Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2142925

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-India's first underwater metro section opens Today: ଆଜି କୋଲକାତାରେ ଦେଶର ମେଟ୍ରୋ ନେଟଓ୍ବାର୍କରେ ଏକ ସ୍ବର୍ଣ୍ଣିମ ପୃଷ୍ଠା ଯୋଡି଼ ହେବାକୁ ଯାଉଛି। ଦେଶର ପ୍ରଥମ ଅଣ୍ତର ଓ୍ବାଟର ମେଟ୍ରୋ ଟ୍ରେନ୍ ର ଶୁଭାରମ୍ଭ କରିବେ(country's first-ever underwater metro section) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପୂର୍ବ-ପଶ୍ଚିମ ମେଟ୍ରୋ କରିଡରର ଏକ ଅଂଶ ଭାବରେ ଦେଶର ଏହି ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହାଓ୍ବଡା- ଏସପ୍ଲାନେଡ୍(Kolkata Metro's Howrah Maidan-Esplanade section) ମଧ୍ୟରେ ଆରମ୍ଭ ହେବ । ହୁଗଳି ନଦୀଗର୍ଭରେ (Hooghly River) ଏହି ମେଟ୍ରୋ ଟନେଲ ମାଧ୍ୟମରେ ଯାତ୍ରା କରିବ । ଯାତ୍ରୀମାନେ ନଦୀଶଯ୍ୟା ମଧ୍ୟରେ ମେଟ୍ରୋ ସେବାର ମଜା ନେଇପାରିବେ ।

H2- Election 2024 :(ଭୁବନେଶ୍ୱର):  ନିର୍ବାଚନ ଆସନ୍ନ। କିଛିଦିନର ଅପେକ୍ଷା ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣାକୁ। ଏ ଭିତରେ ମତଦାନ କରିଥିବା ଲୋକଙ୍କୁ ସହଜରେ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯିବାକୁ ଥିବା ଅଲିଭା କାଳିର ଚାହିଦା ବଢ଼ିବାରେ ଲାଗିଛି। ଏ ବର୍ଷ ଅର୍ଥାତ୍‍ ୨୦୨୪ ଲୋକସଭା ନିର୍ବାଚନ ଲାଗି ୨୬ ଲକ୍ଷ ୬୦ ହଜାର ଅଲିଭା କାଳି ବୋତଲ ଆବଶ୍ୟକ ହେବ ବୋଲି ଆକଳନ କରିଛନ୍ତି କମିଶନ । ଏହି ଅନୁସାରେ ଭାରତର ଏକମାତ୍ର ଅଲିଭା କାଳି ନିର୍ମାତା ମହୀଶୂର ପେଣ୍ଟସ୍‍ ଓ ବାର୍ନିଶ୍‍ ଲିମିଟେଡ୍‍କୁ ଏହି ଆବଶ୍ୟକତା ପୂରଣ କରିବାକୁ ଆଦେଶ ଦିଆଯାଇଛି। 

