Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today

1. 3 Heavyweights join BJP: ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ବିଜେପିରେ ସାମିଲ୍‍ ହୋଇଛନ୍ତି। ରାଷ୍ଟ୍ରୀୟ ମହାସଚିବଙ୍କ ଉପସ୍ଥିତିରେ ଏହି ତିନିଜଣ ବିଜେପି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ଭର୍ତ୍ତୃହରିଙ୍କୁ କଟକ, ସିଦ୍ଧାନ୍ତଙ୍କୁ କନ୍ଧମାଳ ସାଂସଦ ପ୍ରାର୍ଥୀ ଭାବେ  ଏବଂ ଦମୟନ୍ତୀଙ୍କୁ ଦଳ ବାରିପଦାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଯୋଜନା କରିଥିବା ସୂଚନା ମିଳିଛି। 

2. Kharvel wants Pratap to fight from Kandhamal: ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପୁଣିଥରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ରାଜ୍ୟ ନେତୃମଣ୍ଡଳୀଙ୍କୁ ଭେଟିବା ଲାଗି ଆସିଥିଲା ମଧ୍ୟ ସେ ଏଥିରେ ବିଫଳ ହୋଇଥିବା କହିଛନ୍ତି। ବାଲେଶ୍ୱରରୁ ସେ ଲଢ଼ିବା ପାଇଁ ସ୍ଥିର କରିଥିବାରୁ ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳ ଆସନରୁ ପ୍ରାର୍ଥୀ କରାଯାଉ ବୋଲି ସେ ରାଜ୍ୟ ନେତୃମଣ୍ଡଳୀଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି।

3. BJP May Declare names for Assembly seats today: ଆଜି ବିଜେପି ପକ୍ଷରୁ ରାଜ୍ୟ ବିଧାନସଭା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏଥିଲାଗି ରାଜ୍ୟ ସଭାପତି ଏବଂ ମହାସଚିବ ଦିଲ୍ଲୀରେ ଅଛନ୍ତି। ରାଜ୍ୟ ଦ୍ୱାରା ପ୍ରସ୍ତୁତ ୭୦ ପ୍ରାର୍ଥୀ ତାଲିକାକୁ ନେଇ ସେମାନେ ଦିଲ୍ଲୀ ଯାଇଛନ୍ତି। ଆଜି ଏ ବାବଦରେ ନିଷ୍ପତ୍ତି ସାମ୍ନାକୁ ଆସିପାରେ। ସେହିପରି  ଶାସକ ଦଳ ବିଜେଡି ମଧ୍ୟ ଆଜି ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି। ବିଜେଡି ୭୨ ବିଧାନସଭା ଆସନ ଏବଂ ୧୫ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି।

4. Congress to declare Candidates list in the 1st week: କଂଗ୍ରେସ ପକ୍ଷରେ ଏପ୍ରିଲ୍‍ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ପ୍ରଥମେ ସେହି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଇଛି ଯେଉଁମାନେ ଗତ ନିର୍ବାଚନରେ କମ୍‍ ବ୍ୟବଧାନରେ ପରାଜୟ ସ୍ୱୀକାର କରିଥିଲେ। ଏନେଇ କଂଗ୍ରେସ ବରିଷ୍ଠ ନେତା  ଭକ୍ତ ଚରଣ ଦାସ  ସୂଚନା ଦେଇଛନ୍ତି। ସେ ଏ ଥର ନର୍ଲାରୁ ବିଧାନସଭା ପାଇଁ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି।

5. Paddy Procurement from May-1: ରାଜ୍ୟରେ ରବି ଧାନ ସଂଗ୍ରହ ମେ’ ପହିଲାରୁ ଆରମ୍ଭ ହେବ। ଜୁନ୍‍ ୩୦ ତାରିଖ ଯାଏ ଏହା ଚାଲିବ। ମଣ୍ଡିରେ ଯେମିତି ଚାଷୀଙ୍କ ଧାନ ୨୪ ଘଣ୍ଟାରୁ ଅଧିକ ସମୟ ପଡ଼ି ନରୁହେ ସେଥିଲାଗି ବ୍ୟବସ୍ଥା କରିବାକୁ ସମବାୟ ବିଭାଗ ୧୭ଟି ଜିଲ୍ଲା ସମବାୟ ସମିତିକୁ ନିର୍ଦ୍ଦେଶ ଦେଇଛି। ଏହା ସହ ଜୁନ୍‍ ମାସରେ ବର୍ଷା ଆଶଙ୍କା ଥିବାରୁ ପର୍ଯ୍ୟାପ୍ତ ପଲିଥିନ କିଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

