରେ ଶୀତ ବଦଳ ଗରମ ଅନୁଭୂତ ହେଉଛି। ଦିନବେଳା ତାତି ୩୦ ଡିଗ୍ରୀ ଉପରେ ରହୁଛି। ଶନିବାର ଠାରୁ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିବ ଓ ଥଣ୍ତା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ, ୯ ରୁ ପାରଦ ଖସିବ ଓ ଥଣ୍ତା ବଢିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
5-Odisha govt to issue guidelines to restrict obscenity: ରାଜ୍ୟରେ ଯାତ୍ରା ସମୟରେ କରାଯାଉଥିବା ଅଶ୍ଳୀଳ ନୃତ୍ୟକୁ ରୋକିବା ପାଇଁ ଓଡ଼ିଶା ସରକାର ଏକ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ଦିନ ବିଧାନସଭାକୁ କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଯାତ୍ରା ପାର୍ଟି ଦ୍ୱାରା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବାକୁ ରାଜ୍ୟ ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି।
6-IPS Ashish Kumar Singh:ପୁଣି ଚର୍ଚ୍ଚାରେ ବରିଷ୍ଠ ଆଇପିଏସ ଆଶିଷ ସିଂ । ଡେପୁଟେସନରେ ଯିବେ ୨୦୦୪ ବ୍ୟାଚର ବରିଷ୍ଠ ଆଇପିଏସ । ଇଣ୍ଡୋ ତିବତାନ ବର୍ଡର ପୋଲିସର ଆଇଜି ଭାବେ ଯୋଗଦେବେ । ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି ଜଣାପଡିଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
7-Khan Sir in police custody: ପାଟନାରେ ନର୍ମାଲାଇଜେସନ ବିରୋଧରେ ଛାତ୍ରଛାତ୍ରୀ ମାନଙ୍କ ସହ ବିରୋଧ କରୁଥିବା ଖାନ ସାରଙ୍କୁ ପୋଲିସ ହେଫାଜତକୁ ନେଇଛି। ଖାନ ସାର୍ ଗାର୍ଦନିବାଗ ପୋଲିସ ଷ୍ଟେସନରେ ରଖାଯାଇଛି। ଯେଉଁଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ପହଞ୍ଚିଛନ୍ତି। ସେମାନେ ସରକାର ଏବଂ ବିପିଏସପି ବିରୋଧରେ ସ୍ଲୋଗାନ ଦେଇଥିଲେ। କହିରଖୁଛୁ ଯେ ଖାନ ସାର୍ ଆଜି ବିପିଏସସି କାର୍ଯ୍ୟାଳୟ ବାହାରେ ନର୍ମାଲାଇଜେସନ ବିରୋଧରେ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାମିଲ ହୋଇଥିଲେ।
8-Arvind Kejriwal: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ବିଜେପି ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। ଅରବିନ୍ଦ କେଜ୍ରିୱାଲ(Arvind Kejriwal) ବିଜେପି ଆମ୍ ଆଦମୀ ପାର୍ଟି ବିରୋଧରେ ଷଡଯନ୍ତ୍ର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଦିଲ୍ଲୀ ଭୋଟରଙ୍କ ନାମ ତାଲିକାରୁ ହଟାଯାଉଛି। ଏହା ଦିଲ୍ଲୀର ଲୋକଙ୍କ ଠାରୁ ଭୋଟ୍ ଅଧିକାର ଛଡ଼େଇ ନେବାକୁ ଚେଷ୍ଟା କରୁଛି।
9-Rahul Gandhi: ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଦ୍ବୈତ ନାଗରିକତା ପ୍ରସଙ୍ଗରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ କରିଥିବା ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରକୁ ଜବାବ ମାଗିଛନ୍ତି।
10-Lucknow-Agra Expressway Bus Accident: ଶୁକ୍ରବାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଗ୍ରା ଯାଉଥିବା ଏକ ଡବଲ୍ ଡେକର୍ ବସ୍ ଡିଭାଇଡରରେ ଧକ୍କା ହେବା ଫଳରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାଟି ସକରାବା ଥାନା ନିକଟସ୍ଥ ଅଞ୍ଚଳରେ ଘଟିଥିଲା । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଦୁର୍ଘଟଣା କାରଣରୁ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ବୋଲି କୁହାଯାଉଛି ।