H3- Weather Update: ରାଜ୍ୟରେ ଏବେ ମୁଣ୍ତଫଟା ଖରା (heat wave) ଆରମ୍ଭ ହୋଇଯାଇଛି। ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।  ଆଭ୍ୟନ୍ତରୀଣ  ଓଡ଼ିଶା ଓ ପାଶ୍ବବର୍ତ୍ତୀ ଅଂଚଳ  ଏବଂ ଦକ୍ଷିଣ ଛତିଶଗଡ଼ ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ୨ଟି ଘୁର୍ଣ୍ଣିବଳୟ ( ସାଇକ୍ଲୋନିକ୍ ସର୍କୁଲେସନ୍) ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉପରେ ସକ୍ରିୟ ରହିଛି।  ଯାହା ଫଳରେ ରାଜ୍ୟର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ରେକର୍ଡ ହୋଇଛି। ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଘୂର୍ଣ୍ଣିବଳୟ ସତ୍ତ୍ବେ ଦିନ ତାପମାତ୍ରା ବୃଦ୍ଧିରେ ରୋକ୍ ଲାଗିପାରିବ ନାହିଁ। ଫେବୃଆରୀ ଶେଷ ସପ୍ତାହରେ ଯେଉଁଠି ରାଜ୍ୟରେ ପାରଦ ୩୭ ଡିଗ୍ରୀ ରେକର୍ଡ଼ ହୋଇଥିଲା। ସେଠି ମଙ୍ଗଳବାର ଦିନରେ ପାରଦ ୩୮ ଡିଗ୍ରୀ ପାର୍ କରିଛି। ଗଂଜାମ ପାରଳାଖେମୁଣ୍ତିରେ ମଙ୍ଗଳବାର ଦିନ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ଲାଗି ରାଜ୍ୟରେ ପାରଦ ୩୮ ଡିଗ୍ରୀ ପାର୍ କରିଥିବା ଆଂଚଳିକ ପାଣିପାଗ କେନ୍ଦ୍ର କହିଛି (Bhubaneswar Meteorological Centre)। 

H4-Lokanath Temple: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀସ୍ଥିତ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ବୁଧବାର ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପଙ୍କୋଦ୍ଧାର ନୀତି ଦିନ ପ୍ରଭୁଲୋକନାଥଙ୍କ ଦର୍ଶନ କରିବା ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥାଏ ।

H5- ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାମମନ୍ତ୍ରୀ; ରାଜ୍ୟକୁ ଦେଲେ ୨୦ ହଜାର କୋଟିର ଭେଟି ମାର୍ଚ୍ଚ ୫ ତାରିଖ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯାଜପୁର ଠାରେ ଆୟୋଜିତ ହୋଇଥିବା "ମୋଦୀ ଗ୍ୟାରେଣ୍ଟି ସମାବେଶ" କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ, ଉଦଘାଟନ କରିଛନ୍ତି। ଯାହା ମଧ୍ୟରେ ରହିଛି ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ, ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ। 

H6-BSKY: ଚିକିତ୍ସା କ୍ଷେତ୍ରରେ ଗ୍ରାମାଞ୍ଚଳବାସୀଙ୍କ ଲାଗି ବଡ଼ ଆଶ୍ବସ୍ତି । ବୁଧବାର ଗ୍ରାମାଞ୍ଚଳ ହିତାଧିକାରୀଙ୍କୁ ମିଳିବ ବିଏସକେୱାଇ ନବୀନ କାର୍ଡ଼ । ଏହି ଯୋଜନାକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରଠାରେ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟାଯିବ । ରାଜ୍ୟର ପ୍ରତି ବ୍ଲକ ସ୍ତରରେ ୧୦୦ ଲେଖାଏଁ କାର୍ଡ଼ ବଣ୍ଟାଯିବା ଲାଗି ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ସୁଦ୍ଧା ଏନେଇ ୪ ଲକ୍ଷ ୮୧ ହଜାର ୪୮୧ ହିତାଧୀକାରୀଙ୍କୁ ଆବେଦନ କରିଥିବା ବେଳେ ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଡିଆରଡ଼ିଏ ଅଧିକାରୀ ଚୟନ ହୋଇଥିବା ହିତାଧିକାରୀଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ କାର୍ଡ଼ ପ୍ରଦାନ କରିବେ । ରାଜ୍ୟରେ ବିଏସକେୱାଇ ଯୋଜନା ତୃତୀୟ ପର୍ଯ୍ୟାୟ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

