Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2311633

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-NEET may hit parliament today: ଆଜି ବିରୋଧି ସଂସଦରେ ଉଠାଇବେ ନିଟ୍ ପ୍ରସଙ୍ଗ।  ବିରୋଧି ଦଳ ଶୁକ୍ରବାର ନିଟ୍ ପରୀକ୍ଷାରେ ଅନିୟମିତତା  ଏବଂ ପ୍ରଶ୍ନପତ୍ର ଲିକ୍  ପ୍ରସଙ୍ଗ ଉଠାଇବେ।  ଏହି ପ୍ରସଙ୍ଗରେ ସେମାନେ  ସରକାରଙ୍କୁ ଘେରିବେ।  ଏବଂ ଉତ୍ତର ଦାବି କରିବେ।  ଏଥିପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି।  ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏବଂ ଏହା ଉପରେ ଆଲୋଚନା ହେବ।  ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କ ଜବାବ୍ ରଖିବେ।  ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ  ଆଲୋଚନା ବେଳେ ବିରୋଧି  ଏହାକୁ ଉଠାଇବେ ବୋଲି କହିଛନ୍ତି। 

2. ⁠CM meets president and cabinet ministers: ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହ ଦେଓ। ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ।  ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। 

3-Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା।  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କିଛି କିଛି ସ୍ଥାନରେ ଲଗାଣ ବର୍ଷା ହେଉଥିବା ବେଳେ  ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି। ୩୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ଜୁଲାଇ ୧ରୁ ବର୍ଷାର ପରିମାଣ କମିବ। କିନ୍ତୁ ୩ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

4- ⁠slot booking for Sri jagannath Darshan : ଆଗକୁ ଆସୁଛି ରଥଯାତ୍ରା। ଆଉ ତା ପୂର୍ବରୁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ବଢିବାରେ ଲାଗିଛି । ଖାସ୍ କରି ଯେବେ ଠାରୁ ଚାଲିଦ୍ବାର ଖୋଲିଲା ସେବେଠାରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟୁଛି। ଭିଡ ଯୋଗୁଁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରୁ ନାହାଁନ୍ତି। ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ତେବେ, ଏହାରି ଭିତରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଏକ ସାକ୍ଷତାକାର ଦେଖିବାକୁ ମିଳିଛି।  ସେ ଏହି ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି।  ଶ୍ରଦ୍ଧାଳୁଙ୍କ ଗହଳି କମାଇବା ପାଇଁ ସେ ଏକ ଆପ୍ସ ଡେଭଲପମେଣ୍ଟ କରିବାକୁ ପ୍ରସ୍ତାବ ଦେଇଛନ୍ତି। 

5-Tigress Sara died in Nandan Kanan: ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ‘ସାରା’। ୨୦୦୯ରେ ନନ୍ଦନକାନନକୁ ଆସିଥିବା ସାରାର ମୃତ୍ଯୁ ହୋଇଛି। ମୃତ୍ଯୁ ବେଳକୁ ତାକୁ ୧୯ବର୍ଷ ହୋଇଥିଲା ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିବା ସାରା ବାର୍ଦ୍ଧକ୍ଯ କାରଣରୁ କିଛି ବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା।ଖାଇବାପିଇବା ଛାଡ଼ି ଫିଡିଂ ଚାମ୍ବରରେ ପଡ଼ି ରହୁଥିଲା। କିଛିଦିନ ହେବ ସାରା ଠିକ୍ ଭାବେ ଖାଦ୍ୟ ଖାଉ ନଥିଲା। ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ସାରାର ଚିକିତ୍ସା କରାଯାଉଥିଲା। ସାଲାଇନ, ଇଞ୍ଜେକ୍ସନ ଓ ଭିଟାମିନ ଦେଇ ବାଘୁଣୀକୁ ସୁସ୍ଥ କରିବାକୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଉଦ୍ଯମ କରିଥିଲେ। ହେଲେ ଶେଷରେ ତାର ମୃତ୍ଯୁ ହୋଇଛି। 

