Top 10 News Today: ବିଜେପିରେ ସାମିଲ ହେଲେ ରାଜ୍ୟର ୩ ହେବିୱେଟ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ବିଜେପିରେ ସାମିଲ ହେଲେ ରାଜ୍ୟର ୩ ହେବିୱେଟ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top News Headlines from 28th March 2024: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରାଜ୍ୟର ୩ ହେବିୱେଟ୍। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Afternoon Bulletin Top News Headlines

Afternoon Bulletin Top News Headlines: H1. Odisha Election 2024: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ପୂର୍ବତନ ବିଜୁ ଜନତା ଦଳର ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଆଜି ବିଜେପିରେ ଯୋଗ ଦେଇଛନ୍ତି। ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ସେମାନେ ଦଳରେ ଯୋଗ ଦେଇଛନ୍ତି। ସେମାନଙ୍କୁ ବିଜେପି ବାକିଥିବା ତିନି  ଲୋକସଭା ଆସନ ଲାଗି ଟିକଟ ଦେଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

H2. Arvind Kejriwal ED Custody: ମଦ ଦୁର୍ନିତୀ ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରିମାଣ୍ଡରେ ରହିବାକୁ ପଡ଼ିବ। ରାଉସ୍ ଆଭେନ୍ୟୁ କୋର୍ଟ ପୁଣି ଥରେ ତାଙ୍କ ରିମାଣ୍ଡରେ ବୃଦ୍ଧି କରିଛନ୍ତି। କେଜ୍ରିୱାଲଙ୍କ ହେପାଜତକୁ ସାତ ଦିନ ବୃଦ୍ଧି କରିବାକୁ ଇଡି ଦାବି କରିଥିଲା। କିନ୍ତୁ କୋର୍ଟ ଦିଲ୍ଲୀ ସିଏମଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ୪ ଦିନ ପାଇଁ ରିମାଣ୍ଡ ଦେଇଛନ୍ତି।

H3. Odisha News: ରାଜ୍ୟର ସମସ୍ତ ଜିଲ୍ଲା ଓ ଅଧସ୍ଥନ ଅଦାଲତଗୁଡ଼ିକ ଆସନ୍ତା ୮ ତାରିଖରୁ ସକାଳୁଆ ହେବ। ଏଥିନେଇ ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‍ ସମସ୍ତ ଜିଲ୍ଲା ଓ ସେସନ୍ସ କୋର୍ଟଙ୍କୁ ନୋଟିସ୍‍ ଜାରି କରିଛନ୍ତି। ନୂଆ ସମୟକ୍ରମେ ସକାଳ ୭ଟାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ଣ ୧ଟାରେ କୋର୍ଟ ବନ୍ଦ ହେବ। ଏ ଭିତରେ ଅଧ ଘଣ୍ଟାର ରିସେସ୍ ରହିବ। ଏହି ରିସେସ୍‍ ନିର୍ଘଣ୍ଟ ସକାଳ ୧୦ରୁ ସଢ଼େ ୧୦ଟା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ସାଢ଼େ ସାତଟାରୁ ସାଢ଼େ ୧୨ଟା ଯାଏ ବିଚାର କରିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। 

H4. Rajnath Singh on Agniveer scheme: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଅଗ୍ନିବିର ଯୋଜନାରେ ତାଙ୍କ ସରକାର ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ। ଏକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅଗ୍ନିବିର ବାହିନୀର ସୁରକ୍ଷିତ ଭବିଷ୍ୟତ ସରକାର ନିଶ୍ଚିତ କରିଛନ୍ତି।

H5. Lok Sabha elections 2024: ଦେଶର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ମଧ୍ୟ କଂଗ୍ରେସ ଛାଡିଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ପୁଅ ତଥା ଶିଳ୍ପପତି ନବୀନ ଜିନ୍ଦଲ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ୮୪ ବର୍ଷୀୟ ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆ ପୋଷ୍ଟରେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।
 
H6. Jajpur News: ଗୁରୁବାର ଦିନ ଯାଜପୁର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଯାଜପୁର ଜିଲ୍ଲାର ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ଯାଜପୁର ରୋଡ଼ରେ ଥିବା ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ଗତ ୨୪ ତାରିଖରେ ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ଭଦ୍ର ଦମ୍ପତିଙ୍କ ଘରେ ଚଢ଼ାଉ କରିଥିଲେ। କିନ୍ତୁ ସେତେବେଳେ ସେମାନେ ଫେରାର ଥିଲେ।

H7. Odisha BJP MLA Candidates: ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି। ଦିନେ ଦୁଇ ଦିନରେ ତାଲିକା ଆସିପାରେ କହିଲେ ବିଜେପି ନେତା ପୃଥୀରାଜ ହରିଚନ୍ଦନ। ଏନେଇ ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ଶେଷ ହୋଇଛି କେବଳ ସିଇସି ମୋହର ବାକି ଅଛି। 

H8. Sambalpur News: ହୀରାକୁଦରେ ଝାଡ଼ାବାନ୍ତିରେ ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଝାଡ଼ାବାନ୍ତି ପ୍ରଥମେ କାଲୁପଡ଼ା ନିବାସୀ ଟିକେଶ୍ବର ନାୟକଙ୍କ ଜୀବନ ନେଇଥିଲା। ଏହା ପରେ ଆଉ ଜଣେ ଆକ୍ରାନ୍ତ ଭେଜରାପାଲିର ଯୁଧିଷ୍ଠିର ଧରୁଆ ପ୍ରାଣ ହରାଇଥିଲେ। ଆଜି ପୁଣି ସହରର ନୂଆବଜାର ମେହେନ୍ତରପଡ଼ା ଅଞ୍ଚଳର ଯମୁନା ବେହେରା(୬୦)ଙ୍କ ମୃତ୍ୟୁ ଘଟିଛି। ‌

H9. Balangir News: ହୋଲିରେ କେମିକାଲ ମିଶ୍ରିତ ରଙ୍ଗ ଖେଳି ୨୦ ଗୁରୁତର । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୬ ତାରିଖରେ କଣ୍ଟାବାଞ୍ଜି ସହରର ଅଶୋକନଗର ଓ ଆନନ୍ଦ ନଗରର ୨୦ ଜଣ ଯୁବକଙ୍କୁ କିଛି ଲୋକ କେମିକାଲ ମିଶ୍ରିତ ରଙ୍ଗ ଲଗାଇ ଥିଲେ। ଏହାର ପ୍ରଭାବ ଗତକାଲି ସଂଧ୍ୟାରେ ଦେଖିବାକୁ ମିଳିଥିଲା। ଶରୀରରେ କ୍ଷତ ଦାଗ ସୃଷ୍ଟି ହେବା ପରେ ରାତିରେ ସମସ୍ତଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

H10. IPL2024, Rajasthan Royals vs Delhi Capitals: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଓ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ମ୍ୟାଚ୍ ହେବ। ଜୟପୁରର ସାୱାଇ ମ୍ୟାନ୍ ସିଂ ଷ୍ଟାଡିୟମରେ ଉଭୟ ଦଳ ମୁକାବିଲା କରିବେ। ସୂଚନାଯୋଗ୍ୟ ଯେ ଏହି ସିଜିନର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ରାଜଧାନୀକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଋଷଭ ପନ୍ତଙ୍କ ଦଳ ମୋହାଲିରେ ପଞ୍ଜାବ କିଙ୍ଗସ ଦ୍ୱାରା ପରାସ୍ତ ହୋଇଥିଲା।