Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2163607

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Vijay Sharma: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ତା ପୂର୍ବରୁ ରାଜ୍ୟକୁ ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା।  ଆଜି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା (Chhattisgarh Deputy CM Vijay Sharma) ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି। ଗସ୍ତ ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।  ବିଶେଷ କରି,ବିକଶିତ ଭାରତ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଲୋକଙ୍କୁ କହିବେ। 'ବିକଶିତ ଓଡି଼ଶା ଓ ବିକଶିତ ଭାରତ' ହିଁ ମୋଦିଙ୍କ ଗ୍ୟାରେଣ୍ଟି। ମୋଦି ପୁଣି ଥରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ବିଜେପି ଦେଶ ଓ ରାଜ୍ୟରେ ସରକାର ଗଠନ କରିବ।

H2-Electoral Bond: ଓଡ଼ିଶାର ଅନ୍ୟତମ ଖଣି ବ୍ୟବସାୟୀ ତଥା ପ୍ରତିଷ୍ଠିତ ‘ପଟ୍ଟନାୟକ’ ପରିବାର ସଦସ୍ୟ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ନାଁ ରହିଛି ଦେଶରେ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଙ୍କୁ ପାଣ୍ଠି ଯୋଗାଇବା ତାଲିକାରେ। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତାଲିକାକୁ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହୁଏ। ସେ  ବ୍ୟକ୍ତିଗତ ସ୍ତରରେ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଙ୍କୁ ପାଣ୍ଠି ଯୋଗାଇଛନ୍ତି।  ଖାଲି ସେତିକି ନୁହେଁ,  ନିର୍ବାଚନୀ ବଣ୍ଡ କିଣିଥିବା ଦେଶର ପ୍ରମୁଖ ୧୫ ବ୍ୟକ୍ତି ବିଶେଷଙ୍କ ଭିତରେ ରହିଛନ୍ତି ରାଜ୍ୟର ଏକମାତ୍ର ଇନ୍ଦ୍ରାଣୀ ପଟ୍ଟନାୟକ।

H3-Election 2024: ଆଜି ନୂଆଦିଲ୍ଲୀରେ ବସିପାରେ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ କମିଟି ବୈଠକ। ଏଥିରେ ଓଡ଼ିଶାରେ ଦଳର ଭବିଷ୍ୟତ କଥା ସ୍ପଷ୍ଟ ହୋଇପାରେ। ଅର୍ଥାତ୍‍ ଦଳ ରାଜ୍ୟରେ ଶାସନ ଦଳ ବିଜେଡି ସହ ମେଣ୍ଟ କରିବ କି ନା ତାହା ସ୍ପଷ୍ଟ ହୋଇପାରେ। ତେବେ ରାଜ୍ୟ ବିଜେପି ନେତୃତ୍ୱ ମେଣ୍ଟକୁ ପଛ କରି ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୨୧ ସଂସଦୀୟ ନିର୍ବାଚନ ମଣ୍ଡଳୀ ଲାଗି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାକୁ ନେଇ ରାଜ୍ୟ ସଭାପତି ଦିଲ୍ଲୀରେ ଅଛନ୍ତି। ତାଙ୍କର ଦିଲ୍ଲୀ ଉପସ୍ଥିତି ଓଡ଼ିଶାରେ ବିଜେପିର ପ୍ରାର୍ଥୀ ତାଲିକା ଉପରେ ମୋହର ଲାଗିବା ବିଷୟକୁ ସୂଚାଉଛି।

H4-Weather Update:  ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଛି। ଆଉ ତା ସାଙ୍ଗକୁ କାଳବୈଶାଖିର ପ୍ରକୋପ ରାଜ୍ୟବାସୀଙ୍କୁ କଲବଲ କରୁଛି। ରାଜ୍ୟରେ ଆହୁରୀ ଦୁଇ ଦିନ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୨୪ଟି ଜିଲ୍ଲାରେ  କାଳ ବୈଶାଖି ପ୍ରଭାବରେ ବର୍ଷା, ପବନ, ବଜ୍ରପାତ ଆଶଙ୍କା ରହିଛି। କେତେକ ଜିଲ୍ଲାରେ ୩୦ ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ହେବାର ବି ସମ୍ଭାବନା ରହିଛି।  ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ମଙ୍ଗଳବାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କଳାହାଣ୍ତି, ବଲାଙ୍ଗୀର ,ସୋନପୁର, ବୌଦ୍ଧ, ଅନୁଗୁଳ,ଢେଙ୍କାନାଳ, ନୟାଗଡ଼, ମୟୂରଭଂଜ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ସ୍ଥାନେ ସ୍ଥାନେ କାଳବୈଶାଖି ପ୍ରଭାବରେ ୪୫ରୁ ୫୫ କିଲୋମିଟର ସହ ପବନ ହେବା ସହ ବଜ୍ରପାତର ଆଶଙ୍କା ରହିଛି। 

