Metabolism: ମେଟାବୋଲିଜିମ୍ ମନ୍ଥର ହେଲେ ଜମିବ ଚର୍ବି, ସକ୍ରିୟ ରହିବାକୁ ତୁରନ୍ତ ଖାଆନ୍ତୁ ଏହି ୫ ଖାଦ୍ୟ
Advertisement

Metabolism: ମେଟାବୋଲିଜିମ୍ ମନ୍ଥର ହେଲେ ଜମିବ ଚର୍ବି, ସକ୍ରିୟ ରହିବାକୁ ତୁରନ୍ତ ଖାଆନ୍ତୁ ଏହି ୫ ଖାଦ୍ୟ

Health Tips: ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ମେଟାବୋଲିଜିମ୍ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମେଟାବୋଲିଜିମର ସ୍ତର ଯେତେ ଭଲ ଜଣେ ବ୍ୟକ୍ତି ସେତେ ଅଧିକ ସକ୍ରିୟ ରହିବ । ଏଥି ସହିତ ଯଦି କାହାର ମେଟାବୋଲିଜିମ୍ ଦୁର୍ବଳ ହୁଏ ତେବେ ସେ ଥକ୍କା, ମୋଟାପଣ, ଉଚ୍ଚ କୋଲେଷ୍ଟ୍ରଲ ପରି ଗୁରୁତର ରୋଗର ଶିକାର ହୋଇପାରନ୍ତି ।

Photo (Social Media)

Metabolism: ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ମେଟାବୋଲିଜିମ୍ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମେଟାବୋଲିଜିମର ସ୍ତର ଯେତେ ଭଲ ଜଣେ ବ୍ୟକ୍ତି ସେତେ ଅଧିକ ସକ୍ରିୟ ରହିବ । ଏଥି ସହିତ ଯଦି କାହାର ମେଟାବୋଲିଜିମ୍ ଦୁର୍ବଳ ହୁଏ ତେବେ ସେ ଥକ୍କା, ମୋଟାପଣ, ଉଚ୍ଚ କୋଲେଷ୍ଟ୍ରଲ ପରି ଗୁରୁତର ରୋଗର ଶିକାର ହୋଇପାରନ୍ତି । ଏହି କାରଣରୁ ଆଜି ଆମେ ଆପଣଙ୍କ ପାଇଁ କିଛି ଖାଦ୍ୟର ଏକ ତାଲିକା ଆଣିଛୁ ଯାହା ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ କରିଥାଏ ।

ଏହି ଖାଦ୍ୟଗୁଡ଼ିକ ଧୀର ମେଟାବୋଲିଜିମ୍ ବୃଦ୍ଧି କରିବ

କଞ୍ଚା କଦଳୀ:

NLM ରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ ହଳଦୀ ମେଟାବୋଲିଜିମ୍ ବୃଦ୍ଧିରେ ସହାୟକ ହୁଏ । ଏଥିରେ କର୍କ୍ୟୁମିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଯୌଗିକ ଥାଏ, ଯାହା ଆମ ହୃଦପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । କଞ୍ଚା ହଳଦୀକୁ ନିୟମିତ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

ଭିଜା ବାଦାମ

ବାଦାମରୁ ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ମେଟାବୋଲିଜିମ୍ ବୃଦ୍ଧିରେ ସହାୟକ ହୋଇଥାଏ । ଏହା ଦେଖାଯାଇଛି ଯେ ନିୟମିତ ଭାବେ ଭିଜାଯାଇଥିବା ବାଦାମ ଖାଉଥିବା ଲୋକଙ୍କର ମେଟାବୋଲିଜିମ୍ ହାର ଅଧିକ ଥାଏ । ଫଳସ୍ୱରୂପ କ୍ୟାଲୋରୀ ଶୀଘ୍ର ଜଳିଯାଏ ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ ।

ଡ଼ାଲଚିନି ଚା

ମେଟାବୋଲିଜିମ୍ ବୃଦ୍ଧି କରିବାକୁ ଆପଣ ଡ଼ାଲଚିନି ଚା ସହିତ ଦିନର ଆରମ୍ଭ କରିପାରିବେ । ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ଏବଂ ଶରୀରର ମେଟାବୋଲିକ୍ ହାରକୁ ଶୀଘ୍ର ବଢ଼ାଇପାରେ । ଡ଼ାଲଚିନି ଦ୍ବାରା ଆପଣଙ୍କ ଶରୀରର ଅତିରିକ୍ତ ଚର୍ବି ମଧ୍ୟ ହ୍ରାସ ହେବ ଏବଂ କିଛି ଦିନ ମଧ୍ୟରେ ଫିଟ୍ ହୋଇପାରିବେ ।

ଟମାଟୋ ସୁପ୍

ଟମାଟୋରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିପାରେ । ଟମାଟୋ ସୁପ୍ ରେ ଥିବା 'ଲାଇକୋପିନ୍' ନାମକ ଆଣ୍ଟିଅକ୍ସିଡାଣ୍ଟ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ନାହିଁ ବରଂ ମେଟାବୋଲିଜିମ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ ।

​(Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । Zee Odisha News ଏହାକୁ ନିଶ୍ଟିତ କରେ ନାହିଁ)