Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2554623

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1. Assembly declared Sine e Die: ୧୨ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ। ଡିସେମ୍ବର ୩୧ ଯାଏ ଚାଲିବାକୁ ଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ବୁଧବାର ଦିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ଏଥିରେ ଅତିରିକ୍ତ  ବଜେଟ୍‍ ସହ ଅନ୍ୟ ତିନୋଟି ବିଧେୟକକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ୬ଟି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଇ ଆଲୋଚନା କରାଯାଇଛି।
 
2. 3600 Crore excused for Vedanta: ରାଜ୍ୟ ସରକାର ବେଦାନ୍ତ କମ୍ପାନୀର ୩୬୦୦ ଟଙ୍କା ବିଜୁଳି ଦେୟ ଛାଡ଼ କରିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ୧୪ଟି ଶିଳ୍ପ ସଂଂସ୍ଥାର ୪୦୯୭ କୋଟି ଟଙ୍କାର ବିଜୁଳି ବିଲ୍‍ ସରକାର ବିଭିନ୍ନ  ନିୟମରେ ଛାଡ଼ କରିଛନ୍ତି।  ଅନ୍ୟ ପକ୍ଷରେ ୨୩ଟି ଶିଳ୍ପ ସଂସ୍ଥା ଉପରେ ଏବେ ୧୦୯୬ କୋଟି ଟଙ୍କା ବିଦ୍ୟୁତ୍‍ ଶୁଳ୍କ ବାକି ପଡ଼ିଛି। 
 
 
3. Mission Shakti Staff postponed agitation: ରାଜ୍ୟର ମିଶନଶକ୍ତି କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି। ସରକାର ତାଙ୍କର ୬ ଦଫା ଦାବିକୁ ଖୁବ୍‍ ଶୀଘ୍ର ପୂରଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି କର୍ମଚାରୀ। ଆଜିଠାରୁ ସେମାନେ କାର୍ଯ୍ୟକୁ ଫେରିବେ ବୋଲି ସଂଘ ପକ୍ଷରୁ ପ୍ରତିଶୃତି ଦିଆଯାଇଛି। 
 
4. 3 More IPS officer to go on Central Deputation: ରାଜ୍ୟରୁ ଆଉ ତିନିଜଣ ଆଇପିଏସ୍‍ ଅଧିକାରୀ କେନ୍ଦ୍ରୀୟ ଡେପ୍ୟୁଟେସନ୍‍ରେ ଯାଇପାରନ୍ତି। ସେମାନେ ହେଲେ ଆଶୀଷ ପାଣିଗ୍ରାହୀ, ଅମିତାଭ ଠାକୁର ଏବଂ ରାଜେଶ କୁମାର। ଏମାନଙ୍କ ଆଇଜି ଭାବେ ଉପସ୍ଥାପିତ କରିବା ପାଇଁ କେନ୍ଦ୍ର ସରକାର ତଥ୍ୟ  ମାଗିଛନ୍ତି। ପୂର୍ବରୁ ଡିଏସ୍‍ କୁଟ୍ଟେ, ଆଶୀଷ ସିଂହ, ସତୀଶ ଗଜଭୀଏଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନରେ ପଠାଯାଇଛି। 
 
 
5. Insta, FB Down: ଆଜି ଫେସ୍‍ବୁକ୍‍, ଇନ୍‍ଷ୍ଟ ଓ ହ୍ୱଟ୍ସଆପା ଧିମା ରହିଛି। ଏହାକୁ ଖୋଦ୍‍ ମେଟା ପକ୍ଷରରୁ ସୂଚନା ଦିଆଯାଇଛି। ରାତିରୁ  କିଛି ବୈଷୟିକ ସମସ୍ୟା ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଠିକ୍‍ ସମାନ ଅବସ୍ଥା ଚାଟ୍‍ ଜିପିଟିର ମଧ୍ୟ ସୃଷ୍ଟି ହୋଇଛି। 
 
6. Fadnavis in Delhi to Finalise Portfolios: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‍ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଆଜି ଦିଲ୍ଲୀ ଗସ୍ତରେ ରହିଛନ୍ତି। ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସେମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରରେ ସରକାର ଗଠନ ହୋଇଥିଲେ ମଧ୍ୟ ସହଯୋଗୀ ଦଳଙ୍କୁ ବିଭାଗ ବଣ୍ଟନରେ ବିବାଦ ଲାଗି ରହିଛି। କେନ୍ଦ୍ରୀୟ ନେତା ଏହି ବିବାଦକୁ ପ୍ରଶମନ କରିବେ ବୋଲି କୁହାଯାଉଛି। 
 
