BJP-BJD Alliance: କାହିଁକି ବିଜେପି-ବିଜେଡି ମେଣ୍ଟ ଗୁରୁତ୍ୱପୂର୍ଣ୍ଣ ?
Advertisement
Article Detail0/zeeodisha/odisha2144586

BJP-BJD Alliance: କାହିଁକି ବିଜେପି-ବିଜେଡି ମେଣ୍ଟ ଗୁରୁତ୍ୱପୂର୍ଣ୍ଣ ?

ଭୁବନେଶ୍ୱର: ପନ୍ଦର ବର୍ଷ ପରେ ପୁଣିଥରେ ମେଣ୍ଟ ଆଡ଼କୁ ଓଡ଼ିଶା ରାଜନୀତି ଢଳିଛି। ୨୦୦୯ ମାର୍ଚ୍ଚ ୮ ତାରିଖରେ ଛିଣ୍ଡିଥିବା ସମ୍ପର୍କର ଗଣ୍ଠି ଆଉଥରେ ବନ୍ଧା ଯିବାକୁ ନେଇ ଜାତୀୟ ଓ ରାଜ୍ୟ ଗଣମାଧ୍ୟମ ଜୋରଦାର ଚର୍ଚ୍ଚା କରୁଛନ୍ତି। ଖାଲି ସେତିକି ନୁହେଁ, ସମୀକରଣ କ’ଣ ହେବ, ଆସନ ଭାଗବଣ୍ଟା କେମିତି ହେବ ସେ ନେଇ ବି ଖବରକାଗଜ,  ସୋଶାଲ୍‍ ମିଡିଆ ଓ ଟିଭି ଚ୍ୟାନେଲରେ ଖବର ପ୍ରକାଶ ପାଉଛି। 

BJP-BJD Alliance: କାହିଁକି ବିଜେପି-ବିଜେଡି ମେଣ୍ଟ ଗୁରୁତ୍ୱପୂର୍ଣ୍ଣ ?

ଭୁବନେଶ୍ୱର: ପନ୍ଦର ବର୍ଷ ପରେ ପୁଣିଥରେ ମେଣ୍ଟ ଆଡ଼କୁ ଓଡ଼ିଶା ରାଜନୀତି ଢଳିଛି। ୨୦୦୯ ମାର୍ଚ୍ଚ ୮ ତାରିଖରେ ଛିଣ୍ଡିଥିବା ସମ୍ପର୍କର ଗଣ୍ଠି ଆଉଥରେ ବନ୍ଧା ଯିବାକୁ ନେଇ ଜାତୀୟ ଓ ରାଜ୍ୟ ଗଣମାଧ୍ୟମ ଜୋରଦାର ଚର୍ଚ୍ଚା କରୁଛନ୍ତି। ଖାଲି ସେତିକି ନୁହେଁ, ସମୀକରଣ କ’ଣ ହେବ, ଆସନ ଭାଗବଣ୍ଟା କେମିତି ହେବ ସେ ନେଇ ବି ଖବରକାଗଜ,  ସୋଶାଲ୍‍ ମିଡିଆ ଓ ଟିଭି ଚ୍ୟାନେଲରେ ଖବର ପ୍ରକାଶ ପାଉଛି। ଏହି ସୂଚନା ଅନୁସାରେ ୨୧  ଲୋକସଭା ଆସନରୁ ୧୪ ଆସନରେ ବିଜେପି ପ୍ରାର୍ଥୀ ଦେବ। ସେହିପରି ବିଧାନସଭା ଲାଗି ୧୪୭ ଆସନରୁ ୧୦୦ ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବିଜେପି ସୁଯୋଗ ସୃଷ୍ଟି କରିବ। ଏହି ମେଣ୍ଟର ଲକ୍ଷ୍ୟ ରହିବ ଦୁଇଟି। ପ୍ରଥମେ ମୋଦୀଙ୍କ ଲୋକସଭାରେ ‘୪୦୦ ପାର’ ଲକ୍ଷ୍ୟ ପୂରଣ ଏବଂ ନବୀନଙ୍କ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ।

ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ବା ବୁଝାମଣା ଦଳ ପ୍ରତିଷ୍ଠା ହେବା ଦିନଠାରୁ ରହି ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟରେ ପ୍ରବାଦ ପୁରୁଷ ଭାବେ ପରିଚିତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେତେବେଳେ ୨୬ ଡିସେମ୍ବର ୧୯୯୭ରେ ଏହି ଦଳ ପ୍ରତିଷ୍ଠା ହେଲା ସେତେବଳଠାରୁ ବିଜେପି-ବିଜେଡି ମଧ୍ୟରେ ସମ୍ପର୍କ ଗାଢ଼ ରହି ଆସିଛି। ୧୯୯୮ରେ ପ୍ରଥମେ ଲୋକସଭା ଆସନ ପାