Top 10 News Today: ପଞ୍ଚଭୂତରେ ବିଲିନ ହେବେ ରତନ ଟାଟା, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2467412

Top 10 News Today: ପଞ୍ଚଭୂତରେ ବିଲିନ ହେବେ ରତନ ଟାଟା, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ପଞ୍ଚଭୂତରେ ବିଲିନ ହେବେ ରତନ ଟାଟା, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

Top 10 News Today

Headlines 01- ଭାରତରେ ଉଦାର ଅର୍ଥନୀତିକ ବ୍ୟବସ୍ଥାର ଅନ୍ୟତମ ପୁରୋଧା, ବିଶିଷ୍ଟ ଶିଳ୍ପପତି, ସମାଜ ସେବୀ ତଥା ଟାଟା ସନ୍‍ସର ଏମିରିଟସ୍‍ ଅଧ୍ୟକ୍ଷ ରତନ ନାଭାଲ ଟାଟାଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଗତ ରାତିରେ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍‍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅବସାନରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ଶିଳ୍ପ ଓ ଅର୍ଥନୀତିକ ତାଙ୍କର ପ୍ରାଥମିକ ଦାୟିତ୍ୱ ଥିଲେ ମଧ୍‍ୟ ଦେଶର ଜଣେ ନାଗରିକ ଭାବେ ସେ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି ବ୍ୟକସ୍ଥା ଲାଗି ଅନେକ ତତ୍ପର ଥିଲେ। ଯୁବାବର୍ଗଙ୍କୁ ଆର୍ଥିକ ସଶକ୍ତ କରିବା ତାଙ୍କ ଭିତରେ ଥିବା ସୃଜନଶୀଳ ବୁଦ୍ଧିମତ୍ତାକୁ ସାମ୍ନାକୁ ଆଣିବା ଲାଗି ସେ ସହାୟତା ପ୍ରଦାନ କରୁଥିଲେ। ୧୯୯୧ ମସିହାରେ ସେ ଟାଟା ସନ୍ସର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। 

Headlines 02-  ରତନ ଟାଟାଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ମୁମ୍ବାଇ NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶେଷ ଦର୍ଶନ ସହ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶାହ । ଏଥିସହ ଟାଟା ଗ୍ରୁପର ବରିଷ୍ଠ କାର୍ଯ୍ୟକ୍ରତାମାନେ ମଧ୍ୟ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Headlines 03-  ରତନ ଟାଟାଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ତଥା ତାଙ୍କ ଶେଷ ଦର୍ଶନ ଲାଗି ଉନ୍ମୁକ୍ତ କରାଯାଇଛି । ନ୍ୟାସନାଲ୍‍ ସେଣ୍ଟର ଅଫ ପବ୍ଲିକ୍‍ ଆର୍ଟସ୍‍ର ଲନ୍‍ରେ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦର୍ଶନାର୍ଥୀଙ୍କ ଲାଗି ତିନି ନମ୍ବର ଗେଟରେ ପ୍ରବେଶ ଉନ୍ମୁକ୍ତ ରହିବ। ୨ ନମ୍ବର ଗେଟ୍‍ ଦେଇ ସେମାନେ ପ୍ରସ୍ଥାନ କରିବେ। ଅପରାହ୍ଣ ୪ଟା ଯାଏ ଏହି ଦର୍ଶନ ଖୋଲା ରହିବ। ଏହାପରେ ମର ଶରୀରକୁ ଓ୍ୱର୍ଲି ସ୍ମଶାନ ନିଆଯିବ। ସେଠାରେ ଶେଷ ପ୍ରାର୍ଥନା ସହ ଶରୀରକୁ ବିଦାୟ ଦିଆଯିବ। ଥାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଦିଆଯିବ ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଘୋଷଣା କରିଛନ୍ତି। 

Headlines 04- ପୁଣି ଜୋର ଧରିଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି । ରାଜଧାନୀରେ ହଲ୍ଲାବୋଲ୍ ପରେ ଆଜି କଟକରେ ପ୍ରତିବାଦ ଦେଖିବାକୁ ମିଳିଛି । OSSSCରେ ବ୍ୟାପକ ତ୍ରୁଟି ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ। କାଠଯୋଡ଼ି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଛନ୍ତି ଆଶାୟୀ । ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରାଯାଇଛି ।

Headlines 05- ଭିଜିଲାନ୍ସ ଜାଲରେ କଟକ SCB ମେଡିକାଲ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ତାଙ୍କୁ ଆଜି ରେଡହ୍ୟଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍ । ଗରିବ ବାପାର ଚିକିତ୍ସା ପାଇଁ ପୁଅ ଠାରୁ ୨ ହଜାର ଲାଞ୍ଚ ନେଉଥିବା ସମୟରେ ସେ ଧରାପଡ଼ିଛନ୍ତି । ମାଗଣା ମେଡିସିନ ପାଇଁ ଲାଞ୍ଚ ନେଉଥିଲେ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ।