 
7. What would decide Alimony amount: ସୁପ୍ରିମକୋର୍ଟ ବିବାହ ବିଚ୍ଛେଦ ସମୟରେ ଭରଣପୋଷଣ ବାବଦୀୟ ଦାବି ବାବଦରେ ବିଚାର ସମୟରେ ୮ଟି ବିଷୟକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିରେ ଦାବିଦାରଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା, ନିର୍ଭର କରୁଥିବା ଶିଶୁ, ତାଙ୍କ ନିଯୁକ୍ତି, ସମ୍ପତ୍ତି ଓ ରୋଜଗାର, ପତ୍ନୀଙ୍କ ମାତୃ ଆଳୟର ସ୍ଥିତି, ଅଣ ଚାକିରିଆ ପତ୍ନୀଙ୍କ ଅଦାଲତ ପାଇଁ ଆବଶ୍ୟକ ଖର୍ଚ୍ଚ ଏବଂ ପତିଙ୍କ ଆର୍ଥିକ ସ୍ଥିତି ତାଙ୍କ ରୋଜଗାର, ଭରଣପୋଷଣ ଆବଶ୍ୟକତା ଏବଂ ତାଙ୍କ ଉପରେ ଥିବା ଋଣ ବୋଝକୁ ବିଚାରକୁ ନେବାକୁ ସୁପ୍ରିମ୍‍ କୋର୍ଟ କହିଛନ୍ତି। 
 
8. Pollution causes 15 Lakhs Death: ଦେଶରେ ପ୍ରଦୂଷଣ ୧୫ ଲକ୍ଷ ମୃତ୍ୟୁ ଘଟାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନକ ନିର୍ଦ୍ଧାରଣରରୁ ଅଧିକ ଧୂଳିକଣା ରହୁଥିବା ସ୍ଥାନରେ ବାସ କରୁଥିବା ବ୍ୟକ୍ତିଙ୍କ ଭିତରୁ ୧୫ ଲକ୍ଷଙ୍କ ମୃତ୍ୟୁ ଓଡ଼ିଶାରେ ହୁଏ ବୋଲି ଲାନ୍‍ସେଟ୍‍ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପ୍ରତି ଘନ ମିଟରରେ ୫ ମାଇକ୍ରୋ ଗ୍ରାମ  ପିଏମ୍‍ ୨.୫ ଧୂଳିକଣାକୁ ଗ୍ରହଣୀୟ ବୋଲି ସେ କହିଛନ୍ତି। 
 
9. FBI Director Resigns: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପୂର୍ବରୁ ଏହାର ତଦନ୍ତକାରୀ ସଂସ୍ଥା ଏଫ୍‍ବିଆଇ  ନିର୍ଦ୍ଦେଶକ ଇସ୍ତଫା ଦେବେ। ଖୋଦ୍‍ ଏଫ୍‍ବିଆଇ ନିର୍ଦ୍ଦେଶକ କ୍ରିଷ୍ଟୋଫର ଏ ଆରେ ଏହା କହିଛନ୍ତି।  ୧୦ ବର୍ଷର କାର୍ଯ୍ୟକାଳ ଥିବା ବେଳେ ୩ ବର୍ଷ ପୂର୍ବରୁ ଇସ୍ତଫା ଦେବା ଏବେ ଆମେରିକାରେ ଚର୍ଚ୍ଚା ବିଷୟ ହୋଇଛି। 
 
 
10. Loksabha Today: ବିରୋଧୀ କଂଗ୍ରେସ ଦଳ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବା ଲାଗି ଶାସକ ଦଳକୁ ନିବେଦନ କରୁଥିବା ବେଳେ ଅନ୍ୟତମ ବିରୋଧୀ ଦଳ ତୃଣମୂଳ କଂଗ୍ରେସର ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବ୍ୟକ୍ତିଗତ ଟିପ୍ପଣୀ ଯୋଗୀ ଗତକାଲି ଲୋକସଭା ମୁଲତବୀ ହୋଇଥିଲା। ଆଜି ପ୍ରଶ୍ନୋତ୍ତର କାଳ ପରେ ପୁଣିଥରେ ଗୃହରେ ଆଲୋଚନା ଚାଲିଥିବା ଦୁର୍ବିପାକ ପ୍ରଶମନ ବିଧେୟକ ୨୦୨୪ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଗତକାଲି ଗୃହରେ ଉପସ୍ଥାପନ କରାଯାଇଥିଲା।