Top 10 News Today: ନିର୍ବାଚନ ଖର୍ଚ୍ଚରେ ବିଶ୍ୱର ସବୁଦେଶକୁ ପଛରେ ପକାଇଲା ଭାରତ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2275281

Top 10 News Today: ନିର୍ବାଚନ ଖର୍ଚ୍ଚରେ ବିଶ୍ୱର ସବୁଦେଶକୁ ପଛରେ ପକାଇଲା ଭାରତ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 2nd June 2024: ଆକଳନ ଅନୁଯାୟୀ ଚଳିତ ନିର୍ବାଚନରେ ​​ପ୍ରାୟ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କହିରଖୁଛୁ ଯେ, ୨୦୧୯ ନିର୍ବାଚନରେ ୫୫,୦୦୦ ରୁ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

top 10 news headlines for 2 June 2024

H1. Odisha Assembly Election Exit Poll: ଇଣ୍ଡିଆ ଟୁଡେ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ରାଜ୍ୟରେ ୬୨ ରୁ ୮୦ ଟି ସିଟ୍ ପାଇପାରେ, ଶାସକ ଦଳ ସମାନ ସଂଖ୍ୟକ ସିଟ୍ ପାଇପାରେ। କଂଗ୍ରେସକୁ ୫ ରୁ ୮ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

H2. Puri firecracker explosion: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସମେତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଣ ବିସ୍ଫୋରଣ ଘଟି ୪୦ରୁ ଅଧିକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏଥିରୁ ଆଜି ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଜୀବନ ସହ ସଂଘର୍ଷ କରୁଛନ୍ତି।

H3. Toll tax hike: ମୁଦ୍ରାସ୍ଫୀତି ଅନୁଯାୟୀ ଭାରତରେ ଟୋଲ୍ ଚାର୍ଜ ପ୍ରତିବର୍ଷ ସଂଶୋଧିତ ହୁଏ ଓ ରାଜପଥ ଅପରେଟରମାନେ ସ୍ଥାନୀୟ ଖବରକାଗଜରେ ସୋମବାର ଦିନ ଠାରୁ ପ୍ରାୟ ୧୧୦୦ ଟୋଲ୍ ପ୍ଲାଜାରେ ୩% ରୁ ୫% ବୃଦ୍ଧି ଘୋଷଣା କରିଛନ୍ତି। ନୂତନ ହାର ବର୍ତ୍ତମାନ ୧୨ ଜୁନ୍ ଅର୍ଥାତ୍ ରବିବାର ଦିନ ରାତିରୁ ପ୍ରଯୁଜ୍ୟ ହେବ। ସୋମବାର ଦିନ ଠାରୁ ସାରା ଦେଶରେ ରୋଡ୍ ଟୋଲ୍ ବୃଦ୍ଧି ହେବାକୁ ଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।

H4. Bhubaneswar film festival: ଆସନ୍ତା ଜୁନ ମାସ ୭ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ। ଏହି ଉତ୍ସବରେ କେବଳ ଓଡ଼ିଶା ସିନେମା ପ୍ରଦର୍ଶିତ ହେବ। ଅନେକ କଳାତ୍ମକ ଚଳଚ୍ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ଓ ପୁରସ୍କାର ପାଇଥିଲେ ବି ବିଭିନ୍ନ କାରଣରୁ ଓଡ଼ିଆ ଦର୍ଶକ ସେସବୁ ଚଳଚ୍ଚିତ୍ର ଦେଖିବାକୁ ହୁଏତ ସୁଯୋଗ ପାଇପାରି ନାହାନ୍ତି। 

H5. 2024 Election Expenditure: ଶାସକ ବିଜେପି ଠାରୁ ଆରମ୍ଭ କରି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଭୋଟରଙ୍କ ହୃଦୟ ଜିତିବା ପାଇଁ କୌଣସି ରାସ୍ତା ଛାଡି ନାହାଁନ୍ତି। ଆକଳନ ଅନୁଯାୟୀ ଏହି ନିର୍ବାଚନରେ ​​ପ୍ରାୟ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କହିରଖୁଛୁ ଯେ, ୨୦୧୯ ନିର୍ବାଚନରେ ୫୫,୦୦୦ ରୁ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥର ନିର୍ବାଚନ ଖର୍ଚ୍ଚ ୨୦୨୦ ଆମେରିକାର ନିର୍ବାଚନକୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ସମୟରେ ଆମେରିକୀୟ ନିର୍ବାଚନରେ ​​୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