H5-Dola Purnima 2024: ସୋମବାର ଶ୍ରୀମନ୍ଦିର ଛତିଶା ନିଯୋଗ (Chhatisa Nijaog Meeting) ଓ ନୀତି ସବ କମିଟି ବୈଠକ (Niti Sub Committee Meeting) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ (Samarth Verma) ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା ମାର୍ଚ୍ଚ ୨୪ ତାରିଖ ଅଗ୍ନି ଉତ୍ସବ ଓ ମାର୍ଚ୍ଚ ୨୫ ତାରିଖ ଦୋଳପୂର୍ଣ୍ଣିମା (Dola Purnima 2024) ଲାଗି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଏଥିସହ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦୋଳବେଦୀ ନୀତିକାନ୍ତି ନେଇ ମଧ୍ଯ ଚୂଡ଼ା ନିଷ୍ପତ୍ତି ନିଆଯାଇଛି ।

H6-Dol Purnima 2024: ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ଦୋଳଯାତ୍ରା ପ୍ରସ୍ତୁତି ବୈଠକ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ଜିଲ୍ଲପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଦୋଳାଯାତ୍ରାର ସ୍ବତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା । ବିଗତ ବର୍ଷର  ନୀତିନିର୍ଘଣ୍ଟ ଅନୁସାରେ ଚଳିତ ବର୍ଷର ନୀତି ନିର୍ଘଣ୍ଟ ପ୍ରସ୍ତୁତ ନେଇ ଉପସ୍ଥିତ ସେବାୟତ ମତ ଦେଇଥିଲେ ।ଖବର ଅନୁଯାୟୀ, ଗତ ବର୍ଷର ନୀତିନିର୍ଘଣ୍ଟରେ ଦିଅଁଙ୍କ ଫେରିବା ସମୟ ରାତି ୧୧ଟାରୁ ରାତି ସାଢେ ୧୧ଟା ରହିଥିବା ବେଳେ ତାହାକୁ ପରିବର୍ତ୍ତନ କରାଯାଇ ରାତି ସାଢେ ୧୦ଟା କରାଯାଇଥିଲା । ଏହା ବ୍ୟତୀତ ଅନ୍ୟାନ୍ୟ ନୀତିକାନ୍ତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

H7-BJD Candidate for 2024 Election: ମେଣ୍ଟ ଚର୍ଚ୍ଚା ଓ ସମ୍ଭାବନା ଭିତରେ ବିଜେଡି ପୁରୀ ଓ କେନ୍ଦ୍ରାପଡ଼ାରୁ ସମ୍ଭାବ୍ୟ ପ୍ରାର୍ଥୀ କିଏ ହେବେ ତାହାର ଏକ ତାଲିକା ସାମ୍ନାକୁ ଆଣିଛି। ଯଦିଓ ଦଳ ପକ୍ଷରୁ ଏ ବିଷୟରେ ବିଧିବଦ୍ଧ ଭାବେ ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ବିଜେଡିର ପ୍ରମୁଖ ରଣନୀତି ନିର୍ଦ୍ଧାରକ ଭିକେ ପାଣ୍ଡିଆନ୍‍ ଦଳୀୟ ନେତାଙ୍କ ସହ ପୃଥକ ପୃଥକ ବୈଠକରେ ପୁରୀ ଓ କେନ୍ଦ୍ରାପଡ଼ା ଲାଗି ପ୍ରାର୍ଥୀ ସ୍ପଷ୍ଟ କରିଛନ୍ତି। ଏଥିରେ ରହିଛି ଦୁଇ ସାଂସଦ ପ୍ରାର୍ଥୀଙ୍କ ସମେତ ୧୪ ବିଧାୟକ ପ୍ରାର୍ଥୀଙ୍କ ନାଁ। ଆସନ୍ତୁ ନଜର ପକାଇବା ଏହି ସମ୍ଭାବ୍ୟ ତାଲିକା ଅନୁସାରେ କିଏ ହେବେ କେଉଁଠୁ ପ୍ରାର୍ଥୀ।

