afternoon bulletin Top 10 News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର
Trending Photos
Top 10 News Headlines:
1.Fake Vigilance SP Arrested: ଭୁବନେଶ୍ୱର-କଟକ ପୁଲିସ କମିଶନର ଜଣେ ନକଲି ଭିଜିଲାନ୍ସ ଏସ୍ପିଙ୍କୁ ଗିରଫ କରିଛନ୍ତି। ତାଙ୍କ ନାଁ ହେଲା ମନୋଜ କୁମାର ମାଝି। ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ବାସୀନ୍ଦା ମନୋଜଙ୍କ ନାଁରେ ପୂର୍ବରୁ ୫ଟି ଠକେଇ ମାମଲା ରହିଛି। ରାୟଗଡ଼ାର ଜଣେ ଠିକାଦାରଙ୍କୁ କାମ ଦେବାକୁ କହି ସେ ତାଙ୍କଠୁ ୭ ଲକ୍ଷ ୬୦ ହଜାର ଟଙ୍କା ଲୁଟିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି କମିଶନରେଟ୍ ପୁଲିସ ପକ୍ଷରୁ ତାଙ୍କ ଘରେ ଚଢ଼ଉ କରାଯାଇଥିଲା। ତାଙ୍କ ପାଖରୁ ୨ ଲକ୍ଷ ୬୦ ହଜାର ଟଙ୍କା ଓ ୬ ବ୍ୟାଙ୍କର ଏଟିଏମ୍ କାର୍ତଡ ଜବତ କରାଯାଇଛି। ସେ ଉଦଳାର ଏକ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।
2.Pandian Reviews Srimandir Project work: ଶ୍ରୀମନ୍ଦିର ପ୍ରକଳ୍ପ ଉଦ୍ଘଟନୀ ଉତ୍ସବର ଆଜି ତୃତୀୟ ଦିନ। ଆଜି ଧ୍ୱଜା ଓ ତୋରଣ ସ୍ଥାପନ ନୀତି ଅନୁଷ୍ଠିତ ହେବ। ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଉଦ୍ଘାଟନୀ ଉତ୍ସବର ସମୀକ୍ଷା କରିବା ସହ ପ୍ରକଳ୍ପ ଲାଗି ହୋଇଥିବା ଭିତ୍ତିଭୂମିର ଉଚିତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି।
3.Pandit of Kashi Justifies Date of Ram Mandir Pranpratishtha: ୨୨ ଜାନୁୟାରୀକୁ ଠିକ ଦିନ ବୋଲି କହିଛନ୍ତି କାଶୀର ବିଦ୍ୱାନ୍। ଶାସ୍ତ୍ର ଅନୁସାରେ ଏହାକୁ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଉଚିତ ଦିବସ ବୋଲି କହିବା ସହ ୨୬ଟି ଯୁକ୍ତି ଉପସ୍ଥାପନ କରିଛନ୍ତି। ଏହାଦ୍ୱାରା ବିରୋଧୀ ଉଠାଇଥିବା ପ୍ରଶ୍ନର ଜବାବ ମିଳିଛି। ବିରୋଧୀ କଂଗ୍ରେସ ପକ୍ଷରୁ ମନ୍ଦିର କାର୍ଯ୍ୟ ସମାପନ କରା ନଯାଇ ପ୍ରାଣ ପ୍ରତିଷ୍ଠାକୁ କେନ୍ଦ୍ରକରି ପ୍ରଶ୍ନ ଉଠାଯାଇଥିଲା। ଜବାବରେ ପଣ୍ଡିତ କହିଛନ୍ତି ପ୍ରାଣ ପ୍ରତିଷ୍ଠା ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ନ ହୋଇ ମଧ୍ୟ ହୋଇପାରେ। କଳସ ପ୍ରତିଷ୍ଠା ପାାଇଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଆବଶ୍ୟକ।
4.Rahul Gandhi reaches Manipur: ମଣିପୁରରୁ ଆଜିଠୁ ଆରମ୍ଭ ହେବ ଭାରତ ଯୋଡ଼ୋଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଭାବେ ନାମିତ କରାଯାଇଛି। ରାହୁଲ ଗାନ୍ଧିଙ୍କ ନତୃତ୍ୱରେ ଆଜି ଏହି ଯାତ୍ରାର ଶୁଭାରମ୍ଭ ହେବ। ମଣିପୁରଠାରୁ ପତାକା ଦେଖାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହାର ଉଦ୍ଘାଟନ କରିବେ। ୧୫ଟି ରାଜ୍ୟରେ ଏହି ଯାତ୍ରା ଚାଲିବ। ଓଡ଼ିଶାର ୪ ଜିଲ୍ଲାକୁ ପହଞ୍ଚିବେ କଂଗ୍ରେସଦ ସଦସ୍ୟ। ଏଥିଲାଗି ରାହୁଲ ଗାନ୍ଧି ଇମ୍ଫାଲ୍ ପହଞ୍ଚିଛନ୍ତି। କୁହୁଡ଼ି ଯୋଗୁ ସେ ବିଳମ୍ବରେ ପହଞ୍ଚିଥିଲେ।
