Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2551609

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1.Farmers “Delhi Chalo” call Suspended: କୃଷକଙ୍କ ଦିଲ୍ଲୀ ଚଲୋ ଡାକରାକୁ ସ୍ଥଗିତ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ସୀମା ସମ୍ଭୁ ଠାରେ ଆଜି ଆଉ ଆନ୍ଦୋଳନ ହେବ ନାହିଁ। ପରବର୍ତ୍ତୀ ଆନ୍ଦୋଳନର ରୂପରେଖ ବାବଦରେ ଆଜି ବୈଠକ ଅନୁଷ୍ଠିତ ହେବ। 
 
2. SM Krishna Dies: ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‍ଏମ୍‍ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବ୍ରୟସ ହୋଇଥିଲା। ଭାରତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ କନ୍ନଡ଼ ହେଉଛନ୍ତି ଶ୍ରୀ କ୍ରିଷ୍ଣା। ଦେଶର ବେୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ସେ ଭୂମିକା ନିର୍ବାହ କରିଛନ୍ତି। 
 
3. Russia Open to talk on Ukrain issue: ୟୁକ୍ରେନ୍‍ ପ୍ରସଙ୍ଗରେ ଋଷ ଆଲୋଚନା ପାଇଁ ଉନ୍ମୁକ୍ତ ରହିଛି। ଏହା କହିଛନ୍ତି ଆମେରିକାର ନବ ନିଯୁକ୍ତ ରାଷ୍ଟ୍ରପତିଙ୍କ ଯୁଦ୍ଧ ବିରତି ଅନୁରୋଧ ପରେ ଋଷ ଏ ବିଷୟରେ ଆଲଷାଚନା ଲାଗି ଖୋଲା ରହିଥିବା କହିଛନ୍ତି କ୍ରେମଲିନ୍‍ ମୁଖପାତ୍ର। ସେ କହିଛନ୍ତି ଶାନ୍ତି ପ୍ରତିଷ୍ଠା ଲାଗି ତାଙ୍କ ସରକାର ଚାହାନ୍ତି। ଯୁଦ୍ଧ ବିରତି ବାବଦୀୟ ସମସ୍ତ ସର୍ତ୍ତକୁ ରାଷ୍ଟ୍ରପତି ପୁଟିନ୍‍ ଉପସ୍ଥାପନ କରିଛନ୍ତି ବୋଲି ସେ କହିଛନ୍ତି। 
 
4. Impeachment against RS Chairman: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ବହିଷ୍କାର କରିବା ଲାଗି ମହାଭିଯୋଗ ଆଣିଛି ଇଣ୍ଡିଆ ମେଣ୍ଟ। ଏହି ବାବଦରେ ପ୍ରସ୍ତାବ ଆଗତ କରିବା ଲାଗି ଯଥେଷ୍ଟ ମତ ଏକାଠି ହୋଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍‍ୟ ବିରୋଧୀ ଦଳ ପକ୍ଷରୁ ମହାଭିଯୋଗ ଆଣିବାର ଚେଷ୍ଟା ହୋଇଥିଲା କିନ୍ତୁ ଅଧିବେଶନ ଶେଷ ହୋଇଥିଲେ ମଧ୍ୟ ଏହି ଅଭିଯୋଗ ଉପରେ ଆବଶ୍ୟକ ସହମତି ହୋଇପାରି ନଥିଲା। ୨୦୨୦ ମସିହାରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶଙ୍କ ନାମରେ ମହାଭିଯୋଗ ଆଣିଥିଲେ ବିରୋଧୀ ଦଳର ସଦସ୍ୟ। 
 
5. One Nation One Election to JPC: ଦେଶରେ ସମସ୍ତ ନିର୍ବାଚନକୁ ଗୋଟିଏ ସମୟରେ ଅନୁଷ୍ଠିତ କରାଇବା ଲାଗି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରସ୍ତାବ ଉପରେ ସମସ୍ତ ରାଜ୍ୟ ତଥା ଦେଶବାସୀଙ୍କୁ ସହମତ କରାଇବା ଲାଗି ଏହି ବିଧେୟକକୁ ସଂସଦୀୟ ଯୁଗ୍ମ କମିଟିକୁ ପଠାଇବେ ସରକାର। ଚଳିତ ଅଧିବେଶନରେ ଏହି ବିଲ୍‍ ଆଗତ ହୋଇ ଯୁଗ୍ମ କମିଟିକୁ ଯାଇପାରେ।  ରାଜ୍ୟ ଓ ବୁଦ୍ଧିଜୀବୀଙ୍କ ସହ ଅଧିକ ଆଲୋଚନା ଏହାଦ୍ୱାରା ସମ୍ଭବ ହେବ। 
 