H8- Mla Bijay Shankar Das: ପୁଣି ବିବାଦରେ ବିଜେଡି଼ ବିଧାୟକ ବିଜୟ ଶଙ୍କର ଦାସ (bjd mla bijay sankar das)। ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ପହଂଚିଲା ମାମଲା। ପୋଲିସର ନିସ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ। ବିଧାୟକଙ୍କ ବିରୋଧରେ  ଜଗତସିଂହପୁରରେ ରୁଜୁ ହୋଇଥିବା ମାମଲା ବିରୋଧରେ ପୋଲିସ୍ ଠିକ୍ ଭାବରେ ତଦନ୍ତ କରୁ ନଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା। ଏନେଇ ସେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଆଉ ଏହି ମାମଲାରେ ବିଧୟକ ବିଜୟ ଶଙ୍କର , ଜଗତସିଂହପୁର ଏସପିଙ୍କ ସହ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ତେବେ, ନିର୍ବାଚନ ପୂର୍ବରୁ ବିଧାୟକଙ୍କ ପାଇଁ ଏହି ମାମଲା ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। 

H9-IPL 2024 : ଏଣିକି ଆଉ ଶୁଭିବନି ଓଡ଼ିଆ ଭାଷାର ଆଇପିଏଲ୍‌ ସିଧାପ୍ରସାରଣ। ଏଥିସହ ଓଡ଼ିଆ ଭାଷାରେ କାର୍ଯ୍ୟକ୍ରମ କିମ୍ବା ସ୍କୋରସିଟ୍‌ ମଧ୍ୟ ମୋବାଇଲ୍‌ ପରଦାରେ ଆଉ ଦେଖାଯିବନି। ଓଟିଟି ପ୍ଲାଟ୍‌ଫର୍ମରେ ସିଧାପ୍ରସାରଣ କରିବାକୁ ଥିବା ଜିଓ ସିନେମା ପକ୍ଷରୁ ଆଇପିଏଲ୍‌ ଧାରାବିବରଣୀକୁ ୯ଟି ଭାଷାରେ ସୀମିତ ରଖାଯାଇଛି। ସେହି ଭାଷା ଗୁଡିକ ହେଲା, ହିନ୍ଦୀ  ଇଂରାଜୀ , ତାମିଲ, ତେଲୁଗୁ, କନ୍ନଡ଼, ମରାଠୀ, ମାଲାୟାଲମ୍‌, ଗୁଜରାଟୀ ଓ ବଙ୍ଗଳା ଭାଷାରେ ଆଇପିଏଲ୍‌ର ଧାରା ବିବରଣୀ କରାଯିବ। 

H10-IPL 2024: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଆଇପିଏଲ (IPL 2024)। ଆଇପିଏଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ତିଆନ୍ସକୁ (Mumbai Indians)ଲାଗିଛି ବଡ଼ ଝଟକା । ଆହତ ହୋଇଛନ୍ତି ଦ୍ରୃତ ବାମହାତୀ ବୋଲର ଜେସନ ବେହେରେଣ୍ଡର୍ଫ (jason behrendorff injured)। ଆହତ କାରଣରୁ ସେ ଆଇପିଏଲ୍ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।  ଜେସନ ବେହେରେଣ୍ଡର୍ଫଙ୍କ ବଦଳରେ ଇଂଲଣ୍ଡର ଲୁକ୍ ଉଡଙ୍କୁ ଦଳରେ ସାମିଲ୍ କରାଯାଇଛି।  ଲୁକ ଉଡ଼ଙ୍କୁ (Luke Wood) ବେସ୍ ପ୍ରାଇସ୍ ୫୦ ଲକ୍ଷ ବଦଳରେ ତାଙ୍କୁ ଦଳରେ ସାମିଲ୍ କରାଯାଇଛି।