6. School to admit 25% seats under RTE by 6th April: ଶିକ୍ଷା ଅଧିକାର ଆଇନ ଅଧିନରେ ସମସ୍ତ ଘରୋଇ ସ୍କୁଲରେ ୨୫ ପ୍ରତିଶତ ଆସନ  ଦୁର୍ବଳ ଶ୍ରେଣୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଲଟେରି ଉଠାଯାଇ ପିଲାମାନଙ୍କୁ ସ୍କୁଲ୍‍ ଆବଣ୍ଟନ କରାଯାଇଛି। ୬ ତାରିଖ ଭିତରେ ଏହି ନାମ ଲେଖା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ଯଦି କେହି ଖିଲାଫ କରନ୍ତି ତେବେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

7.Alliance air harassed passengers: ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଆଲିଆନ୍ସ ଏୟାର ଦ୍ୱାରା ୫୧ ଯାତ୍ରୀ ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି।  ବିମାନ ମଝି ଆକାଶରେ ଖରାପ ହେବାରୁ ଯାତ୍ରୀଙ୍କୁ  କୋଲକତା ପହଞ୍ଚାଇ ଏହାର ପାଇଲଟ ଓ କର୍ମଚାରୀ ଫେରାର ହୋଇଥିବା ସୂଚନା ମିଳିଛି। ଯାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା କରି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ବ୍ୟବସ୍ଥା ନକରି କମ୍ପାନୀ ବାହାନା କରିବାରୁ ଯାତ୍ରୀଙ୍କୁ ବାଧ୍ୟ ହୋଇ କୋଲକତାରେ ରାତ୍ରୀଯାପନ କରିବାକୁ ପଡ଼ିଛି।

8. MGNREGS Wage hiked: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ମଜୁରୀ ବୃଦ୍ଧି ଘଟିଛି। ରାଜ୍ୟରେ ଏହାଦିନ ପିଛା ୨୫୪ ଟଙ୍କା ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୩୭ ଟଙ୍କା ଥିଲା। ଏପ୍ରିଲ ୧ରୁ ଏହି ନୂତନ ମଜୁରୀ ଲାଗୁ ହେବ।

9. Morning Courts From April 8: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା କୋର୍ଟକୁ ସକାଳୁଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ନୂତନ ଆଦେଶ ବଳରେ ସକାଳ ସାତଟାରୁ କୋର୍ଟ  ଖୋଲି ୧ଟା ଯାଏ ଚାଲିବ। ମଝିରେ ୧୦ଟାରୁ ସାଢ଼େ ୧୦ଟା ଯାଏ ଛୁଟି ରହିବ। ତେବେ ବ୍ରହ୍ମପୁର, ଭୁବନେଶ୍ୱର, କୋରାପୁଟ ସଦର ଏବଂ ପୁରୀ ସଦର କୋର୍ଟରେ ଏହି ନିୟମ ଲାଗୁ ହେବ ନାହିଁ। 

10. More restrictions in Jails: ରାଜ୍ୟର ସମସ୍ତ ଜେଲ୍‍ରେ ନୂଆ କଟକଣା ଲାଗୁ କରାଯାଇଛି। ଜେଲ୍‍ ଡିଜି ଅମ୍ରିତ୍‍ ମୋହନ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କଏଦୀଙ୍କ ମାସିକ କ୍ୟାଣ୍ଟିନ ଖର୍ଚ୍ଚ ମାସିକ ୫ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ଖସାଇ ଦିଆଯାଇଛି। ଓ୍ୱାର୍ଡର ମାନେ ସିଫ୍ଟ ବଦଳ ସମୟରେ  କଏଦୀଙକ୍ ତଲାସୀ ନେବାକୁ ବ୍ୟବସ୍ଥା କରାଯାଇଛି। ଅଧୀକ୍ଷମ ଓ ଜେଲର ନିୟମିତ ଯାଞ୍ଚ କରିବା ସହ କଏଦୀମାନେ ଯେମିତି ପରସ୍ପର ସହ କଥା ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏଥିରେ କୁହାଯାଇଛି। ଝାରପଡ଼ା ଜେଲ୍‍ରେ ଗ୍ୟାଙ୍ଗଓ୍ୱାର ପରେ ଏପରି କଡ଼ା ନିୟମକୁ କାର୍ଯ୍ୟାରୀ କରିବାକୁ ନିଷ୍ପତ୍ତି ହୋଇଛି।

Also Read- Gold Silver Price: ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା ଏବଂ ରୂପା, ଜାଣନ୍ତୁ ଆଜିର ଦର

Also Read- Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