6. New RBI Guv: ରାଜସ୍ଥାନ କ୍ୟାଡର ୧୯୯୦ ବ୍ୟାଚ୍‍ ଆଇଏଏସ୍‍  ଅଧିକାରୀ ତଥା ଭାରତର ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ସେ ତିନିବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ଶକ୍ତିକାନ୍ତ ଦାସଙ୍କ ସମୟ ଶେଷ ହେଉଥିବାରୁ ସରକାର ଏହି ନିଯୁକ୍ତି ଘୋଷଣା କରିଛନ୍ତି। 
 
7. Teachers Strike: ଆଜ ବିଧାନସଭା ସମ୍ମୁଖରେ ଶିକ୍ଷକଙ୍କ ଆନ୍ଦୋଳନ ହେବ। ଅନୁଦାନ ପ୍ରାପ୍ତ ସ୍କୁଲ୍‍କୁ ଅନୁଦାନ ପ୍ରଦାନ ଓ ଅବସର ନେଉଥିବା ଶିକ୍ଷକଙ୍କୁ ପେନସନ୍‍ ଦାବିରେ ଓଷ୍ଟା ପକ୍ଷରୁ ଏହି ଆନ୍ଦୋଳନ ହେବ। ଅବସର ବୟସ ସୀମାକୁ ୬୨କୁ ବୃଦ୍ଧି, ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି ଲାଗି ଏହି ଆନ୍ଦୋଳନ ଦ୍ୱାରା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବେ ଶିକ୍ଷକ। 
 
8. Sujit’s Income Doubled: ବିଜେଡିରୁ ଇସ୍ତଫା ଦେଇ ପୁଣିଥରେ ବିଜେପି ଟିକଟରୁ ତାଙ୍କର ବଳକା ସମୟରେ ରାଜ୍ୟସଭାର ସଦସ୍ୟ ହେବାକୁ ଯାଉଛନ୍ତି ସୁଜିତ କୁମାର। ଏନେଇ ସୁଜିତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ରାଜ୍ୟସଭାରେ ସଦସ୍ୟ ଥିବା ବେଳେ ତାଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି। ସାଂସଦ ହେବା ପୂର୍ତବରୁ ତାଙ୍କ ଆୟ ୧୧ ଲକ୍ଷରୁ ସାମାନ୍ୟ ଅଧିକ ହୋଇଥିବା ବେଳେ ଏବେ ଏହା ୨୩ ଲକ୍ଷରେ ପହଞ୍ଚିଥିବା ଜଣାପଡ଼ିଛି।
 
9. SIH Hackathon in IIT: ଆଇଆଇଟି ପରିସରରେ ପ୍ରଥମଥର ପାଇଁ ଦେଶର ସଫ୍ଟଓ୍ୱେର ହାକାଥର ଅନୁଷ୍ଠିତ ହେବ। ଆସନ୍ତା ୧୧ ଓ ୧୨ ତାରିଖରେ ଏହି ଟେକ୍ନୋଲୋଜି ପ୍ରଦର୍ଶନୀରେ ଦେଶର ୨୬ଟି ବଛା ବଛା ଦଳ ଯୋଗ ଦେବେ। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର କୋଡିଂ ଓ ପ୍ରୋଗ୍ରାମିଂରେ ତାଙ୍କର ଦକ୍ଷତା, ଦଖଲ ଓ କ୍ଷମତା ପ୍ରଦର୍ଶନ କରିବେ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିବା କାର୍ଯ୍ୟକ୍ରମ ରହିଛି।
 
10. LIC Bima Shakti: ବୀମା କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତି ସୁଯୋଗକୁ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କାର୍ଯ୍ୟକ୍ରମ ବୀମା ସଖୀ କାର୍ଯ୍ୟକ୍ରମ ଉଦ୍‍ଘାଟନ କରିଛନ୍ତି। ଏହା ଭାରତୀୟ ଜୀବନବୀମା ନିଗମର ଏକ କାର୍ଯ୍ୟକ୍ରମ ।ଏଥିରେ ୧୮ରୁ ୭୦ ବର୍ଷ ବୟସର ମହିଳାଙ୍କୁ ବୀମା ସଖି ଭାବେ ନିଯୁକ୍ତି ଦିଆଯିବ। ବୀମା ସଖି ସାଜି ସେମାନେ ପରିବାରର ଆୟ ବଢ଼ାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।