Top 10 News: ସଂକ୍ଷେପରେ ପଢ଼ନ୍ତୁ ସୋମବାର ସକାଳର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2071589

Top 10 News: ସଂକ୍ଷେପରେ ପଢ଼ନ୍ତୁ ସୋମବାର ସକାଳର ୧୦ଟି ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ଖବର...

 

Morning Bulletin Top News Headlines from 22nd January 2024
Top 10 News Headlines in Odia | 22 Jan | Morning: 1. Ram mandir updates- Ram Mandir consecration today: ଅଯୋଧ୍ୟାରେ ଆଜି ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଦିନ ୧୨ଟା ୨୦ରୁ ଆରମ୍ଭ ହେବ ପ୍ରାର ପ୍ରତିଷ୍ଠା। ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠାରୁ ଶୁଭ ମୁହୂର୍ତ୍ତ ରହିଛି ତାହା ହେଲା ୧୨ଟା ୨୯ ମିନିଟ୍‍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ। ଏହି  ୮୪ ସେକେଣ୍ଡ ସମୟ ଭିତରେ ହିଁ ପ୍ରାଣ ପ୍ରତିଷ୍ଠା ନୀତି ଅନୁସରଣ କରାଯିବ।  
 
2. 14 Hosts along with PM: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୧୪ ଜଣ କର୍ତ୍ତା ଭାବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେବେ। ସେମାନଙ୍କ ଭିତରେ ରହିଛନ୍ତି ବାରଣାସୀର ମଣି କର୍ଣ୍ଣିକା ଘାଟରେ  ଅଖଣ୍ଡ ଜ୍ୟାତି ରକ୍ଷକ ଡୋମ ରାଜା ଅନିଲ ଚୌଧୁରୀ, ଘୁମନ୍ତୁ ସମ୍ପ୍ରଦାୟ ନେତା ମହାଦେବ ଗାଏକଓ୍ୱାଡ, ବାଲ୍ମିକି ସମ୍ପ୍ରଦାୟ ସଦସ୍ୟ ଦିଲ୍ଲୀପ ବାଲ୍ମିକି, ବନବାସୀ କଲ୍ୟାଣ ଆଶ୍ରମ ପ୍ରତିନିଧି ରାମଚନ୍ଦ୍ର ଖୁରାଡ଼ି, ଜୟପୁରରୁ ଜଗୁରୁଚରଣ ସିଂହ ଗିଲ, ଆସାମରୁ ରାମ କୁଇ ଜେମି, ବିଠଲ ସମ୍ପ୍ରଦାୟରୁ ବିଠଲ ରାଓ କାମ୍ବଲେ, ହରିୟାଣାରୁ କବୀନ୍ଦ୍ର ପ୍ରତାପ ସିଂହ, କର୍ଣ୍ଣାଟକାରୁ ଲିଙ୍ଗରାଜ ବିଶ୍ୱପ୍ପା। ଏହାଙ୍କ ସହ ତାମିଲ ନାଡ଼ୁ, ଉତ୍ତର ପ୍ରଦେଶର ପ୍ରତିନିଧି ମଧ୍‍ୟ ଏଥିରେ ଯୋଗ ଦେବେ। ଏମାନେ ସପତ୍ନୀକ ଜଜମାନ ବା କର୍ତ୍ତାଭାବେ ଯୋଗ ଦେବେ। 
 
3. Half Day Holiday: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଦିନର ପ୍ରଥମାର୍ଦ୍ଧକୁ ଛୁଟିଦିନ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାରେ ନିଜକୁ ତଲ୍ଲୀନ କରିବା ଉଦ୍ଦେଶ୍ୟରେ ଏହି ଛୁଟି ଘୋଷଣା କରାଯାଇଛି। ରାଜ୍ୟରେ ଅନେକ ସ୍କୁଲ୍‍ ଓ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି। 
 
