Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2320519

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-CM Mohan Charan Majhi: ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନ ବା ରାଜ୍ୟ ସଚିବାଳୟର ତୃତୀୟ ମହଲାସ୍ଥିତ କାର୍ଯ୍ୟାଳୟକୁ ପ୍ରବେଶ କରିବେ। ଏଥିଲାଗି  ସକାଳ ୯ଟା ୩୦ ମିନିଟ୍ ସମୟ ନିର୍ଘଣ୍ଟ କରାଯାଇଛି।  ନୂଆ ମୁଖ୍ୟମନ୍ତ୍ରୀ ଗତ ୧୨ ତାରିଖରେ ଶପଥ ନେଇଥିଲେ। ତେବେ, ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ନଥିଲେ। ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି କାମ କରୁଥିଲେ। 

HL2-Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ଯାହା ତାତି ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଆଉ ଏକ ସୂଚନା ଦେଇଛି। ଜୁଲାଇ ୧୭ ତାରିଖ ଯାଏଁ  ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ଆସନ୍ତା  ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ୍ ବର୍ଷା ୫୦ରୁ ୬୦ ମିମି ରହିବ। ଜୁଲାଇ ପ୍ରଥମାର୍ଦ୍ଧରେ ରାଜ୍ୟରେ ବର୍ଷା ପରିମାଣ ୨୫ % ନିଅଣ୍ଟିଆ ରହିବ ବୋଲି  ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

HL3-Special Train: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସର୍ବାଧିକ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରିଛି ପୂର୍ବତଟ ରେଳବାଇ। ଏହି ସ୍ପେଶାଲ ଟ୍ରେନ ଗୁଡ଼ିକ ରାଜ୍ୟର ଅଧିକାଂଶ ସ୍ଥାନରୁ ପୁରୀକୁ ଚଳାଚଳ କରିବ। ଏହା ସହିତ ପଡୋଶୀ ରାଜ୍ୟରୁ ମଧ୍ୟ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର, ଦଶପଲ୍ଲା, ପାରାଦୀପ ଭାୟା କେନ୍ଦ୍ରାପଡ଼ାରୁ ପ୍ରଥମ ଥର ପାଇଁ ଚଳିତ ବର୍ଷ ଯାତ୍ରା କରିବ। ସେହିପରି ପଡୋଶୀ ରାଜ୍ୟ ଛତିଶଗଡ଼ର ଜଗଦଲପୁର, ରାୟପୁରରୁ ପୁରୀ ଅଭିମୁଖେ ଏକ ସ୍ପେଶାଲ ଟ୍ରେନ ଯାତ୍ରା କରିବ। ସେହିପରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ପଲାସା, ସୋମପେଟା, ପଶ୍ଚିମବଙ୍ଗର ମାଲଦା ଟାଉନ ଓ ସିଆଲଦାହରୁ ପୁରୀ ଅଭିମୁଖେ ଟ୍ରେନ ଯାତ୍ରା କରିବ।

HL4-Jharkhand Political News: ପୁଣି ଥରେ ଝାଡଖଣ୍ଡରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଜେଲରୁ ବାହାରିଥିବା ହେମନ୍ତ ସୋରେନ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ପଦରେ ଥିବା ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ହେମନ୍ତ ସୋରେନ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। 

HL5-Ghanalagi Niti: ଜ୍ବରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହି ନୀତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ଗୁରୁବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ହେବ। ଏଥିସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଏହାପରେ ଅସୁସ୍ଥ ମହାପ୍ରଭୁ ନବଯୌବନପ୍ରାପ୍ତି ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।

HL6-Odisha Former MLA Aditya Madhi dies at 50: ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ ଆଉ ନାହାନ୍ତି ବିଜେପି ନେତା ତଥା ମାଲକାନାଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି। ଆଜି ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଶ୍ରୀ ମାଢ଼ି ଦୀର୍ଘ ଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଦୁଇ ବର୍ଷ ତଳେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତଥାପି ସେ ବେଶ କିଛି ଦିନ ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