H6. Arvind Kejriwal Judicial Custody: ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଦିଲ୍ଲୀର କୋର୍ଟ ୫ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ନିକଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନର ଅବଧି ଶେଷ ହେବା ପରେ ରବିବାର ଦିନ (୨ ଜୁନ୍) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ।

H7. Gautam Adani Become Asia's Richest: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଟପି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଭାରତର ସବୁଠୁ ବଡ଼ ଧନୀ ବ୍ୟକ୍ତିର ପରିଚୟ ହାସଲ କରିପାରିଛନ୍ତି। ଗୌତମ ଆଦାନୀଙ୍କ ଗ୍ରୁପ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ଆସିଥିବା ବୃଦ୍ଧି ଫଳରେ ସେ ଉପରକୁ ଉଠିଛନ୍ତି। ଦେଖିବାକୁ ଗଲେ ବିଶ୍ଵର ଧନୀ ତାଲିକାରେ ସେ ୧୧ତମ ସ୍ଥାନରେ ଥିବା ବେଳେ ମୁକେଶ ଅମ୍ବାନୀ ୧୨ତମ ସ୍ଥାନରେ ରହିଛନ୍ତି ବୋଲି ବ୍ଲୁମବର୍ଗ ବିଲିଓନେୟାର ଇଣ୍ଡେକ୍ସରେ ଦର୍ଶାଇଛନ୍ତି। 

H8. UPI breaks record: ନେସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ଅର୍ଥାତ ଏନପିସିଆଇର ସଂଖ୍ୟା ଅନୁସାରେ, ମେ ମାସରେ ୟୁପିଆଇ ଜରିଆରେ ୧୪.୦୪ ବିଲିୟନ କାରବାର କରାଯାଇଛି। ଏହା ପ୍ରଥମଥର ପାଇଁ ରେକର୍ଡ ସୃଷ୍ଟି କରିଛି। ୟୁପିଆଇ ଜରିଆରେ ୧୪ ବିଲିୟନରୁ ଅଧିକ କାରବାର ପ୍ରୋସେସ କରାଯାଇଛି ।

H9. Venkatesh Iyer Marriage: ଅଲରାଉଣ୍ଡର ଭେଙ୍କଟେଶ ଆୟର ରବିବାର ଦିନ ବିବାହ କରିଛନ୍ତି। ସେ ଶ୍ରୁତି ରଘୁନାଥନଙ୍କୁ ନିଜର ସାଥୀ କରିଛନ୍ତି। ଭେଙ୍କଟେଶ ଓ ଶ୍ରୁତି ଗତ ବର୍ଷ ନଭେମ୍ବରରେ ନିର୍ବନ୍ଧ କରିଥିଲେ। ପରିବାର ଓ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। 

H10 .Gautam Gambhir On Team India New Coach: ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ କିଏ ହେବେ ତାହାକୁ ନେଇ BCCI ପ୍ରାର୍ଥୀ ଖୋଜୁଛି। ରିପୋର୍ଟରେ ଦାବି କରାଯାଉଛି ଯେ ଗୌତମ ଗମ୍ଭୀର (ପରବର୍ତ୍ତୀ ମୁଖ୍ୟ କୋଚ୍ ହେବେ। ବର୍ତ୍ତମାନ ଗମ୍ଭୀର ମୁଖ୍ୟ କୋଚ୍ ହେବାକୁ ନେଇ ନିଜର ବୟାନ ଦେଇଛନ୍ତି। ଗମ୍ଭୀର କହିଛନ୍ତି ଯେ ଯଦି ଜଣେ ଭାରତୀୟ ଦଳର ମୁଖ୍ୟ କୋଚ୍ ହେବାର ସୁଯୋଗ ପାଆନ୍ତି, ତା’ଠାରୁ ବଡ଼ ଜିନିଷ ଆଉ କିଛି ନ ହୋଇପାରେ।