Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2152154

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Ramadan 2024: ଆଜି ଠାରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । ସୋମବାର ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ପବିତ୍ର ମାସର ଆରମ୍ଭ କରିଛନ୍ତି ମୁସଲମାନ ଭାଇ ଓ ଭଉଣୀ । ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏହା ଏପ୍ରିଲ ୯ରେ ସରିବ । ଏହି ସମୟ ମଧ୍ୟରେ ରମଜାନ ମାସ ସାରା ମୁସଲମାନ ଭାଇ ଓ ଭଉଣୀ ମାନେ ଦିନ ତମାମ ଉପବାସ ରହି ବ୍ରତ ପାଳନ କରନ୍ତି, ଏହାକୁ ‘ରୋଜା’ କୁହାଯାଏ । ସୋମବାର ସନ୍ଧ୍ୟାରେ ଚନ୍ଦ୍ର ଦେଖିବା ପରେ ପ୍ରଥମ ତାରାୱିହ ନମାଜ ପାଠ କରାଯାଇଥିଲା । ମଙ୍ଗଳବାର ମୁସଲମାନ ଭାଇ ଓ ଭଉଣୀ ମାନେ ପ୍ରଥମ ‘ରୋଜା’ ରଖି ନମାଜ ପାଠ କରିବେ । 

H2-Vande Bharat Express: ଆଜି ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କ୍ରମରେ ଆଜି ଓଡି଼ଶାରୁ ଗଡି଼ବାକୁ ଯାଉଛି ତୃତୀୟ 'ବନ୍ଦେ ଭାରତ' ଟ୍ରେନ୍ (Vande Bharat Express)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ(pm modi)ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  ଏହି ଟ୍ରେନଟି ପୁରୀରୁ ସିଧାସଳଖ ବିଶାଖାପାଟଣା ଯିବ (Vande Bharat Express between Puri nd Visakhapatnam)।  ଏହା ସପ୍ତାହକୁ ୬ ଦିନ ଚାଲିବ ବୋଲି ଜଣାପଡିଛି।

H3-Weather Update: ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଦୁର୍ବଳ ହୋଇଛି। ଯାହା ଫଳରେ ରାଜ୍ୟରେ ଏବେବି ତାତି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)  ସତର୍କ କରାଇଛି।  ଆସନ୍ତା ୩ ଦିନ ରାଜ୍ୟରେ ପାରଦ ୪ରୁ ୬ ଡିଗ୍ରୀ ମଧ୍ୟରେ ବଢିବ। ସେହିପରି, ପର୍ଯ୍ୟାୟକ୍ରମେ ପରେ ଆହୁରି ୩ ରୁ ୪ ଡିଗ୍ରୀ ଯାଏଁ ବଢିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ସୀମାନ୍ତ ଜିଲ୍ଲାରେ ପାରଦ ୩୯ ଡିଗ୍ରୀ ରୁ ୪୦ ଡିଗ୍ରୀ ରେକର୍ଡ ହେବ। ଗୁରୁଚାପ ବଳୟ ଦୁର୍ବଳ ହେବା ପରେ ରାଜ୍ୟ ଭିତରକୁ ଏବେ ପଶ୍ଚିମାପଟୁ ଶୁଷ୍କ ତଥା ଆଦ୍ର ବାୟୁର ପ୍ରବାହ  ଆରମ୍ଭ ହୋଇଛି।  ଯାହା ଫଳରେ ଏବେ ପ୍ରବଳ ଗରମ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି। 

H4-Teacher Recruitment 2024: ସ୍କୁଲ୍ ଶିକ୍ଷାକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଶିକ୍ଷାଦାନ ବ୍ୟବସ୍ଥାକୁ  ସୁଦୃଢ କରିବାକୁ ରାଜ୍ୟରେ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ବ ଦିଆଯାଉଛି।  ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୨୦୬୪ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ନିଯୁକ୍ତ ହେବେ।  ସେହିପରି, ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୫୭୫ ଜଣ କନିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ (Department of School and Mass Education) ପକ୍ଷରୁ ପ୍ରକ୍ରିୟା ଚାଲିଛି। 

