Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2150578

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Vande Bharat Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଓଡି଼ଶାରୁ ଗଡି଼ବାକୁ ଯାଉଛି 'ବନ୍ଦେ ଭାରତ' ଟ୍ରେନ୍ (Vande Bharat Express)। ଏହି ଟ୍ରେନଟି ପୁରୀରୁ ସିଧାସଳଖ ବିଶାଖାପାଟଣା ଯିବ (Vande Bharat Express between Puri and Visakhapatnam)।  ଏହା ସପ୍ତାହକୁ ୬ ଦିନ ଚାଲିବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଟି ସୋମବାର ବ୍ୟତିତ ଅନ୍ୟ ଦିନରେ ଚଳାଚଳ କରିବ। 

H2- Odisha News: କେନ୍ଦୁଝର ଜିଲ୍ଲା ଯୋଡ଼ାଠାରେ ଉଦଘାଟିତ ହେବ ରାଜ୍ୟର ବହୁ ପ୍ରତୀକ୍ଷିତ ତଥା ଦୀର୍ଘତମ ଫ୍ଲାଏଓଭର । ସୋମବାର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖବର ଅନୁଯାୟୀ, ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସସନ୍ କର୍ପୋରେସନ୍ (ଓବିସିସି) ନେଇଥିବା ବେଳେ ଗୁଜୁରାଟ ରାଜ୍ୟର ଚେଭରକ୍ସ ନାମକ ଠିକା ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ପ୍ରଦାନ କରିଥିଲା । ୨୫୦ କୋଟି ବ୍ୟୟ ଅଟକଳରେ ୨.୯ କି.ମିର ଏହି ଦୀର୍ଘତମ ଫ୍ଲାଏଓଭର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ତେସନ ଅର୍ଥ ମଞ୍ଜରୀରେ ୨୦୨୧ରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମୂର୍ଣ୍ଣ କରିବାର ସମୟ ଧାର୍ଯ୍ୟ ହୋଇଥିଲା । 

H3-Weather Update: ଦୁର୍ବଳ ହୋଇଛି ଘୁର୍ଣ୍ଣିବଳୟ ।  ଆଗକୁ ପାରଦ ବଢିବ। ଦକ୍ଷିଣ ଓଡି଼ଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ହାଲୁକା ଓ ମେଘୁଆ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ପୁଣି ତାପମାତ୍ରାରେ  ବୃଦ୍ଧି ଘଟିବ। ସୋମବାର(ଆଜି) ଠାରୁ ରାଜ୍ୟରେ ଖରା ବଢିବା ସହ ଗୁଳିଗୁଳି ଅନୁଭୂତ ହେବେ।  ବାୟୁ ମଣ୍ତଳରେ ଶୁଷ୍କତା ବଢିବା ସହ ଟାଣ ଖରା ଲାଗି ତାତି ବୃଦ୍ଧି ହେବ।

H4-Nandankanan Night Out at Zoo Programme: ରାତିରେ ଖୋଲିଲା ନନ୍ଦନକାନନ (Nandankanan) । ପ୍ରଥମଥର ପାଇଁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ ଆଉଟ ଆଟ ଜୁ’ (Night Out at Zoo) । ପ୍ରଥମ ରାତିରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ବ୍ୟାଟେରୀ ଚାଳିତ ଗାଡ଼ିରେ ନନ୍ଦନକାନନ ବୁଲିଥିଲେ । ଏହାସହ ରାତିରେ ବାଘ, ଭାଲୁ, ହରିଣ, ପେଚା, ସାପ, ବେଙ୍ଗ ଆଦି ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ ପ୍ରାଣୀ ଉଦ୍ୟାନରେ କର୍ମଚାରୀ ମାନେ ବୁଝାଥିଲେ ।

H5-Rachna Banerjee: ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ ରଚନା ବାନାର୍ଜୀ । ଲୋକପ୍ରିୟ ଓଡି଼ଆ ଫିଲ୍ମ ଓ ବେଙ୍ଗଲି ଫିଲ୍ମର ଅଭିନେତ୍ରୀ ରଚନା ବାନାର୍ଜୀ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଲୋକପ୍ରିୟ ଶୋ ଦିଦି ନମ୍ବର ୱାନ କରି ରଚନା ବାନାର୍ଜୀ ଲାଇମଲାଇଟକୁ ଆସିଥିଲେ। ତାଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗରେ ଅତୁଳନୀୟ ଲୋକପ୍ରିୟତା ଥିବା ରଚନା ବାନାର୍ଜୀ ତାଙ୍କ ସୋ ଦିଦି ନଂ ୱାନ୍ ପାଇଁ ଜଣାଶୁଣା ଏହାସହ ଅନେକ ଓଡ଼ିଆ ଫିଲ୍ମରେ ନିଜର ଜଲୱା ଦେଖାଇଥିବା ରଚନାକୁ ଟିକେଟ ମିଳିବା ପରେ ତାଙ୍କ ଫ୍ୟାନ୍ସ ଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। 

