Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2117341

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Narendra Modi Up visit: ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ । ଏହି ଗସ୍ତ ଅବସରରେ ସେ ଲକ୍ଷ୍ନୌରେ ବିଭିନ୍ନ ପ୍ରକଳ୍ପ ଏବଂ ସମ୍ଭଲରେ କଲକୀ ଧାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ଭଲରେ ପିଏମ କଲକୀ ଧାମ ମନ୍ଦିର ମଡେଲର ଉନ୍ମୋଚନ କରିବା ପରେ ଏକ ସଭାକୁ ସମ୍ବୋଧିତ କରିାର କର୍ଯ୍ୟକ୍ରମ ରହିଛି ।  ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । 

2-President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପରିଦର୍ଶନ କରିବେ । ଫେବୃଆରୀ ୧୯ରେ ରାଷ୍ଟ୍ରପତି ଶହୀଦଙ୍କ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ସେଲୁଲାର୍ ଜେଲ୍ କମ୍ପ୍ଲେକ୍ସ ଏବଂ ସଂଗ୍ରହାଳୟ ପରିଦର୍ଶନ କରିବେ। ସେ ସେଲୁଲାର୍ ଜେଲରେ ଥିବା ଲାଇଟ୍ ଏବଂ ସାଉଣ୍ଡ୍ ସୋ’ ମଧ୍ୟ ଦେଖିବେ ।

3-LaccMI Bus: ଏଣିକି ଯାତ୍ରା ହେବ ଆହୁରି ସହଜ। ଆଜି ୫ଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' (LaccMI Bus) ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)।  ଆଜି କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'। ସକାଳ ୧୧ଟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ବସ ଗଡିବ ବୋଲି ଜଣାପଡିଛି ।

4-Weather Update: ଏବେଠୁ ରାଜ୍ୟରେ ଗାଏବ ହୋଇଗଲାଣୀ ଶୀତ (cold wave in odisha) । ଆଉ ୨୪ ଘଣ୍ଟା ରାଜ୍ୟରେ ଘନ କୁହୁଡି଼ (deep fog)ଆଶଙ୍କା ଥିବା ବେଳେ ଗୁରୁଚାପ ବଳୟରେ ସକ୍ରିୟତା ବୃଦ୍ଧି ପାଇଛି। ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟ ବାଷ୍ପ ଉଷ୍ମ ବାୟୁ ପ୍ରବେଶ କରୁଛି।  ଏଥିପାଇଁ ଆଗାମୀ ୨ ଦିନରେ ରାତ୍ରି ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର( Bhubaneswar Meteorological Centre)। 

5- Teacher strike:ଦିନକ ପରେ ମାଟ୍ରିକ୍ ପରୀକ୍ଷା । ସେପଟେ ୨୧ ଦଫା ଦାବି ପୂରଣ ନେଇ  ଦୀର୍ଘ ୧୨ ଦିନ ହେବ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଖବର ଅନୁଯାୟୀ, ରାଜଧାନୀ ରାଜରାସ୍ତାରେ ଜାରି ରହିଛି ଶିକ୍ଷକଙ୍କ ରଣହୁଙ୍କାର । ଦାବି ପୂରଣ ନହେବା ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନରେ ସହଯୋଗ କରିବେ ନାହିଁ ବୋଲି ଶିକ୍ଷକ ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ପୂର୍ବରୁ ଓଷ୍ଟା ପକ୍ଷରୁ ଅନେକ ଥର ଆନ୍ଦୋଳନ କରାଯାଇଥିଲା ।

6-Shree Jagannath International Airport: ପୁରୀକୁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରରେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତେବେ ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇବ ଶ୍ରୀକ୍ଷେତ୍ର ପୁରୀ । କାରଣ ସିପସରୁବାଲିରେ ନିର୍ମାଣ ହେବ ଓଡ଼ିଶାର ସର୍ବ ବୃହତ  ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର । ଏନେଇ ଟେଣ୍ତର ପ୍ରକ୍ରିୟା ଆହ୍ବାନ କରାଯାଇଛି ।

7-Odisha News: ମାଟ୍ରନଙ୍କ ପାରିଶ୍ରମିକ  ବଢିଲା । ୫ ହଜାର ଟଙ୍କା ବଢିଲା ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ। ସେମାନଙ୍କ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

8-FLH PRO LEAGE: ଶେଷ ମ୍ୟାଚ୍ କୁ ସୁଟ୍ ଆଉଟରେ ଜିତି ନେଲେ ଭାରତୀୟ ମହିଳା ଦଳ ତାର ପ୍ରୋ-ଲିଗ୍ ହକି ପ୍ରତିଯୋଗିତାର ଭୁବନେଶ୍ବର  ଓ ରାଉରେକେଲା  ଲିଗ୍ ଶେଷ ହୋଇଛି।  ଆମେରିକା ବିପକ୍ଷ  ଏହି ରୋମାଞ୍ଚକର ମ୍ୟାଚ୍ ନିର୍ଦ୍ଦାରିତ ସମୟରେ ୧-୧ ରହିବାରୁ ଫଳାଫଳ ଲାଗି ସୁଟ୍ ଆଉଟର ସହାୟତା ନେଇଥିଲା। ଏଥିରେ ଭାରତ ୨-୧ ଗୋଲରେ ବିଜୟୀ ହୋଇଥିଲା । 

9- Pakistani general election 2024 :ପାକିସ୍ତାନ ସାଧାରଣ ନିର୍ବାଚନରେ ବ୍ଯାପକ ହେରଫେର ହୋଇଥିବା  ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଏ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ। ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ଇମ୍ରାନ ଖାନ। ପାକିସ୍ତାନରେ ୧୮୦ରୁ ଅଧିକ ଆସନ ଜିତିବା ଦାବି କରିଛନ୍ତି ଇମ୍ରାନ। ତେବେ ହାରିବାକୁ ଥିବା ପ୍ରାର୍ଥୀ ହେରଫେର କରି ନିର୍ବାଚନ ଫଳାଫଳ ବଦଳାଇଛନ୍ତି।

10-Heat Wave in Odisha: ଗୁରୁଚାପ ବଳୟରେ ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ ଜାରି ରହିଛି । ଯାହା ଫଳରେ ରାଜ୍ୟରେ ତାତି ବଢିବାରେ ଲାଗିଛି ।  ଫେବୃଆରୀ ନସରୁଣୁ ଶୀତ ଉଭାନ ହୋଇଯାଇଥିବା ବେଳେ ରାତିରେ ଆଉ ଥଣ୍ତା ମଧ୍ଯ ଅନୁଭୂତ ହେଉନାହିଁ  । ଅନ୍ୟପଟେ ୩୫ ଡିଗ୍ରୀ ଉପରେ ରହିଛି ୪ ଜିଲ୍ଲାର ପାରଦ । ରବିବାର ଭବାନୀପାଟଣାରେ ୩୫.୪ ଡିଗ୍ରୀ, ଟିଟିଲାଗଡ଼, ବୌଦ୍ଧ ଓ ପାରଲାଖେମୁଣ୍ତିରେ ୩୫ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି। ତେବେ ଆଗାମୀ ୨ ଦିନରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।