Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2104655

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-V. Sugnana Kumari Deo last rites: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଖଲ୍ଲିକୋଟ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ ଦେଓଙ୍କ ଆଜି ହେବ ଶେଷକୃତ୍ୟ । ଖଲିକୋଟ ସ୍ଥିତ ବାସଭବନକୁ ତାଙ୍କ ମର ଶରୀର ଅଣାଯାଇଛି । ଆଜି ଅନ୍ତିମ ଦର୍ଶନ ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବ । ଅପରାହ୍ନ ୩ଟାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

2- Madhu Babu Pension Yojana: ମଧୁବାବୁ ପେନସନ ଯୋଜନାରେ ୫୦୦ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ହିତାଧିକାରୀଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ମିଳିବ । ଚଳିତ ମାସରୁ ଏହି ବର୍ଦ୍ଧିତ ରାଶି ହିତାଧିକାରୀଙ୍କୁ ମିଳିବ । ପୂର୍ବରୁ ଥିବା ପେନସନ ରାଶି ହିସାବରେ ହିତାଧିକାରୀଙ୍କୁ ବିଭିନ୍ନ ବର୍ଗରେ ୫ଶହ, ୭ଶହ ଏବଂ ୯ଶହ ଟଙ୍କା ମିଳୁଥିଲା । ସେହି କ୍ରମରେ ବର୍ତ୍ତମାନ ସେମାନଙ୍କୁ ୧ ହଜାର, ୧୨ଶହ ଏବଂ ୧୪ ଶହ ଟଙ୍କା ମିଳିବ । ବର୍ଦ୍ଧିତ ପେନସନ ରାଶି ପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ ।

3- Naveen Patnaikଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ରେଢାଖୋଲ ନିର୍ବାଚନ ମଣ୍ତଳୀର ଚାରମାଳ ଠାରେ କେନ୍ଦୁପତ୍ର ସଂଘର ସମାବେଶର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ୫୦ ହଜାରରୁ ଅଧିକ କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତା ଓ ସଭ୍ୟ ସାମିଲ୍ ହେବେ।

4-Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । କିନ୍ତୁ ଗତ ଦୁଇ ଦିନ ହେବ କୁହୁଡ଼ି (fog) କମିଛି । ଏହାରି ଭିତରେ ଏକ ଚମକାଇଦେବା ଭଳି ଖବର ଦେଇଛି ଆଂଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)। ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା (rain) ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।   ଆଜି (ରବିବାର) ଠାରୁ ରାଜ୍ୟରେ ପାଗ ବଦଳିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏବଂ ପରବର୍ତ୍ତୀ ସମୟରେ ଏଥିରେ କିଛି ପରିବର୍ତ୍ତନ ହୋଇ ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

5-Bihar Politics : ଆସନ୍ତାକାଲି ବିହାରରେ ନୀତିଶ କୁମାର ସରକାର ଆସ୍ଥାଭୋଟରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ଶନିବାର ଦଳୀୟ ବିଧାୟକଙ୍କୁ ହ୍ୱିପ୍ ଜାରି କରିଛି ନୀତିଶଙ୍କ ଦଳ ଜେଡିୟୁ । ଅସ୍ଥାଭୋଟ୍ ଦିନ ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଦଳୀୟ ବିଧାୟକଙ୍କ ବୈଠକ ହୋଇଥିଲା । ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଭୋଟିଂ ଦିନ ଗୃହରେ ଉପସ୍ଥିତ ହେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ମିଳିଛି । ତେବେ ସଂଖ୍ୟାରେ କୌଣସି ସମସ୍ୟା ନଥିଲେ ସୁଦ୍ଧା ଆରଜେଡି ନେତା ତେଜସ୍ୱୀ ଯାଦବ ଖେଳ ହେବା ବାକି ଅଛି ବୋଲି କହୁଛନ୍ତି ।

6-EPF Interest Rate Hike:EPFO ର ୬୦ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ଖୁସି ଖବର ଅଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ PF ଆକାଉଣ୍ଟଧାରୀମାନେ ୮.୨୫ ପ୍ରତିଶତ ହାରରେ ସୁଧ ପାଇବେ। EPFO ଶନିବାର ଏହି ନିଷ୍ପତ୍ତି ନେଇଛି। ୨୦୨୨୨-୨୩ ଆର୍ଥିକ ବର୍ଷରେ ଏହା ୮.୧୫ ପ୍ରତିଶତ ଏବଂ ୨୦୨୧-୨୨ରେ ୮.୧୦ ପ୍ରତିଶତ ଥିଲା। ଏହା EPFO ​ର ୬.୫ କୋଟିରୁ ଅଧିକ ଗ୍ରାହକଙ୍କୁ ଉପକୃତ କରିବ। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ଏହାକୁ ସୂଚିତ କରାଯିବ ଏବଂ ଏହା ପରେ ଏହା ଗ୍ରାହକଙ୍କ ଆକାଉଣ୍ଟରେ ଜମା ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ, ଏହା ସ୍ୱେଚ୍ଛାକୃତ ପ୍ରୋଭିଡେଣ୍ଟ ଫଣ୍ଡ (ଭିପିଏଫ୍) ଜମା ଉପରେ ମଧ୍ୟ ଲାଗୁ ହେବ।