6-⁠ IPS Ashis sing:  ଆଇପିଏସ୍ ଅଫିସର ତଥା  କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଙ୍କୁ ନେଇ ଗୃହ ବିଭାଗ ବଡ଼ ପ୍ରଶ୍ନ ଉଠାଇଛି। ଆଶିସ ସିଂ ଏବେ କେଉଁଠି ଅଛନ୍ତି। ମାସେ ଛୁଟିରେ ଯାଇ ଫେରିଲେଣୀ ନା ନାହିଁ ବୋଲି ଗୃହ ବିଭାଗ ପଚାରିଛି।  ତୁରନ୍ତ ଏ ବାବଦରେ ଜଣାଇବାକୁ ପୋଲିସ୍ ଡିଜିଙ୍କୁ ଚିଠି ହୋଇଛି। 

7-Weather Report of india: ଆଜି ସକାଳ ୪ ଟାରୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ହେତୁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ଆସନ୍ତା କିଛି ଦିନ ହେବ ବର୍ଷା ପାଇଁ ପାଣିପାଗ ବିଭାଗ (IMD) ୟେଲୋ ଆଲର୍ଟ ଜାରି କରିଛି । ଜୁନ୍ 29 ଏବଂ 30 ରେ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପ୍ରାୟ ତିନିମାସ ଧରି ଗ୍ରୀଷ୍ମ ଉତ୍ତାକପରେ ଜଳୁଥିବା ଦିଲ୍ଲୀର ସକାଳରୁ ଆଜି ଟିକିଓ ଆଶ୍ୱସ୍ତି ମିଳିଛି। ଆଜି ପ୍ରବଳ ବର୍ଷା ଏନସିଆରର ନୋଏଡା, ଗାଜିଆବାଦ, ଫରିଦାବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ, ଏହି ବର୍ଷା ଆସନ୍ତା 72 ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ।

8-Delhi rain:ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରର ଏକ ନମ୍ବର ଟର୍ମିନାଲ୍‍ର ଛାତ ଭୁଶୁଡ଼ିଛି। ଏହି ହେତୁ ଜଣଙ୍କ ମୃତ୍ୟୁ   ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ସକାଳ ପ୍ରାୟ ସେଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଛାତ ଭୁଶୁଡ଼ିବା ଦ୍ୱାରା ଅନେକ ଗାଡ଼ି ନଷ୍ଟ ହୋଇଛି। ଏହା ସହ ଯାତ୍ରୀଙ୍କ ଯାତାୟାତ ପ୍ରଭାବିତ ହୋଇଛି। ଖାଲ ସେତିକି ନୁହେଁ ବିମାନ ମଧ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି।  ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍‍ପିଟାଲ୍‍କୁ ପଠାଇଛନ୍ତି।

9-Amarnath Yatra 2024: ଜାମ୍ମୁ କଶ୍ମୀରରେ ବିଦ୍ୟମାନ ଥିବା ବାବା ଅମରନାଥ ଯାତ୍ରାଙ୍କ ଯାତ୍ରା ଜୁନ୍ ୨୯ ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ତତକାଳ ପଞ୍ଜୀକରଣ ସୁବିଧା ଜୁନ୍ ୨୬ ରୁ ଆରମ୍ଭ ହୋଇଛି । ଆଷାଢ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାବା ଅମରନାଥଙ୍କ ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଶିବ ଭକ୍ତ ବାବାଙ୍କ ଦରବାରରେ ପହଞ୍ଚି ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ । ପଞ୍ଜୀକରଣ ପାଇଁ ଶ୍ରଦ୍ଧାଳୁମାନଙ୍କୁ ଆଧାର କାର୍ଡ, ପାସପୋର୍ଟ, ଭୋଟର ID କିମ୍ବା ଡ୍ରାଇଭିଂ ଲାଇସେନ୍ସ ସହିତ ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ ।

10-T20 World Cup: ଟିମ୍ ଇଣ୍ଡିଆ ୨୦୨ ସେମିଫାଇନାଲରେ ଟି -20 ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ ପରାଜୟର ପ୍ରତିଶୋଧ ନେଇଛି। ଟି-୨୦ ବିଶ୍ୱକପ୍ ଫାଇନାଲରେ ଏଣ୍ଟ୍ରୀ ମାରିଛି ଟିମ୍ ଇଣ୍ଡିଆ । ଯେଉଁଠାରେ ସେ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବାକୁ ଯାଉଛି। ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲା ଓ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।ଇଂଲଣ୍ଡ ବିପକ୍ଷରେ ଏହି ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭାବପ୍ରବଣ ହୋଇପଡ଼ିଥିଲେ।