H7-Facebook Instagram Down: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମ ହଠାତ୍ ମଙ୍ଗଳବାର ଦିନ ରାତିରେ (୫ ଫେବୃଆରୀ ୨୦୨୪) ଡାଉନ ହୋଇଯାଇଛି। ବ୍ୟବହାରକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହଠାତ୍ ଲଗ୍ ଆଉଟ୍ ହୋଇଯାଉଛି। ଫେସବୁକ୍ ଓ ଇନଷ୍ଟାଗ୍ରାମର ହଠାତ୍ ହ୍ରାସ ପାଇ ଲକ୍ଷ ଲକ୍ଷ ଉପଭୋକ୍ତା ଅସୁବିଧାରେ ପଡ଼ିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ #facebookdown ଟ୍ରେଣ୍ଡ କରିବା ଆରମ୍ଭ କରିଛି। ସେମାନଙ୍କର ଅଭିଯୋଗ ସହିତ, ଉପଭୋକ୍ତାମାନେ ମଧ୍ୟ ଏହି ବିଷୟରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି ।

H8-No Indian troops after May 10: ପୁଣି କଠୋର ହେଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ସେ ମଙ୍ଗଳବାର ଦିନ କହିଛନ୍ତି ଯେ, ସମସ୍ତ ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଦେଶ ଛାଡ଼ିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କୌଣସି ଭାରତୀୟ ସାମରିକ କର୍ମୀ ସାଦା ପୋଷାକରେ ମଧ୍ୟ ମାଳଦ୍ୱୀପରେ ରହିପାରିବେ ନାହିଁ ବୋଲି ମୁଇଜୁ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ମାଳଦ୍ୱୀପ ସହ ଚାଇନା ଏକ ପ୍ରତିରକ୍ଷା ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିଛି। 

H9-Richest Person On Earth: ବିଶ୍ବର ଅରବପତି ଟାଇଟେଲ ହରାଇଲେ ଏଲନ୍ ମସ୍କ (Elon Musk) । ଧନୀର ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସିଛନ୍ତି ‘ଟେସଲା’ ଓ ‘ଏକ୍ସ’ ଭଳି ବିଶାଳ କମ୍ପାନୀର ମାଲିକ ମସ୍କ ।ବଲୁମବର୍ଗର ରିପୋର୍ଟ ଅନୁଯାୟୀ, ବିଶ୍ୱର ଟପ୍ ୧୦ ଧନୀ ତାଲିକାରେ ଦୀର୍ଘ ଦିନ ଧରି ଆଗରେ ଥିବା ଏଲନ୍ ମସ୍କଙ୍କୁ ଲାଗିଛି ଶକ୍ତ ଝଟକା । କାରଣ ଦୀର୍ଘ ଦିନ ପରେ ଧନୀ ତାଲିକାରେ ୨ ସ୍ଥାନକୁ ଖସିଛନ୍ତି ମସ୍କ । ଆଉ ତାଙ୍କୁ ଫଛରେ ପକାଇଛନ୍ତି ଆମାଜନ୍ ଫାଉଣ୍ଡର ଜେଫ୍ ବେଜୋସ୍ (Jeff Bezos) । ୨୦୦ ଆରବ୍ ଡଲାର କ୍ଲବରେ ଏଣ୍ଟ୍ରି କରିବା ସହ ବେଜୋସ୍ ହୋଇଛନ୍ତି ବିଶ୍ୱର ସୁବଠୁ ଧନୀ ବ୍ୟକ୍ତି (World Richest Person) । 

H10-IND vs ENG 5th Test: ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ ଧର୍ମଶାଳା‌ରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ୍‌ ୨ ଦଳର ପ୍ରମୁଖ ଖେଳାଳି ଆର୍‌ ଅଶ୍ବିନ୍ ଓ ଜନି ବେୟାରଷ୍ଟୋଙ୍କ ପାଇଁ ମାଇଲଖୁଣ୍ଟ୍ ହେବ। ନିଜ ନିଜ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେ ଉଭୟ ୧୦୦ ତମ ଟେଷ୍ଟ୍ ଖେଳିବାର ବିରଳ କ୍ଲବ୍‌ରେ ସାମିଲ ହୋଇଯିବେ।