5.Delhi School to Open tomorrow: ରାଜଧାନୀ ଦିଲ୍ଲୀରେ ଶୀତ ଛୁଟି ଶେଷ ହୋଇଛି। ଆସନ୍ତା କାଲିଠାରୁ ସ୍କୁଲ୍ ଖୋଲିବ। କିନ୍ତୁ କୌଣସି ସ୍କୁଲ୍ ସକାଳ ୯ଟା ପୂର୍ବରୁ ଖୋଲିବ ନାହିଁ। କୁହୁଡ଼ିକୁ ଆଖିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
6.Ban on Non residential Constructions: ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଯାଇ ଦିଲ୍ଲୀ ସରକାର ସମସ୍ତ ଅଣ ଆବାସିକ ନିର୍ମାଣ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏହା ସହ ବିଏସ୍-୩ ପେଟ୍ରୋଲ ଏବଂ ବିଏସ୍ -୪ ଡିଜେଲ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଦିଲ୍ଲୀର ପ୍ରଦୂଷଣ ସ୍ତର ସକାଳ ୧୦ଟାରେ ୪୫୮ ରେକର୍ଡ କରାଯାଇଛି।
7.Budget Session Agenda: ୧ ତାରିଖରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବେ। ଆୟକର, ମହିଳା, ସ୍ୱାସ୍ଥ୍ୟ କଲ୍ୟାଣ ବର୍ଗରେ ସରକାର ନୂଆ ନିଷ୍ପତ୍ତି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ଭିତରେ ୮ ଦିନିଆ ବଜେଟ୍ ଅଧିବେଶନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି ଲୋକସଭା।
8.Primary teachers to Protest: ୨୯ ତାରିଖରୁ ବିଭିନ୍ନ ଦଦାବି ନେଇ ପ୍ରଧମିକ ଶିକ୍ଷକ ସଂଘ ପକ୍ଷରୁ ଅନଶନ ଡାକରା ଦିଆଯାଇଛି। ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି, ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ।
9.Makar and Tusu Festival: ଆଜିଠାରୁ ମକର ପର୍ବ ଆରମ୍ଭ ହୋଇଛି। ସମୁଦାୟ ମୟୁରଭଞ୍ଜ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମକର ମେଳା ଅନୁଷ୍ଠିତ ହେଉଛି। ଆସନ୍ତା କାଲି ମକରପର୍ବ ଥିବାରୁ ଆଜି ବାଉଣ୍ଡି ଅନୁଷ୍ଠିତ ହେବ। ଏହିଦିନ ଜଳାଶୟ କଡ଼ରେ ଶ୍ରଦ୍ଧାଳୁ ଅସ୍ଥାୟୀ ଗୃହ କରି ରହିଥାଆନ୍ତି। ଆସନ୍ତା କାଲି ପାହାନ୍ତାରେ ମକର ବୁଡ଼ ଅନୁଷ୍ଠିତ ହେବ। ବର୍ଷଯାକର ପାପ କ୍ଷୟ କରି ନୂଆ ସମ୍ପର୍କ ଆରମ୍ଭର ଏହା ଏକ ମହାନ ପର୍ବ ଭାବେ ପରିଚିତ।
10.Bhitarkanika Opens for Tourist: ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ। ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ଏହା ୫ ତାରିଖରୁ ୧୩ ତାରିଖ ଯାଏ ବନ୍ଦ ରହିଥିଲା। ସଦ୍ୟ ଗଣନା ଅନୁସାରେ ଭିତରକନିକାରେ ୧୮ କୁମ୍ଭୀର ବଢ଼ି ସମୁଦାୟ ସଂଖ୍ୟା ୧୮୧୧ ହୋଇଛି।
Also Read- UP School Closed: କୁହୁଡି ଏବଂ ଶୀତ ପାଇଁ ଜାନୁଆରୀ ୨୦ ଯାଏଁ ବନ୍ଦ ରହିବ ସ୍କୁଲ, ପଢ଼ନ୍ତୁ ପୂରା ଖବର...
Also Read- Alia Bhatt: ୱିଣ୍ଟର ଫ୍ୟାସନ୍ ଗୋଲ୍ସ ସେଟ୍ କଲେ ଆଲିଆ ଭଟ୍ଟ, ଚର୍ଚ୍ଚାରେ ଅଭିନେତ୍ରୀଙ୍କ ଲୁକ୍