HL7-Ashwini Vaishnaw: ଆଜି (ଜୁଲାଇ ୪) ତାରିଖରେ ହେବାକୁ ଥିବା ଗ୍ଲୋବାଲ INDIA AI ଶିଖର ସମ୍ମିଳନୀକୁ ଉଦଘାଟନ କରିବେ ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ଦୌଗିକ, ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ସଭାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି, ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ଜିତିନ ପ୍ରସାଦ ମଧ୍ୟ ସମ୍ବୋଧିତ କରିବେ। ଏହି ସମ୍ମିଳନୀରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ମେଟିଇ) ଅନ୍ତର୍ଜାତୀୟ ପ୍ରତିନିଧି, ଏଆଇ ବିଶେଷଜ୍ଞ ଏବଂ ନୀତି ନିର୍ମାତାମାନଙ୍କର ଏକ ସମ୍ମାନଜନକ ସମାବେଶ ଆୟୋଜନ କରିବାକୁ ପ୍ରସ୍ତୁତ ଥିବାରୁ ଗ୍ଲୋବାଲ ଇଣ୍ଡିଆ ଏଆଇ ସମ୍ମିଳନୀ 2024 ଅନୁଷ୍ଠିତ ହେବ। ଭାରତ ପାଇଁ ଏହି ଶିଖର ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କାରଣ ଏହା ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା (AI) ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଉଛି।  

HL8-Justice BR Sarangi Appointed As Chief Justice Of Jharkhand High Court: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଡ. ବି.ଆର. ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଗତ ବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କରାଯାଇଥିବା ଏକ ସୁପାରିଶ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି।ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହା ନିଶ୍ଚିତ କରିଛନ୍ତି।

HL9-Arvind Kejriwal: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ଦେଇଛନ୍ତି। ଏକ୍ସାଇଜ୍ ପଲିସି ମାମଲାରେ ୨୧ ମାର୍ଚ୍ଚ ୨୦୨୪ ରେ ଇଡି ତାଙ୍କୁ ଗିରଫ କରିଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ଏହାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କୁ ମେଡିକାଲ ବୋର୍ଡ ସହିତ ପରାମର୍ଶ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ହେବାକୁ ଅନୁମତି ଦେବାକୁ ଦାବି କରିଛନ୍ତି। ଜୁଲାଇ ୬ରେ କୋର୍ଟ ଏହାର ନିଷ୍ପତ୍ତି ଦେବେ।

HL10-IND vs PAK: ପାକିସ୍ତାନ କ୍ରିକେଟ ବୋର୍ଡ ବା PCB ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଡ୍ରାଫ୍ଟ କାର୍ଯ୍ୟସୂଚୀକୁ ଆଇସିସି ଦେଇଛି। ଏଥର ପାକିସ୍ତାନ ଚାମ୍ପିଅନସ ଟ୍ରଫି ଆୟୋଜନ କରୁଛି। ଆସନ୍ତା ବର୍ଷ ମାର୍ଚ୍ଚ ୧ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ର ତାରିଖ ସ୍ଥିର କରିଛି ପିସିବି। ଏହି ମ୍ୟାଚ୍ ଲାହୋରରେ ଖେଳାଯିବ। ତେବେ ଏପର୍ଯ୍ୟନ୍ତ ଏହି ମ୍ୟାଚ୍ ଅନୁଷ୍ଠିତ ହେବ କି ନାହିଁ ତାହା ସ୍ଥିର ହୋଇନାହିଁ କାରଣ ଭାରତ ସରକାର ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ଅନୁମତି ଦେଇନାହାଁନ୍ତି। PCB ଏହି ଅସ୍ଥାୟୀ କ୍ରୀଡ଼ାସୂଚୀ ଅନୁଯାୟୀ, ଏହି ଟୁର୍ନାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଅନ୍ତିମ ମ୍ୟାଚ୍ ପାଇଁ ଏକ ରିଜର୍ଭ ଦିନ ରଖାଯାଇଛି। ମାର୍ଚ୍ଚ ୯ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।