H5-Electoral Bonds Case: ଇଲେକ୍ଟୋରାଲ ବଣ୍ତ ସମ୍ପର୍କିତ ସବିଶେଷ ତଥ୍ୟ ଦାଖଲ ପାଇଁ ସମୟ ବଢାଇବା ନିମନ୍ତେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ତିଆ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଛନ୍ତି । ମଙ୍ଗଳବାର ଅପରାହ୍ନ ସୁଦ୍ଧା ଇଲେକ୍ଟୋରାଲ ବଣ୍ତ ତଥ୍ୟ ଦାଖଲ କରିବା ନେଇ ସର୍ବୋଚ୍ଚ ଅଦାଲତ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।ଖବର ଅନୁଯାୟୀ, ଇଲେକ୍ଟୋରାଲ ବଣ୍ତ ମାମଲାରେ ଏସବିଆଇର ଟାଳଟୁଳ ନୀତି ନେଇ ସୁପ୍ରିମକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି । ନିର୍ବାଚନ କମିସନଙ୍କୁ ବଣ୍ତ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିବା ଲାଗି ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବା ପାଇଁ ଷ୍ଟେଟ ବ୍ୟାଙ୍କର ପିଟିସନକୁ ଖାରଜ କରିଦେଇ କୋର୍ଟ ୨୪ ଘଣ୍ଟା ଭିତରେ ଏହି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବିଫଳ ହେଲେ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

H6-Agni-5 missile: ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ମିଳିଛି ନୂଆ ସଫଳତା । ଅଗ୍ନି ୫ର ସଫଳ ପରୀକ୍ଷଣ କରାଯିବା ପରେ ଓଡ଼ିଶାର ଡିଆରଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବାଲେଶ୍ୱର ସ୍ଥିତ ଅବଦୁଲ କଲାମ ପରୀକ୍ଷଣ କେନ୍ଦ୍ର ନିକଟରେ ଅଗ୍ନି ୫ର ପରୀକ୍ଷଣ କରାଯାଇଥିଲା । ଏହି ମିସାଇଲଟି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍‌ ଭାବେ ଜଣାଯାଏ । ଏହି ମିସାଇଲ୍ ୫ ହଜାର କିମି ପର୍ଯ୍ୟନ୍ତ ଶତ୍ରୁକୁ ଟାର୍ଗେଟ୍ କରିପାରିବ । କହିବାକୁ ଗଲେ ଏହି ମିଶାଇଲ୍ ଶତୃ ଦେଶର ଯେକୌଣସି ସ୍ଥାନରେ ତାଣ୍ଡବ ରଚିପାରିବ । ଏଥିରେ  ୧.୫ ଟନ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିହେବ ।  ୨୦୦୮ ମସିହାରୁ ଡିଆର୍‌ଡିଓ ଅଗ୍ନି-୫ ଉପରେ ରିସର୍ଚ କରିବା ଆରମ୍ଭ କରିଥିଲା ।

H7-PM MODI: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦିଲ୍ଲୀରେ ଅନୁଷ୍ଠିତ  'ସଶକ୍ତି-ନାରୀ ବିକଶିତ ଭାରତ' କାର୍ଯ୍ୟକ୍ରମରେ ସାମିଲ ହୋଇ ୧,୦୦୦ ନମୋ ଡ୍ରୋନ୍ ଦିଦିଙ୍କୁ  ଡ୍ରୋନ୍ ବିତରଣ କରିଛନ୍ତି।  ଏହି ଡ୍ରୋନ୍ ଚାଷ ଜମି ଉପରେ ନଜର ରଖିବ। ଏହାସହ ଚାଷ ଜମିରେ ଫସଲ ବୁଣିବା ଭଳି କାର୍ଯ୍ୟରେ ମଧ୍ୟ ସହାୟକ ହୋଇପାରିବ।

H8-OPS: ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୨୬ ଟି ଓଡି଼ଶା ପୋଲିସ୍ ସେବା (ଓପିଏସ୍) କ୍ୟାଡର ପଦବୀ ସୃଷ୍ଟି କରାଯାଇଛି।  ୫୧ଟି ଓପିଏସ୍  ପଦବୀ ଉଚ୍ଛେଦ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

H9-10. ⁠Agnipath Rally to continue till march 22 : ଭାରତୀୟ ଅଗ୍ନିପଥ ଯୋଜନା  ଏବଂ ନିୟମିତ କ୍ୟାଡର ନିଯୁକ୍ତି ରାଲି ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ଜାରି ରହିଛି। ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲାର ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ।

H10-Citizenship Amendment Act 2019: ୨୦୨୪ ମାର୍ଚ୍ଚ ୧୧ ତାରିଖ ସୋମବାର ସମଗ୍ର ଦେଶରେ ଲାଗୁ ହୋଇଯାଇଛି ନାଗରିକତା ସଂଶୋଧନ ଆଇନ (ସିଏଏ)। ସୋମବାର ଗୃହ ମନ୍ତ୍ରଣାଳୟ ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଛି। ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ସିଏଏ ଲାଗୁ କରି ବିରୋଧିଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି। ଏନେଇ ଜାରି ହୋଇଥିବା ବିଜ୍ଞପ୍ତିରେ ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ସିଏଏ ନାଗରିକତା ନେଇଯିବ ନାହିଁ ବରଂ ପ୍ରଦାନ କରିବ।