H6-TMC Candidate List 2024: ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଜାରି କରିଛି । ଦଳର ଏହି ତାଲିକାରେ ସମୁଦାୟ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ପ୍ରାର୍ଥୀ କରିଛି ଦଳ । ବହରାମପୁରରୁ ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ ଟିକେଟ ଦିଆଯାଇଛି । ତେବେ ଆକଳନ କରାଯାଉଛି କି ୟୁସୁଫ୍ ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇବେ । ଟିଏମସି କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ପ୍ରାର୍ଥୀ କରିଛି ।

H7- Satya Pal Singh Baghel Odisha visit:ଓଡ଼ିଶାରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ ବାଘେଲ। ଆଜି ଅପରାହ୍ଣରେ ସେ ଭୁବନେଶ୍ବର ଏମ୍ସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

H8-New Election Commissioner Appointment: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଅନୁପ ଚନ୍ଦ୍ର ପାଣ୍ଡେ  ଫେବୃଆରୀ ୧୪ ତାରିଖରେ ଅବସର ନେଇଥିଲେ। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହେଉଛନ୍ତି ନିର୍ବାଚନ ଆୟୋଗର ଏକମାତ୍ର ସଦସ୍ୟ। ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ୨ ଜଣଙ୍କୁ କମିଶନର ପଦରେ ନିଯୁକ୍ତ କରିବାକୁ ଯାଉଛନ୍ତି। ଏନେଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏହି ୨ ପଦବୀ ପୂରଣ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। 

H9-Oscars 2024: ୨୦୨୪ ଲାଗି ଓସ୍କାର ଆଓ୍ବାର୍ଡ଼ (Oscars 2024) ଘୋଷଣା ହୋଇଛି। ଗର୍ଜିଲା ମାଇନସ ୱାନକୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ। ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ପୁରସ୍କାର ଲାଭ କରିଛନ୍ତି ରବର୍ଟ ଡାଉନି ଜୁନିଅର। ଦି ହୋଲଡଓଭର୍ସ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। 

H10- Bullet Train: ଖୁବଶୀଘ୍ର ଦେଶରେ ଆରମ୍ଭ ହୋଇପାରେ ବୁଲେଟ୍ ଟ୍ରେନ୍ ସେବା। ବର୍ତ୍ତମାନ ଭାରତ-ଜାପାନ ମଧ୍ୟରେ ବୁଲେଟ୍ ଟ୍ରେନ୍ କ୍ରୟ କରିବାକୁ ନେଇ ଜାରି ରହିଛି କଥାବାର୍ତ୍ତା। ଏନେଇ କୁହାଯାଉଛି ଯେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଭାରତ ଜାପାନ ପାଖରୁ ୬ ବୁଲେଟ୍ ଟ୍ରେନ୍ କ୍ରୟ କରିପାରେ। ଜାପାନ ପାଖରୁ E5 ସିରିଜ୍ ବୁଲେଟ୍ ଟ୍ରେନ୍ କ୍ରୟକୁ ଭାରତ ଅନୁମୋଦନ କରିବ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଥମ ବୁଲେଟ ଟ୍ରେନ୍ ସେବା ଗୁଜରାଟ ଠାରେ ଆସନ୍ତା ୨୦୨୬ ଜୁନ୍-ଜୁଲାଇ ମାସରେ ଆରମ୍ଭ ହୋଇପାରେ। ନ୍ୟାସନାଲ ହାଇ ସ୍ପୀଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଅନେକ ଟ୍ରେନ୍ ଏବଂ ଅପରେଟିଂ ସିଷ୍ଟମ୍ କିଣିବା ପାଇଁ ସମସ୍ତ ଚୁକ୍ତିନାମା ଉପରେ ଟେଣ୍ଡର ଜାରି କରିବ।