1. Srimandir to Open at 2 AM: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ। ଏଥିଲାଗି ଏଏସ୍ଆଇ ଓ ପ୍ରଶାସନର ଉପସ୍ଥିତିରେ ଛତିଶା ନିଯୁକ ଅନୁମତି ପ୍ରଦାନ କରିଛି। ଏହି ମରାମତି କାର୍ଯ୍ୟ ପ୍ରାୟ ୩ ମାସ ସମୟ ଲାଗିବ। ଏହି ସମୟ ଭିତରେ ରାତି ଦୁଇଟା ବେଳେ ଶ୍ରୀମନ୍ଦିରର ଦୁଆରଫିଟା ଅନୁଷ୍ଠିତ ହେବ। ଦିନ ୧୨ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବ। ଏହାପରେ ଦର୍ଶନ ଓ ନୀତିକାନ୍ତି ବନ୍ଦ ରହି ମରାମତି କାର୍ଯ୍ୟ ଆରମ୍ଭ ହେବ। ସାଢ଼େ ୫ଟା ବେଳେ ମରାମତି କାର୍ଯ୍ୟ ଶେଷ ହୋଇ ଦର୍ଶନ ଆରମ୍ଭ ହେବ। ସମ୍ପୂର୍ଣ୍ଣ ମରାମତି ସମୟରେ ବାହାରକାଠରୁ ଦର୍ଶନ କରିବେ ଭକ୍ତ।
2. Megaplan For Bhubaneswar: ଭୁବନେଶ୍ୱର ସହରରେ ଯୋଗାଯୋଗକୁ ମଜଭୁତ କରିବା ଲାଗି ସରକାର ନୂଆ ମେଗା ପ୍ଲାନ୍ ଘୋଷଣା କରିଛନ୍ତି। ଏହାଦ୍ୱାରା ଭୁବନେଶ୍ୱର-ପୁରୀ-କଟକର ବିଭିନ୍ନ ଅଞ୍ଚଳକୁ ନେଇ ଏକ ଗ୍ରୟେଟର ଭୁବନେଶ୍ୱର ଗଠନର ପରିକଳ୍ପନା କରିଛନ୍ତି ବିଡିଏ ଏବଂ ପୂର୍ତ୍ତ ବିଭାଗ। ଏଥିଲାଗି ସଡ଼କ ପରିବହନ ସୁବିଧାକୁ ଉତ୍ସାହିତ କରିବା ଲାଗି ବ୍ୟବସ୍ଥା ହୋଇଛି। ରିଙ୍ଗ୍ ରୋଡ, ଏକାଧିକ ନୂଆ ରାସ୍ତା, ଫ୍ଲାଏଓଭର, ରେଳ ଓଭରବ୍ରିଜ୍ ପ୍ରଭୃତି ନିର୍ମାଣ ପାଇଁ ଏହି ମେଗା ପ୍ଲାନରେ ବ୍ୟବସ୍ଥା ହୋଇଛି।
3. Inland waterways: ରାଜ୍ୟରେ ନଦୀପଥର ବିକାଶ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓଡ଼ିଶାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବୋଦୟ ମିଶନ ଜରିଆରେ ଏହି ନଦପଥଗୁଡ଼ିକର ବିକାଶ କରାଯିବ। ପୁରୀରେ କ୍ରୁଜ୍ ଟର୍ମିନାଲର ନିର୍ମାଣ, ସାମୁଦ୍ରିକ ସାମଗ୍ରୀ ରପ୍ତାନୀ କରିବା ଉପରେ ଆଲୋଚନା ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହି ଆଲୋଚନାରେ ଯୋଗ ଦେଇଥିଲେ। ଏହାଦ୍ୱାରା ଯୋଗାଯୋଗ ବୃଦ୍ଧି ସହ ଜାହାଜ ଶିଳ୍ପରେ ସୁଯୋଗ ସୃଷ୍ଟି ଲାଗି ଦକ୍ଷତା ବିକାଶରେ ସହାୟକ ହେବ।
4. Double Decker Bus: ପ୍ରଥମଥର ପାଇଁ ଭୁବନେଶ୍ୱରରେ ଚାଲିବ ଡବଲ ଡେକର ବସ୍ ସର୍ଭିସ ଆରମ୍ଭ ହେବ। କଟକ, ଖୋର୍ଦ୍ଧା ଏବଂ ପୁରୀ ଲାଗି ଏହି ବସ୍ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୫ଟି ବସ୍ କିଣିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ପରିବେଶ ଅନୁକୂଳ ଏହି ବସରେ ଯାତାୟାତ ଲାଗି ପ୍ରୋତ୍ସାହନ ଦେଉଛନ୍ତି ସରକାର।
5. Sujit Only Candidate: ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ସୁଜିତ କୁମାର ଏଥର ,କମାତ୍ର ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ପକ୍ଷରୁ ଏ ବିଷୟ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଆଉ ଏହି ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଶ୍ରୀ କୁମାର ବିଜେଡିରେ ଥିବା ବେଳେ ଏହି ପଦବୀକୁ ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ଅଳଂକୃତ କରିଥିଲେ। ୨୦୨୬ ମସିହାରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ସେ ବିଜେଡି ଓ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ।