4. SAMALAI inauguration: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ। ଏଥିଲାଗି ଆଜିଠାରୁ ଲୋକାର୍ପଣ ଉତ୍ସବ ଆରମ୍ଭ ହେବ। ବିଧି ଅନୁସାରେ ଅଙ୍କୁର ରୋପଣ ନୀତି ଆଜି ଅନୁଷ୍ଠିତ ହେବ। ସମଲେଶ୍ୱରୀ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ସରକାରଙ୍କ ୫-ଟି ରୂପାନ୍ତରଣ ଅଧିନରେ ଗ୍ରହଣ କରାଯାଇଛି। 
 
5. Bilkis Bano case- 11 a used surrender: ସୁପ୍ରିମ୍‍କୋର୍ଟଙ୍କ ଆଦେଶ ଅନୁସାରେ ବିଲକିସ ବାନୋ ମାମଲାରେ ଅଭିଯୁକ୍ତ ୧୧ ଜଣ ଗୁଜରାଟର ଗୋଧ୍ରା ଜେଲରେ ଆତ୍ମ ସମର୍ପଣ କରିଛନ୍ତି। ରବିବାର ବିଳମ୍ବିତ ରାତିରେ ସେମାନେ ଜେଲ୍‍ ଅଧିକାରୀଙ୍କ ଆଗରେ ଉପସ୍ଥିତ ହୋଇଥିଲେ। ସ୍ୱାଧିନତା ଦିବସରେ ଏହି ୧୧ଜଣଙ୍କୁ ଜେଲ୍‍ରୁ ମୁକ୍ତ କରାଯାଇଥିଲା। 
 
6. ⁠one nation one election panel received 81percent in favour: ଏକ ଦେଶ-ଏକ ନିର୍ବାଚନ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ପ୍ୟାନେଲ୍‍କୁ ୮୧ ପ୍ରତିଶତ ସକରାତ୍ମକ ମତ ମିଳିଛି। ସମୁଦାୟ ୨୧୦୦ଟି ପ୍ରସ୍ତାବ ମିଳିଥିବା ଆଇନ ମନ୍ତଣାଳୟ ପକ୍ଷରୁ କୁହାଯାଇଛି। ଜାନୁୟାରୀ ୫ ତାରିଖରେ କମିଟି ପକ୍ଷରୁ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯାଇଥିଲା। 
 
7. ⁠light rain fall with chilled weather in Odisha, to continue till 25 th: ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସାଙ୍ଗକୁ କୋହଲା ପାଗ ଜାରି ରହିଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିଛି। ଏହିଭଳି ପାଗ ୨୫ ତାରିଖ ଯାଏ ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 
 
8. ⁠Governor’s medal to 20 police officers on Odisha: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଜ୍ୟପାଲ ପୁଲିସ ପଦକ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ଏହି ପଦକ ପ୍ରଦାନ କରାଯାଇଥାଏ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ସମ୍ମାନଜନକ ମେଡାଲ୍‍ ତାଲିକାରେ ୨ ଜଣ ଆଇଜି ପାହ୍ୟା ଅଧିକାରୀ ବି ରହିଛନ୍ତି। 
 
9. ⁠Mallikarjun Kharge to address Odisha cong men on 29th: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ୨୯ ତାରିଖରେ ଓଡ଼ିଶା ଆସିବ। ଏଠାରେ ଏକ ଜନ ସମାବେଶକୁ ସେ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ପିସିସି ସଭାବପତି ଏବଂ ପ୍ରଭାରୀ ମଧ୍ୟ ରହିବେ। ରାଜ୍ୟରେ କଂଗ୍ରେସ ର ପ୍ରସ୍ତୁତି ସହ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରାର ମଧ୍ୟ ସେ ସମୀକ୍ଷା କରିବେ। 
 
10. PM to address 140 Rallies in coming 70 days: ଅଯୋଧ୍ୟାରେ ଶ୍ରୀ ରାମମନ୍ଦିର ପ୍ରାର ପ୍ରତିଷ୍ଠା ପରେ ବିଜେପି  ଏହାକୁ ନେଇ ଦେଶ ବାସୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଲକ୍ଷ୍ୟ ରଖିଛି। ଏହିକ୍ରମରେ ୭୦ ସ୍ଥାନରେ ୧୪୦ଟି ସଭା ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିବେ।