Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2406357

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.Odia Industrialist Tararanjan Patnaik in Hurun List: ଭାରତର ସର୍ବୋଚ୍ଚ ଧନୀ ତାଲିକାରେ ଓଡ଼ିଆ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକଙ୍କ ନାଁ ସାମିଲ୍‍ ହୋଇଛି । ଫାଲକନ୍‍ ମେରାଇନ ଆଣ୍ଡ ଏକ୍ସପୋର୍ଟର ପ୍ରତିଷ୍ଠାତା ତାରାଙ୍କ ନାମ ୫୪୦ତମ ସ୍ଥାନରେ ରହିଛି। ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୪୯୦୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ରାଜ୍ୟର ପ୍ରଥମ ଶିଳ୍ପପତି ଭାବେ ସେ ଏହି ତାଲିକାରେ ସାମିଲ୍‍ ହୋଇଛନ୍ତି। 

2.Top 10 Rich persons of India: ଶିଳ୍ପ ଓ ବ୍ୟବସାୟିକ ବାତାବରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରକାଶ କରାଯାଉଥିବା ସର୍ବୋଚ୍ଚ ଧନୀ ତାଲିକା ‘ହୁରୁନ୍‍ ରିପୋର୍ଟ’ରେ  ମୁକେଶ ଅମ୍ବାନୀଙ୍କୁ ଟପିଛନ୍ତି ଗୌତ୍ତମ ଅଦାନୀ। ବର୍ଷକ ଭିତରେ ତାଙ୍କ ସମ୍ପତ୍ତିରେ ୯୫ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହା ୧୧ଲକ୍ଷ ୬୧ ହଜାର ୮୦୦ କୋଟି ଟଙ୍କାରେ ପହଞ୍ଚିଛି। ତାଙ୍କ ତଳକୁ ରହିଛନ୍ତି ମୁକେଶ ଅମ୍ବାନୀ। ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୧ ଲକ୍ଷ ୪ ହଜାର ୭୦୦ କୋଟି ଟଙ୍କା ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। 

3.New Rule of BMC, Now Temples to pay User’s Fee: ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ମନ୍ଦିରଗୁଡ଼ିକ ପାଇଁ ୟୁଜର୍ସ ଫି’ ଧାର୍ଯ୍ୟ କରାଯାଇଛି। ଯେଉଁ ମନ୍ଦିରଗୁଡ଼ିକ ପ୍ରସାଦ ବ୍ୟବସ୍ଥା କରିଛନ୍ତି ବା ନିଜ ପରିସରରେ ବିବାହ, ବ୍ରତ ଓ ଉତ୍ସବ ଆଦି ଆୟୋଜନ କରୁଛନ୍ତି ସେମାନଙ୍କ ମଧ୍ୟରୁ ବାହାରୁଥିବା ଅଳିଆ, ଆବର୍ଜନାକୁ ବିଏମ୍‍ସି ଉଠାଇବା ଲାଗି ଏହି ୟୁଜର୍ସ ଫି ଦେବାକୁ ହେବ। ଏନେଇ ରାଜଧାନୀର ୪୮୨ ମଦତିରକୁ ନୋଟିସ ଦେଇଛି ବିଏମ୍‍ସି। 

4.Annual Sports Awards-Odisha: ରାଜ୍ୟସ୍ତରୀୟ କ୍ରୀଡ଼ା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଲାଜରୁସ ବାର୍ଲା ଏବଂ କିଶୋର ଜେନାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଲାଜରୁସ ବାର୍ଲାଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ଏବଂ କିଶୋର ଜେନାଙ୍କୁ ୨୦୨୩ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। 

5.PM to lay foundation stone for Badhaban Port: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତରେ ଯିବେ। ଅପରାହ୍ଣରେ ସେ ବଧାବନ୍‍ ବନ୍ଦର ପ୍ରକଳ୍ପ ଲାଗି ଶିଳାନ୍ୟାସ କରିବେ। ୭୭ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଏହି ବନ୍ଦରର ଅବଦାନ ଯଥେଷ୍ଟ ରହିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ଏହି ବନ୍ଦର ଭାରତର ସବୁଠାରୁ ବଡ଼ ବନ୍ଦର ହେବ। 

6.How much Congress spent to fight the Election: ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବାକୁ କଂଗ୍ରେସ କେଉଁ ନେତାଙ୍କୁ କେତେ ଅର୍ଥ ପ୍ରଦାନ କରିଛି ତାହାର ଏକ ରିପୋର୍ଟ ନିର୍ବାଚନ କମିଶନଙ୍କୁ ଦେଇଛି। ଏହି ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ ଅର୍ଥ ରାହୁଲ ଗାନ୍ଧିଙ୍କ ପାଇଁ ଖର୍ଚ୍ଚ ହୋଇଛି। ତାଙ୍କ ପାଇଁ ଦଳୀୟ ପାଣ୍ଠିରୁ ୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେ ଓ୍ୱାଇନାଡ଼ ଓ ରାୟବରେଲିରୁ ନିର୍ବାଚନ ଲଢ଼ିଥିଲେ। ଏହି ଦୁଇଟି ଆସନରେ ସେ ବିଜୟୀ ହୋଇଥିଲେ। କିନ୍ତୁ ଗୋଟିଏ ମାତ୍ର ଆସନ ହିମାଚଳ ପ୍ରଦେଶର ମଣ୍ଡିରୁ ନିର୍ବାଚନ ଲଢ଼ିଥିବା ବିକ୍ରମାଦିତ୍ୟ ସିଂହଙ୍କୁ ଦଳ ସର୍ବାଧିକ ୮୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ହେଲେ ସେ ପରାସ୍ତ ହୋଇଥିବା ଦର୍ଶାଯାଇଛି। 

