Top 10 News Today: ରାସନ କାର୍ଡରୁ ବଞ୍ଚିତ ହେବେ ଅଯୋଗ୍ୟ ହିତାଧିକାରୀ ଖବର ସହ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2351177

Top 10 News Today: ରାସନ କାର୍ଡରୁ ବଞ୍ଚିତ ହେବେ ଅଯୋଗ୍ୟ ହିତାଧିକାରୀ ଖବର ସହ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ରାସନ କାର୍ଡରୁ ବଞ୍ଚିତ ହେବେ ଅଯୋଗ୍ୟ ହିତାଧିକାରୀ ଖବର ସହ ଅନ୍ୟ ଅପଡେଟ

Top 10 News Today: 

01- ଖୁବ୍‌ ଶୀଘ୍ର ରାସନ କାର୍ଡର ନୂଆ ତାଲିକା ପ୍ରସ୍ତୁତ କରାଯିବ । ମାସେ ଭିତରେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ । ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି ବୋଲି ଖବର ମିଳିଛି । ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

02- ଉଡାଣ ବେଳେ ଜଳିଗଲା ବିମାନ। ନେପାଳର ରାଜଧାନୀ କାଠମାଣ୍ତୁରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳ ୧୧ଟାରେ ଏହି ଘଟଣା ଘଟିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି । ତ୍ରି-ଭୂବନ ଅନ୍ତର୍ଜାତୀୟ (ଇଣ୍ଟରନେସନାଲ) ଏୟାରପୋର୍ଟରେ ଉଡାଣ ଭରିବା ସମୟରେ ଏହି ବିମାନ ଦୁର୍ଘଟଣାରେ  ନିଆଁ ଲାଗିଯାଇଥିଲା। ବିମାନଟି କାଠମାଣ୍ଡୁରୁ ପୋଖରା ପାଇଁ ଉଡାଣ ଭରୁଥିଲା ।

03- ଜମ୍ମୁ-କଶ୍ମୀରର କୁପୱାରା ଅଞ୍ଚଳରେ ଆତଙ୍କବାଦୀଙ୍କ ସୂଚନା ମିଳିବା ପରେ ସୂଚନାକୁ ଆଧାର କରି ଜୁଲାଇ ୨୩ ଓ ୨୪ରେ ଭାରତୀୟ ସେନା ଓ ଜାମ୍ମୁ କଶ୍ମୀର ପୁଲିସ୍‌ ଦ୍ବାରା ମିଳିତ ସର୍ଚ୍ଚ ଅପରେସନ କରାଯାଇଛି। ହାର ପ୍ରତିକ୍ରିୟାରେ ଆତଙ୍କବାଦୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୁଳି ଚଳାଇଥିଲେ। ରାତି ସାରା ଚାଲିଥିବା ଏନ୍‌କାଉଣ୍ଟ୍‌ରରେ ଜଣେ ଅଜଣା ଅତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସେଥିରେ ଆହତ ହୋଇଛନ୍ତି। ଏବେ ବି ଏନ୍‌କାଉଣ୍ଟ୍‌ର ଜାରି ରହିଛି।

04- ପ୍ୟାରିସ୍ ପାରାଲିମ୍ପିକ୍ସ 2024 ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ ଝଟକା ଲାଗିଛି। ଭାରତର ୩ ଆଥଲେଟ୍ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି ତିନୋଟି ଆଥଲେଟ୍ ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଯାଉଥିଲେ, କିନ୍ତୁ ଡୋପ୍ ଟେଷ୍ଟରେ ବିଫଳତା ହେତୁ ବର୍ତ୍ତମାନ ଆଥଲେଟମାନେ ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ଅଂଶଗ୍ରହଣ କରିପାରିବେ ନାହିଁ। ସୂଚନା ଅନୁଯାୟୀ, ଏହି ତିନୋଟି ଆଥଲେଟ୍ ମଧ୍ୟପ୍ରଦେଶର ବୋଲି ସୂଚନା ରହିଛି।

05- ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ୩ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ କୁହାଯାଇଛି । ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟା ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ନୀତି ପାଇଁ ଅନେକ ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥାଏ । ତେବେ ଆଜି ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ସୂଚନା ମିଳିଛି। 

06- ଭୁବନେଶ୍ବରରେ ନକଲି ସସ୍ କାରଖାନା ଠାବ ହୋଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମ୍ୟାନେଜର ଓ ୨ କର୍ମଚାରୀ ରହିଥିବା ଜଣାପଡିଛି । ଭୀମଟାଙ୍ଗୀ ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରିଥିଲା ପୋଲିସ ।

07- ଦେଶରେ ପ୍ରତିବର୍ଷ କୋଇଲା ଆମଦାନୀ ୧୦ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିର୍ଦ୍ଧାରଣ କରିଛନ୍ତି। କୋଲ ଇଣ୍ଡିଆ ଲିମିଟେଡ଼ ଏ ମଧ୍ୟରେ ଏହାର ନିର୍ଦ୍ଧାରଣ ସଫଳତାର ସହିତ ହାସଲ କରିପାରିଛି। କ୍ୟାପ୍ଟିଭ ମାଇନସ ଗୁଡ଼ିକ ମଧ୍ୟ ନିଜର ଉତ୍ତୋଳନ ଟାର୍ଗେଟ ବା ନିର୍ଦ୍ଧାରଣ ହାସଲ କରିପାରିଥିବା ଯୋଗୁଁ ଦେଶରେ କୋଇଲା ଅଭାବ ନାହିଁ। ଏପରିକି ୯୯.୫୪ ପ୍ରତିଶତ କୋଇଲା ଉତ୍ତୋଳନ ହୋଇପାରିଥିବା ଶ୍ରୀ ରେଡ୍ଡୀ କହିଛନ୍ତି। 

08- ଆଜି ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟ। ପ୍ରଥମରୁ ବିରୋଧୀ ବିଜେଡି ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଥିଲେ। ଅନ୍ୟପଟେ ପ୍ରଥମେ ଦିନ ୧୧ଟା ୩୦ଯାଏଁ ଗୃହକୁ ମୁଲତବୀ କରାଯାଇଥିଲା ବେଳେ ଦ୍ୱିତୀୟ ପ୍ରଚେଷ୍ଟାରେ ବି ଚାଲିପାରିଲାନି ଗୃହକାର୍ଯ୍ୟ। ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ନ୍ୟାୟମିଳୁ, ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନଷ୍ଠାନ ଦାବି କରି ହଙ୍ଗାମା କରିଥିଲେ ବିରୋଧୀ ନେତା। ଫଳରେ ଗୃହକୁ ପୁଣିଥରେ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। 

09- ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ ଗ୍ରୁପ୍ ଆଇପିୟୁର ଉପସଭାପତି। ଅପରାଜିତା ଆଇପିୟୁର କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ମିଳିଛି। ତେବେ ସେ ବାଚସ୍ପତି ଓମ ବିର୍ଲାଙ୍କ ମାଧ୍ୟମରେ ସୂଚନା ପାଇଥିବା ସୋସିଆଲ ମିଡିଆ ଏକ୍ସରେ ଜଣାଇଛନ୍ତି। 
ଅନ୍ୟପଟେ ଗତ ମାର୍ଚ୍ଚରେ ଜେନିଭାରେ ଆଇପିୟୁ ଆସେମ୍ବ୍‌ଲିରେ ଭାଗ ନେଇଥିଲେ। ଏସିଆ ପାସିଫିକ୍ ଗ୍ରୁପ୍ ସାଂସଦକୁ ନେଇ ଆଇପିୟୁ-ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ଗଠିତ ହୋଇଛି। ସେ ବାଚସ୍ପତି ଓମ୍‌ ବିର୍ଲାଙ୍କ ଜରିଆରେ ଏହି ସୂଚନା ପାଇଥିବା ତାଙ୍କ ଏକ୍ସ ଆକାଉଣ୍ଟରେ ଜଣାଇଛନ୍ତି।

10- ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ତିନି ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। 

Also Read- Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