Headlines 06- ଯାଜପୁର ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀଙ୍କ ଅନୁପସ୍ଥିତି ପ୍ରସଙ୍ଗରେ ବିଭିନ୍ନ ଚର୍ଚ୍ଚା, ଆଲୋଚନା ହେବା ପରେ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଅମର ଶତପଥୀ । ରାଜନୈତିକ କାର୍ଯ୍ୟକ୍ରମରୁ କିଛି ଦିନ ହେଲା ନିଜକୁ ନିବୃତ ରଖିଛି ବୋଲି କହିଛନ୍ତି ଅମର ।  ଦଳ ଅଣଦେଖା କରୁଛି କି ? ସାମ୍ୱାଦିକଙ୍କ ପ୍ରଶ୍ୱରେ ପ୍ରଶ୍ନରେ ଅମର କହିଥିଲେ ଯେ, ସେକଥା ଦଳ କହିପାରିବ । 

Headlines 07- ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର । ଗତ ଚାରି ତାରିଖରେ ଏକ ମାମଲାକୁ ନେଇ ପୋଲିସ କନେଷ୍ଟବଳ ସରୋଜ ଭୋଇ ଝରାପାଲି ଅଞ୍ଚଳରେ ବୁଝାସୁଝା କରୁଥିବା ସମୟରେ କମଳୁ ପ୍ରଧାନ ନାମକ ଯୁବକ ଏକ ଚାପଡ଼ରେ କନେଷ୍ଟବଳଙ୍କୁ ହାଣିଥିଲା । ଫଳରେ ସରୋଜଙ୍କ ତିନୋଟି ଆଙ୍ଗୁଳି କଟିଯାଇଥିଲା । ସେହି ଦିନ ଠାରୁ ଅଭିଯୁକ୍ତ କମଳୁ ଫେରାର ହୋଇଯାଇଥିଲା। ଆଜି ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ, କଣ୍ଟା ପାଲି ଜଙ୍ଗଲରେ କମଳୁ ପ୍ରଧାନ ଲୁଚିଛି। ପ୍ରଥମେ ତାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା କିନ୍ତୁ ସେ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ଏନକାଉଣ୍ଟରର ଶିକାର ହୋଇଥିଲା ।

Headlines 08- ଅବକାରୀ ବିଭାଗ ପକ୍ଷରୁ ପୁଣି ଭୁବନେଶ୍ଵର ସ୍ଥିତ ସାଲିଆ ସାହିରେ ଚଢ଼ଉ କରାଯାଇଛି। ସାଲିଆସାହି ନୀଳଚକ୍ର ନଗରରେ ଅବକାରୀ ଟିମ ଚଢ଼ଉ କରି ଦେଶୀ ମଦ ଭାଟିକୁଠାବ କରିବା ସହ ଶହ ଶହ ଲିଟର ଦେଶୀ ମଦ ଜବତ ଓ ପୋଚ ନଷ୍ଟ କରିଛି। ଚଢଉ ବେଳେ ୬ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ଅନ୍ୟ ଜଣେ ଫେରାର ହୋଇଛି। ତେବେ ପୁଲିସ୍ ଘଟଣାସ୍ଥଳରେ ଚଢଉ ଜାରି ରଖିଛି।

Headlines 09- କେନ୍ଦ୍ର ପରେ ରାଜ୍ୟ ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି । ମାଗଣା ଚାଉଳ ଅବଧି ବୃଦ୍ଧି କରାଯିବ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ କହିବା ସହ, କେନ୍ଦ୍ର ୨୦୨୮ ଯାଏଁ ଚାଉଳ ଅବଧି ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ।

Headlines 10- ରାସନ କାର୍ଡ EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାଖାପାଖି ୨ କୋଟି ୩୦ ଲକ୍ଷ EKYC ସରିଲାଣି, ୧ କୋଟି ପାଖାପାଖି ଲୋକଙ୍କ EKYC ବାକି ଅଛି, ୧୫-୨୦ ଦିନରେ EKYC ସରିଯିବ  ତାପରେ ନୂଆ କାର୍ଡ ବଣ୍ଟାଯିବ ।

Also Read- Ratan Tata Death: 'ଆମ ସ୍ୱପ୍ନ ସାକାର ହୋଇପାରିଲା ନାହିଁ' ରତନଙ୍କ ମୃତ୍ୟୁ ପରେ ଜାମସେଦପୁରର ଆସିଲା ପ୍ରତିକ୍ରିୟା