Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 19th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Afternoon Bulletin Top News Headlines from 19th January 2024
Top 10 News headlines in Odia | 19th Jan | Afternoon: 1. ଫେବୃୟାରୀ ୫ରୁ ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହେବ। ଏହା ୧୩ ତାରିଖ ଯାଏ ଚାଲିବ। ଏଥିରେ ୭ଟି କାର୍ଯ୍ୟ ଦିବସ ରହିଛି। ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣଲାଗି ତାରିଖ ସ୍ଥିର ହୋଇଥିବାବେଳେ ୮ ତାରିଖ ଦିନ ବଜେଟ ଉପସ୍ଥାପନ ହେବ। ଏହା ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ହେବ। ନିର୍ବାଚନ ବର୍ଷ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍‍ ନୂଆ ସରକାର ଆସିବା ପରେ ଉପସ୍ଥାପନ କରାଯିବ। 
 
2. ରାଜ୍ୟରେ ଜଣେ ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି। ତାଙ୍କ ବ୍ୟବସାୟିକ କାର୍ଯ୍ୟକଳାବ ଏବଂ ସମ୍ପର୍କୀୟଙ୍କ ଘରେ ମଧ୍ୟ  ଆୟକର ବିଭାଗର କ୍ଷମତାପନ୍ନ ଅଧିକାରୀମାନେ ଚଢ଼ଉ କରିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ଏହି ଚଢ଼ଉ ଜାରି ରହିଛି। ସୁନ୍ଦରଗଡ଼, ରାଉରକେଲା, ବରପାଲି ବରଗଡ଼, ଏବଂ ଛତିଶଗଡ଼ର ରାୟପୁର, ରାୟଗଡ଼, ବିଳାସପୁରରେ ଏକ ସଙ୍ଗେ ଚଢ଼ଉ ଜାରି ରହିଛି। ପ୍ରାୟ ୧୦୦ ଆୟକର ଅଧିକାରୀ ଏହି କାର୍ଯ୍ୟରେ ଲିପ୍ତ ଥିବା ସୂଚନା ମିଳିଛି। ଆୟକର ବିଭାଗ ପକ୍ଷରୁ ଏ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ।
 
3. ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ  ଏଏସ୍‍ଓ  ପରୀକ୍ଷା ଓ ଫଳ ପ୍ରକାଶନ ମାମଲା ଏବେ ସୁପ୍ରିମ୍‍ କୋର୍ଟରେ ପହଞ୍ଚିଛି। ପୂର୍ବରୁ ଏଥିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗକୁ ହାଇକୋର୍ଟ ବିଚାର କରି ଆୟୋଗଙ୍କ କ୍ଷମତା ପରିସର ନିଷ୍ପତ୍ତି ବୋଲି ଅଭିହିତ କରିଥିଲେ। ଏବେ ସୁପ୍ରିମ୍‍କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ଏହି ମାମଲା। 
 
4. ଅର୍ପଣ ଚାଉଳରେ ମହାପ୍ରସାଦ ତିଆରି ହେବ। ସରକାରଙ୍କଠାରୁ  ଚାଉଳ, ଗୁଆ ଓ ନଡ଼ିଆ ନିଯୁଗ ଗ୍ରହଣ କରିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୁଗର ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ସ୍ପଷ୍ଟ କରିଛନ୍ତି। ଚାଉଳରେ ଖେଚୁଡ଼ି ପ୍ରସ୍ତୁତ ହେବା ସହ ମହାପ୍ରଭୁଙ୍କ ଅନ୍ୟ ନୀତିରେ ଲାଗି। ଗୁଆ ବିଡ଼ଆ ପାନରେ ବ୍ୟବହାର କରାଯିବ ବୋଲି ନିଯୁଗ କହିଛି।  
 
5. ଅଯୋଧ୍ୟା ଶ୍ରୀ ରାମଲାଲା ମନ୍ଦିରର ଗର୍ଭ ଗୃହରେ ଆସନ୍ତା କାଲି ଶ୍ରୀରାମଲାଲାଙ୍କ ମୁଖ ଦର୍ଶନ ହେବ। ନୀତି ଅନୁସାରେ ଆସନ୍ତା କାଲି ମୁହଁ ଖୋଲାଯିବ ବୋଲି ସୂଚନା ମିଳିଛି। ଗତକାଲି ଗର୍ଭଗୃହରେ ବିଜେ କରିଥିବା ଶ୍ରୀ ରାମଲାଲାଙ୍କ ମୁହଁ ବନ୍ଧା ଯାଇଥିବା ଫଟୋ ଭାଇରାଲ୍‍ ହୋଇଛି। 
 
6. ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆତଙ୍କୀ ଆକ୍ରମଣ ଧମକ ଦେଇଛି ଖଲିସ୍ତାନ ଆତଙ୍କବାଦୀ ପନ୍ନୁ। ଗତକାଲି ୩ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଛି। ସେମାନେ କାନାଡ଼ା ଭିତ୍ତିକ ଆତଙ୍କୀ  ସଂଗଠନ ‘ଅର୍ସ ଦଲା’ ଗୋଷ୍ଠୀର ବୋଲି ପୁଲିସ କହିଛି। ଏହାର କିଛି ସମୟ ପରେ ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତ ସିଂ ପନ୍ନୁ ଏକ ୩୯ ସେକେଣ୍ଡର ଅଡିଓ ରେକର୍ଡ ପ୍ରକାଶ କରିଛି। ଯେଉଁଥିରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଛନ୍ତି। 
 
7. ତୃଣମୂଳ ସାଂସଦ ମହୂଆ ମୋଇତ୍ର ନୂଆଦିଲ୍ଲୀସ୍ଥିତ ନିଜର ସରକାରୀ ଘର ଛାଡ଼ିଛନ୍ତି। ଦିଲ୍ଲୀ ଇଷ୍ଟେଟ୍‍ ନିର୍ଦ୍ଦେଶାଳୟର ବାରମ୍ବାର ନୋଟିସ ପରା ମହୂଆ ଏହି ନିଷ୍ପତ୍ତି ନେଇଥିଲେ। ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲେ ମହୂଆ। ଗତ ଲୋକସଭା ଅଧିବେଶରେ ମହୁଆଙ୍କୁ ସଭ୍ୟ ପଦରୁ ବହିଷ୍କାର କରାଯାଇଥିଲା। 
 
8. ଏୟାର ଇଣ୍ଡିଆ ବିମାନରେ ପ୍ରାଇଭେଟ୍‍ କ୍ୟାବିନ ରହିବ। ଏଥିଲାଗି ନୂଆ ଏ ୩୫୦ ବିମାନକୁ ଏୟାର ଇଣ୍ଡିଆ ୨୨ ତାରିଖରୁ ଆରମ୍ଭ କରିବାକୁ ଯୋଜନା ରଖିଛି। ଏହି ନୂଆ ବିମାନଗୁଡ଼ିକୁ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଉଦ୍‍ଘାଟନ କରିଛନ୍ତି। ଏହା ତିନୋଟି ଶ୍ରେଣୀରେ ୩୧୬ ଜଣ ଯାତ୍ରୀଙ୍କୁ ଏକ ସଙ୍ଗେ ପରିବହନ କରିବ। ପ୍ରାଇଭେଟ୍‍ କ୍ୟାବିନରେ ସ୍ଲାଇଡିଂ କବାଟ ସାଙ୍ଗକୁ ରାସ୍ତା ବି ରହିବ। 
 
9. ଜାନୁୟାରୀ ୨୬ ଯାଏ ଦିଲ୍ଲୀ ବିମାନବନ୍ଦରରେ କଟକଣା ଜାରି କରାଯାଇଛି। ଏହି କଟକଣେ ଅନୁସାରେ ସକାଳ ୧୦ଟା ୨୦ ମିନିଟ ସମୟରୁ ଦିନ ୧୨ଟା ୪୫ ଯାଏ ବିମାନ ଚଳାଚଳ ଉପରେ କଟକଣା ରହିବ। ଏହାଦ୍ୱାରା ସମସ୍ତ ପ୍ରକାର ବିମାନ ଉଡ଼ାଣ ଓ ଅବତରଣ ବାଧାପ୍ରାପ୍ତ ହେବ। 
 
10. ବିଲ୍‍କିସ ବାନୋ ମାମଲାରେ ଅଭିଯୁକ୍ତଙ୍କୁ ରବିବାର ସୁଦ୍ଧା ହାଜର ହେବାକୁ ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମୁଦାୟ ୧୧ ଜଣ ଅଭିଯୁକ୍ତ ଏହି ମାମଲାରେ ରହିଛନ୍ତି। ସେମାନେ ଆତ୍ମସମର୍ପଣ ପାଇଁ ଅଧିକ ଦିନ ମାଗିଥିଲେ ଯାହାକୁ କୋର୍ଟ ଆଜି ଅଗ୍ରାହ୍ୟ କରିଛନ୍ତି।