6. 75 Indians Evacuated: ସିରିଆରେ ସୃଷ୍ଟି ହୋଇଥିବା ଗୃହଯୁଦ୍ଧ ଓ ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ଭାରତୀୟମାନେ ନିଜ ଦେଶକୁ ଫେରିବା ଲାଗି ଉତ୍କଣ୍ଠିତ ରହିଛନ୍ତି। ଏଥିଲାଗି ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏ ଭିତରେ ୭୫ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
7. CUET Reform: ବିଶ୍ୱବିଦ୍ୟାଳୟ ଗୁଡଠ଼ିକରେ ନାମ ଲେଖା ପାଇଁ ଅନୁଷ୍ଠିତ ହେଉଥିବା ସିୟୁଇଟି ପ୍ରବେଶିକା ପରୀକ୍ଷାରେ ସଂସ୍କାର ଘୋଷଣା କରିଛନ୍ତି ଯୁଜିସି। ଏହି ପରୀକ୍କ୍ଷାରେ ଆସୁଥିବା ୬୩ ବିଷୟକୁ କମାଇ ତାହାକୁ ୩୭ରେ ସୀମିତ ରଖାଯାଇଛି। ୬୦ ମିନିଟ ଭିତରେ ଏହି ପରୀକ୍ଷା ଶେଷ ହେବ। ଏଥିରେ ୨୦ ଭାଷାକୁ କମାଇ ଦିଆଯାଇଛି। ଅପରପକ୍ଷେ ଏହି ବିଷୟଗୁଡ଼ିକରେ ଆଡ୍ମିଶନ ସାଧାରଣ ପରୀକ୍ଷା ମାଧ୍ୟମରେ ପରିଚାଳନା କରିବାକୁ ୟୁଜିସି ବ୍ୟବସ୍ଥା କରିଛି।
8. Cow Smuggling: ତିଗିରିଆର ଜଙ୍ଗଲ ଭିତରେ ଏକ ହଜାରରୁ ଅଧିକ ଗୋରୁଙ୍କୁ ଅମାନୁଷିକ ଭାବେ ଏକ ସମ୍ପ୍ରଦାୟର ଲୋକେ ବାନ୍ଧି ରଖିଥିବା ଅଭିଯୋଗ ହୋଇଛି। ସେଠାରୁ ଗୋ ମାଂସ ଚାଲାଣ ହେଉଥିବା ନେଇ ଅଭିଯୋଗ କରି ବଜରଙ୍ଗ ଦଳର ସଦସ୍ୟମାନେ କଟକ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାପରେ ପୁଲିସ ଉପସ୍ଥିତିରେ ସମ୍ପୃକ୍ତ ସ୍ଥାନରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୨୮ଟି ଗାଈଙ୍କୁ ଉଦ୍ଧାର କରାଯାଇ ଶୂନ୍ୟବାସୀ ଗୋମାତା ଅନୁଷ୍ଠାନକୁ ପଠାଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟ ସମୟରେ ପୁଲିସ ଉପରେ କିଛି ଯୁବକ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା।
9.Parliament Update: ଆଦାନୀ ଓ ସରକାର ଭିତରେ ଥିବା ସମ୍ପର୍କକୁ କେନ୍ଦ୍ର କରି ଗ୍ୟହରେ ହଟ୍ଟଗୋଳ ଯୋଗୁ ବାରମ୍ବାର ମୁଲତବୀ ହେଉଥିବା ଲୋକସଭା ଆଜି କିପରି ରହିବ ତାହା ସନ୍ଦେହକରେ। ଏ ଭିତରେ ତିନୋଟି ବିଧେୟକ ଗୃହରେ ଉପସ୍ଥାପନ କରାଯାଇଛି। ସେଥିରୁ ଗୋଟିଏ ବିଧେୟକ ପାରିତ ହୋଇଥିବା ବେଳେ ରେଳବାଇ ବିଧେୟକ ବାବଦରେ ଆଲୋଚନା ଶେଷ ହୋଇଛି। ମନ୍ତ୍ରୀଙ୍କ ଉତ୍ତର ବାକି ରହିଛି। ଅପରପକ୍ଷେ ଗତକାଲି ଗୃହରେ ସାମୁଦ୍ରିକ ପରିବହନ ବିଧେୟକକୁ ଗ୍ୟହରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଆଲୋଚନା ହୋଇପାରି ନାହିଁ।
10. No Confidence against Dhankhad: ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି। ଗୃହ ପରିଚାଳନାରେ ତାଙ୍କ ବିଫଳତାକୁ କଂଗ୍ରେସ ମୂଳ କାରଣ ବୋଲି କହିଛି। ହେଲେ ଶାସକ ଦଳଙ୍କ ପକ୍ଷରୁ ଧନଖଡ଼ଙ୍କ ସପକ୍ଷରେ ବହୁମତ ରହିଛି ବୋଲି କୁହାଯାଇଛି। ବିରୋଧୀ ଦଳ ଗ୍ୟହରେ ବିଜେଡିର ସାଂସଦଙ୍କ ମତାମତକୁ ଅପେକ୍ଷା କରିଛନ୍ତି।