ରିଲ୍ସ କରିବା ପଡିଲା ମହଙ୍ଗା, ନୀଳାଚଳ ଏକ୍ସପ୍ରେସ୍‌ ଧକ୍କାରେ ଯୁବକ ମୃତ
Advertisement
Article Detail0/zeeodisha/odisha2163304

ରିଲ୍ସ କରିବା ପଡିଲା ମହଙ୍ଗା, ନୀଳାଚଳ ଏକ୍ସପ୍ରେସ୍‌ ଧକ୍କାରେ ଯୁବକ ମୃତ

Baleswar Train Accident: ସବିରା ରେଳ ଷ୍ଟେସନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । କିଛି ଯୁବକ ରେଳ ଟ୍ରାକରେ ରିଲ୍ସ ବନେଇବା ସମୟରେ ହଠାତ୍ ମାଡିଯାଇଥିଲା ନୀଳାଚଳ ଏକ୍ସପ୍ରେସ । ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।

ରିଲ୍ସ କରିବା ପଡିଲା ମହଙ୍ଗା, ନୀଳାଚଳ ଏକ୍ସପ୍ରେସ୍‌ ଧକ୍କାରେ ଯୁବକ ମୃତ

ବାଲେଶ୍ୱର: ସବିରା ରେଳ ଷ୍ଟେସନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । କିଛି ଯୁବକ ରେଳ ଟ୍ରାକରେ ରିଲ୍ସ ବନେଇବା ସମୟରେ ହଠାତ୍ ମାଡିଯାଇଥିଲା ନୀଳାଚଳ ଏକ୍ସପ୍ରେସ । ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଆଜି ଅପରାହ୍ଣ ସମୟରେ ଭଦ୍ରକ ବାଣିତିଆ ଅଞ୍ଚଳର ଅକ୍ଷୟ ପାତ୍ର ନାମକ ଯୁବକ ନିଜ ୫ ଜଣ ସାଥୀଙ୍କ ସହ ରେଳ ଧାରଣା ନିକଟରେ ରିଲ୍ସ ବନାଉଥିଲେ । ଅକ୍ଷୟ ଟ୍ରାକରେ ଥିବା ସମୟରେ ନିଜ ସହଯୋଗୀ ରିଲ୍ସ ରେକର୍ଡ କରୁଥିଲେ । ଠିକ୍ ଏହି ସମୟରେ ଟ୍ରାକରେ ଦୃତ୍ତ ବେଗରେ ଆସି ଅକ୍ଷୟଙ୍କୁ ପଛପଟୁ ଧକ୍କା ଦେଇଥିଲା ନୀଳାଚଳ ଏକ୍ସପ୍ରେସ୍ । ଫଳରେ ରେଳଟ୍ରାକରେ ହିଁ ଟଳିପଡିଥିଲେ ଅକ୍ଷୟ । ଦୁର୍ଘଟଣା ପରେ ଅକ୍ଷୟଙ୍କ ସାଙ୍ଗମାନେ ସେଠାରୁ ତୁରନ୍ତ ଫେରାର୍ ହୋଇଯାଇଥିଲେ । ଏହା ଜଣାପଡିବା ପରେ ଆରପିଏଫ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତ ଅକ୍ଷୟ ନିଜ ପରିବାରର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ଘରେ ଏବେ ଶୋକର ଛାୟା ଖେଳିଯାଇଛି । ଏକ ଯାତ୍ରା ପାର୍ଟିରେ ନୃତ୍ୟ ପରିବେଷଣ କରି ଅକ୍ଷୟ ଜୀବୀକା ନିର୍ବାହ କରୁଥିଲେ ବୋଲି ସୂଚନା ମିଳିଛି ।

Also Read- Kedarnath Dham: ୧ ଏପ୍ରିଲରୁ ଆରମ୍ଭ ହେବ ପୁନଃନିର୍ମାଣ କାର୍ଯ୍ୟ, ରାସ୍ତାରେ ଲଗାଯିବ ସିସିଟିଭି କ୍ୟାମେରା

Also Read- Shukra Gochar 2024: ୩୧ ମାର୍ଚ୍ଚରେ ମୀନ ରାଶିରେ ଶୁକ୍ର ଚଳନ, ୩ ରାଶିକୁ ବଡ଼ ଫାଇଦା