Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2456953

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1. ଆଜି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି। ଓଡ଼ିଶାରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଲାଗି ଏହି ଆଲୋଚନା ଉଦ୍ଦିଷ୍ଟ ।ଏଥିଲାଗି ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଦିଲ୍ଲୀଗସ୍ତରେ ରହିଛନ୍ତି। ଆସନ୍ତା ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଓଡ଼ିଶା ଲକ୍ଷ୍ୟସ୍ଥିର କରିଛନ୍ତି। ଜାନୁୟାରୀ ୨୮ ଓ ୨୯ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବା ଲାଗି ସେଠାରେ ନିବେଶକ ଏବଂ ରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗଲା ୧୦୦ ଦିନ ଭିତରେ ରାଜ୍ୟକୁ ୪୫ ହଜାୟର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବା ସେ କହିଛନ୍ତି।
 
2.  ଆସନ୍ତାକାଲି ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ବ୍ୟକ୍ତ କରିଛନ୍ତି ଭାରତ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। କିନ୍ତୁ ଏହା ଅବପାତ ବା ଚକ୍ରବାତର ରୂପ ନେବ ନାହିଁ। ଅର୍ଥାତ୍‍ ବାତ୍ୟା ହେବାର ଆଶଙ୍କା ନାହିଁ। କିନ୍ତୁ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 
 
3. ଭରତପୁର ଥାନାରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କୁ ମାଡ଼ମାରିବା, ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦିଆଯିବା ଅଭିଯୋଗରେ ନିଲମ୍ବିତ ୫ ପୁଲିସ ଅଧିକାରୀଙ୍କ ଆଜି ମିଛଧରି ପରୀକ୍ଷା କରାଯିବ। ଗୁଜରାଟର ଗାନ୍ଧିନଗରଠାରେ ଏହି ପରୀକ୍ଷା ହେବ। ଏହା ପୂର୍ବରୁ ୫ ଜଣ ଅଭିଯୁକ୍ତ ହାଇକୋର୍ଟଙ୍କ ପାଖରେ ନିଜର ଆଗୁଆ ଜାମିନ ଆବେଦନ କରିଛନ୍ତି। ୧୪ ତାରିଖ ଦିନ ଏତଲା ଦାଖଲ କରିବାକୁ ଆସିଥିବା ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ପୁଲିସ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାର ବିଚାର ବିଭାଗୀୟ ତଦନ୍ତ ବି ଆରମ୍ଭ ହୋଇଛି। 
 
4. ଐତିହ୍ୟ ଭାବେ ସୁରକ୍ଷିତ ଖଣ୍ଡଗିରିର ଆଖପାଖ ଅଞ୍ଚଳରେ ଜବରଦଖଲ କ୍ରମଶଃ ବଢ଼ିବାରେ ଲାଗିଛି। ଏହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏଥିନେଇ ଖୋର୍ଦ୍ଧା ଜିଲ୍ଲାପାଳ, ଏଏସ୍‍ଆଇ ଭୁବନେଶ୍ୱର ସର୍କଲ ଅଧୀକ୍ଷକ, ଭୁବନେଶ୍ୱର ଡିସିପିଙ୍କୁ ଅକ୍ଟୋବର ୫ ତାରିଖରେ ହାଜର ହେବାକୁ କୁହାଯାଇଛି। ଜବର ଦଖଲ ଉଚ୍ଛେଦ ଲାଗି ପ୍ରସ୍ତୁତ କରିଥିବା ଯୋଜନାକୁ ନେଇ ଆସିବା ଲାଗି ହାଇକୋର୍ଟ କହିଛନ୍ତି। 
 
 
5. ଯାଜପୁରରେ ପୁଣି ନିର୍ବାଚନ ହୋଇପାରେ। ଗତକାଲି ଦଶରଥପୁରଠାରେ ଏକ ସଭାକୁ ଉଦବୋଧନ ଦେଇ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଷଣରୁ ଏହା ଇଙ୍ଗିତ ହେଉଥିବା ଚର୍ଚ୍ଚା ହେଉଛି। ସେ କହିଛନ୍ତି ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ିଛନ୍ତି। ସେଥିଲାଗି ସେ ଯାଜପୁର ଆସିପାରି ନଥିଲେ। ଏବେ ସେ ଯାଜପୁରରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। କର୍ମୀଙ୍କ ଉତ୍ସାହ ଦେଖି  ତାଙ୍କ ଭିତରେ ଶତ ସିଂହର ବଳ ଜାଗ୍ରତ ହୋଇଥିବା ସେ କହିଛନ୍ତି। ପ୍ରଣବଙ୍କ ଅନୁପସ୍ଥିତିରେ ତାଙ୍କର ବିଶ୍ୱସ୍ତ ପ୍ରାର୍ଥିନୀ ସୁଜାତା ସାହୁ ବିଜୟୀ ହୋଇ ବିଧାୟକ ଅଛନ୍ତି।
 
6. ଦିଲ୍ଲୀ ପୁଲିସ ହାତରେ ଜବତ ୨ ହଜାର କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ କୋକେନ ପଛରେ ଥିବା ରାକେଟର ଚେର ଓଡ଼ିଶା ଲମ୍ବିଥିବା ପୁଲିସ ସନ୍ଦେହ କରୁଛି। ଯେଉଁଦିନ ଏହି ବିପୁଳ ପରିମାଣର କୋକେନ ଦକ୍ଷିଣ ଦିଲ୍ଲୀରୁ ଜବତ ହୋଇଛି ତାହାର ଦୁଇଦିନ ପୂର୍ବରୁ ଓଡ଼ିଶାରେ ମଧ୍ୟ ସମାନ ଭାବେ ଦିଲ୍ଲୀ ପୁଲିସ କିଛି ଅଞ୍ଚଳ ଚଢ଼ଉ କରିଥିଲେ। ଏହା ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ମଦନପୁରରୁ ବିପୁଳ କୋକେନ ଜବତ ହୋଇଥିଲା। ଏଣୁ ଏହିକ୍ରମରେ ଗିରଫ ହୋଇଥିବା ନିଶା କାରବାରକାରୀଙ୍କୁ ପୁଲିସ ପଚରା ଉଚୁରା କରୁଛି। 
 
7. ଗୁରୁବାରଦିନ ଇସ୍ରାଏଲ ଫୌଜ ଲେବାନନର ରାଜଧାନୀ ବିରୁତରେ ଆକ୍ରମଣ ଆରମ୍ଭ କରିଛନ୍ତି। ଏହାକୁ ଦେଖି ଲେବାନନର ୧୨ ଲକ୍ଷ ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ନେଇ ଲେବାନନର ପ୍ରଧାନମନ୍ତ୍ରୀ କହିଛନ୍ତି। ଇସ୍ରାଏଲ୍‍ ସେନାର ୮ ଜଣ ସୈନିକଙ୍କ ପ୍ରାଣ ବଦଳରେ ଇସ୍ରାଏଲ ଏହି ମିଶନ ଆରମ୍ଭ କରିଛି। ଏଥିରେ ୬ ଜଣଭ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ହିନ୍ଦୁସ୍ତାନ ଟାଇମ୍ସ ପ୍ରକାଶ କରିଛି। 
 
8. ଭାରତ ସରକାରଙ୍କ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ଦେଖି ଇରାନ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅତ୍ୟନ୍ତ ଜରୁରୀ ନଥିଲେ ଏହି ଦେଶ ନ ଯିବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରୁ ନିୟମିତ ଯୁଦ୍ଧ ସମରାଭ୍ୟାସ ଚୁକ୍ତିକୁ ଆଖିରେ ରଖି ଭାରତ ୩ଟି ଯୁଦ୍ଧ ଜାହାଜକୁ ଇରାନ୍‍ ପଠାଇଛି। ଏହାକୁ ଇରାନଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। 
 
9. ଭାରତ ସମେତ ୫ ଦେଶରେ ନିୟୋଜିତ ବାଂଲାଦେଶର ରାଷ୍ଟ୍ରଦୂତଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାର ଫେରାଇ ନେବାକୁ ଚିଠି ଲେଖିଛନ୍ତି। ଶେଖ୍‍ ହାସିନାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଏହି ନିଯୁକ୍ତି ହୋଇଥିଲା। ଏହି ତାଲିକାରେ ସଂଯୁକ୍ତରାଷ୍ଟ୍ର ସ୍ଥାୟୀ ପ୍ରତିନିଧିଙ୍କ ସମେତ, ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ପର୍ତ୍ତୁଗଲରେ ନିଯୁକ୍ତ ରାଷ୍ଟ୍ରଦୂତ ମଧ୍‍ୟ ସାମିଲ୍‍ ରହିଛନ୍ତି। 
 
10. ନଭେମ୍ବର ୧୨ ତାରିଖରୁ ଭିସ୍ତାରା ଉଡ଼ାଣର ନୂଆ ନାମ ରହିବ। ଏବେ ଉଡ଼ାଣର ନାମକରଣ  ୟୁକେରୁ ଆରମ୍ଭ ହେଉଥିଲା। କିନ୍ତୁ ଏୟାର ଇଣ୍ଡିଆ ସହ ମିଶ୍ରଣ ପରେ ଏହା ଏଆଇ-୨ରୁ ଆରମ୍ଭ ହେବ। ଏନେଇ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।