7.Kolkata Doc’s Rape and Murder: Congress protest against Didi’s remark: କୋଲକତା ଡାକ୍ତରଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ମମତାଙ୍କ ମନ୍ତବ୍ୟକୁ ନେଇ ଆନ୍ଦୋ;ଳନ ଜାରି ରହିଛି। ପୂର୍ବତନ ସାଂସଦ ଅଧୀର ରଞ୍ଜନ ସିଂହଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି। ଅପରପକ୍ଷେ ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ କିପରି ଅବହେଳା କରିଛନ୍ତି ତାହାର ଏକ ନମୁନା ସାମ୍ନାକୁ ଆସିଛି। ପିଡ଼ିତାଙ୍କ ବାପା-ମା’ଙ୍କ ପାଖକୁ  ଘଟଣା ପରେ ହସ୍‍ପିଟାଲ୍‍ ପକ୍ଷରୁ ତିନିଥର ଫୋନ କରାଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି। 

8.Cyclone alert after Flood in Guj: ଲଗାଣ ବର୍ଷା ଓ ବନ୍ୟାରେ ଉବୁଟୁବୁ ହେଉଥିବା ଗୁଜରାଟର ଉପକୂଳ ଅଞ୍ଚଳରେ ଦେଖାଦେିଛି ବାତ୍ୟା ଭୟ। ୟଆଇଏମ୍‍ଡି ପକ୍ଷରୁ ଗୁଜରାଟ ଉପକୂଳରେ ଏକ ବାତ୍ୟା ସୃଷ୍ଟି ହୋଇଥିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଏଥିନେଇ ଉଦ୍ଧାର କାର୍ଯ୍ୟକୁ ଅଧିକ ବ୍ୟାପକ କରାଯାଇଛି। 

9.R Madhaban denies Pan masala ad after Akshay Kumar: ଅକ୍ଷୟ କୁମାରଙ୍କ ପରେ ବଲିଉଡ୍‍ ଅଭିନେତା ଆର ମାଧବନ ମଧ୍ୟ ପାନମସଲା ବିଜ୍ଞାପନ ଆଉ କରିବେ ନାହିଁ ବୋଲି କହିଛନ୍ତି। ସେ କୌଣସି ଭାବେ ପାନ ମସଲା ସହ ସମ୍ପୃକ୍ତ ନୁହନ୍ତି। ଏହା ବାଦ ସେ ଦର୍ଶକଙ୍କ ପ୍ରତି ନିଜର ଦାୟିତ୍ୱବାନ ରହିଛନ୍ତି। ଏଣୁ ସେ କୌଣସି ପ୍ରକାରେ ପାନ ମସଲା ବିଜ୍ଞାପନ କରିବେ ନାହିଁ ବୋଲି କହିଛନ୍ତି। ଅଜୟ ଦେବଗନ, ହ୍ରିତ୍ରିକ ରୋଶନ, ଶାହରୁଖ ଖାଁ, ଟାଇଗର ଶ୍ରଫଙ୍କୁ ଏହିପରି ବିଜ୍ଞାପନରେ ଦେଖିବାକୁ ମିଳୁଛି। 

10.GA department writes letter to implement Odia Language in all Govt communications:  ଓଡ଼ିଆ ଭାଷାରେ ସରକାରୀ କାରତ୍ଯ୍ୟ କରିବା ପାଇଁ ଆଉଥରେ ସବୁ ବିଭାଗକୁ ଲେଖିଛି ସାଧାରଣ ପ୍ରଶାସନ ବିଭାଗ। ଯେଉଁ ଓଡ଼ିଆ ଅସ୍ମିତାକୁ ନେଇ ଆଜି ବିଜେପି ଶାସନ ଗାଦିରେ ବସିଛି ସେଥିନେଇ ପ୍ରତିଶୃ୍ତିବଦ୍ଧ ହୋଇ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ କୁହାଯାଇଛି ଯେ, ସମସ୍ତ ସରକାରୀ ପତ୍ରାଳାପ ଓଡ଼ିଆରେ ହେବ,। ଲୋକଙ୍କ ଜବାବ ଓଡ଼ିଆାରେ ଦିଆଯିବ। ବିଧାନସସଭାରେ ବିଧେୟକ ହେଉ, ବା ମନ୍ତ୍ରିମଣ୍ଡଳର ନିଷ୍ପତ୍ତି, ସରକାରୀ ନିମନ୍ତ୍ରଣ, ନାମଫଳକ ସବୁକିଛି ଓଡ଼ିଆରେ କରିବା ଲାଗି ସାଧାରଣ ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସଚେତନ କରିଦିଆଯାଇଛି।