7-former PM Imran Khan: ପାକିସ୍ତାନର ଏକ ଆତଙ୍କବାଦ ନିରୋଧି ଅଦାଲତ ଗତବର୍ଷ  ମେ ମାସରେ ସାମରିକ ପ୍ରତିଷ୍ଠାନ ଉପରେ  ହୋଇଥିବା  ଆକ୍ରମଣ ସମ୍ବନ୍ଧୀୟ ୧୨ଟି ମାମଲାରେ  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କୁରେଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାକିସ୍ତାନ ନିର୍ବାଚନରେ ଅଧିକାଂଶ ସ୍ଥାନରେ ଇମ୍ରାନଙ୍କ ପ୍ରାର୍ଥୀ ସମର୍ଥିତ ସ୍ବାଧିନ ପ୍ରାର୍ଥୀମାନେ  ବିଜୟୀ ହୋଇଥିବା ଅଦାଲତଙ୍କ ଏହି ରାୟ ଆସିଛି।

8- CAA to be implemented before Lok Sabha polls: Amit Shah : ୨୦୨୪ ବର୍ଷ ହେଉଛି ଏକ ନିର୍ବାଚନର ବର୍ଷ। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସମସ୍ତ ଦଳ କ୍ରମାଗତ ଭାବରେ ଏହି ବିଷୟରେ ସେମାନଙ୍କର ପ୍ରସ୍ତୁତିକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ପ୍ରାୟ ପ୍ରତିଦିନ ରାଜନୈତିକ ଦଳ ଏବଂ ସେମାନଙ୍କ ସହ ଜଡିତ ନେତାଙ୍କ ବିବୃତ୍ତି ବାହାରକୁ ଆସୁଛି। ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (CAA) କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି।

9-Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କୋଲକାତା-ଭୁବନେଶ୍ବର-ଝାରସୁଗୁଡା ମଧ୍ୟରେ ଇଣ୍ତିଗୋର ବିମାନସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି।  ଭୁବନେଶ୍ବରରୁ ସକାଳ ୧୦ଟା ୪୫ ମିନିଟରେ ଉଡି଼ବା ପରେ ଝାରସୁଗୁଡାରେ ୧୧ଟା ୪୦ ମିନିଟ୍ ରେ ପହଞ୍ଚିବା ସହ  ୫୫ ମିନିଟ୍ ରହଣୀ ପରେ ପୁଣି ଝାରସୁଗୁଡାରୁ  ୧୨ଟା ୧୦ ମିନିଟ୍ ସମୟରେ ଉଡାଣ ଭରି କୋଲକାତାରେ ୧ଟା ୨୫ ମିନିଟରେ ପହଞ୍ଚିବା ଲାଗି ସମୟ ଧାର୍ଯ୍ୟ ହୋଇଛି। (ଶନିବାର) ଠାରୁ  ଏହି ପରୀକ୍ଷାମୂଳକ ବିମାନ ସେବା ଇଣ୍ତିଗୋ ଆରମ୍ଭ କରି ପ୍ରଥମ ଦିନରେ ବିମାନ ବିଳମ୍ବରେ ଚାଲିଥିଲା।  ଏହି ପରୀକ୍ଷା ମୂଳକ ଉଡା଼ଣ ସେବା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। 

10- Sports News: ଆଜି ସୁପର ସନ୍ ଡେ'ରେ ବିଗ୍ ଫାଇଟ୍ । ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ ଲଢେଇ। ଟାଇଟେଲ୍ ପାଇଁ ମୁହାଁମୁହିଁ ହେବେ  ଗତଥରର ଚାମ୍ପିଆନ୍ ଭାରତ- ଅଷ୍ଟ୍ରେଲିଆ।  ଷଷ୍ଠ ଥର ବିଶ୍ବ ବିଜେତା ଲକ୍ଷରେ ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ। ଭାରତ ନବମ ଥର  ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି। ଏଥର ଟିମ୍ ଇଣ୍ତିଆ ପଲ୍ଲା ଭାରି ରହିଛି।