Naveen Patnaik: ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, ରାଜ୍ୟବାସୀଙ୍କ ପାଇଁ ଦିଦି ପାଖରେ କଲେ ଏହି ଦାବି
Advertisement
Article Detail0/zeeodisha/odisha2354768

Naveen Patnaik: ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, ରାଜ୍ୟବାସୀଙ୍କ ପାଇଁ ଦିଦି ପାଖରେ କଲେ ଏହି ଦାବି

Naveen Patnaik writes to Mamata: ରାଜ୍ୟରେ ଆଳୁର ଅଭାବ ଓ ମୂଲ୍ୟ ବୃଦ୍ଧି ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଏହି ଘଟଣାରେ ହସ୍ତକ୍ଷେପ କରିବାକୁ କହିଛନ୍ତି।

 

Naveen Patnaik writes to Mamata Banerjee

Naveen Patnaik writes to Mamata Banerjee: ରାଜ୍ୟରେ ଆଳୁର ଅଭାବ ଓ ଆକାଶଛୁଆଁ ଦରକୁ ଉପରେ ଗୁରୁତର ଧ୍ୟାନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ରାଜ୍ୟରେ ଆଳୁ ଯୋଗାଣକୁ ନେଇ ହସ୍ତକ୍ଷେପ ଲୋଡିଛନ୍ତି। ପଟ୍ଟନାୟକ ନିଜ ଚିଠିରେ କହିଛନ୍ତି,
“ଆପଣ ଜାଣନ୍ତି, ଆଳୁ ଆମ ଲୋକଙ୍କ ପାଇଁ ଏକ ଜରୁରୀ ପଦାର୍ଥ। ବର୍ଷା ଯୋଗୁଁ ଓଡ଼ିଶାର ବଜାରରେ ଆଳୁ ଯୋଗାଣ ହ୍ରାସ ପାଇଛି, ଫଳସ୍ୱରୂପ ଆଳୁର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିଛି।”

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ଯେ ପଶ୍ଚିମବଙ୍ଗ-ଓଡିଶା ସୀମାରେ ଆଳୁ ଭର୍ତ୍ତି ୫୦ ରୁ ଅଧିକ ଟ୍ରକର ଲମ୍ବା ଧାଡିରେ ରାଜ୍ୟ ପ୍ରବେଶ କରିବାକୁ ଅପେକ୍ଷା କରିଛି। ପଟ୍ଟନାୟକ ଚିଠିରେ ଆଗକୁ ଲେଖିଛନ୍ତି, “ଅତୀତରେ ସମାନ ସମୟରେ ଆପଣଙ୍କ ଉତ୍ତମ କାର୍ଯ୍ୟ ଆମ ଲୋକଙ୍କ ସ୍ନେହ ଓ ଭଲପାଇବା ଲାଭ କରିଛି। ଓଡିଶା ଓ ପଶ୍ଚିମବଙ୍ଗର ଲୋକଙ୍କ ମଧ୍ୟରେ ଦୃଢ଼ ସାଂସ୍କୃତିକ ସମ୍ପର୍କ ରହିଛି ଏବଂ ଆମେ ସମସ୍ତେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଭକ୍ତ।"

fallback

ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ଚିଠିରେ କହିଛନ୍ତି, “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଏବଂ ଓଡ଼ିଶାକୁ ଆଳୁ ଯୋଗାଣ ସୁନିଶ୍ଚିତ କରନ୍ତୁ। ଓଡି଼ଶାବାସୀଙ୍କ ସ୍ୱାର୍ଥରେ ଆପଣଙ୍କ ସମର୍ଥନକୁ ଅପେକ୍ଷା କରିଛି। ” 

ରାଜ୍ୟରେ ଆଳୁର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୫୦ ଟଙ୍କା ପାର ହୋଇ ସାରିଛି, ଯେଉଁ କାରଣରୁ ସାଧାରଣ ଲୋକଙ୍କ ଥାଳିରେ ଆଳୁର ଅଭାବ ଦେଖାଦେଇଛି। ଅନ୍ୟପକ୍ଷରେ ଆଳୁ ଭର୍ତ୍ତି ଶହ ଶହ ଟ୍ରକ ଲକ୍ଷ୍ମଣନାଥ ଫାଟକରେ ଅଟକି ରହିଛି। ପରେ ମେଦିନୀପୁର ଜିଲ୍ଲାର ଅତିରିକ୍ତ ଏସପି ସୌମିକ ସେନଗୁପ୍ତ ଘଟଣାସ୍ଥଳରେ ପହଞ୍ଚି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରକଗୁଡ଼ିକୁ ପଶ୍ଚିମବଙ୍ଗକୁ ଫେରିବାକୁ କହିଥିଲେ।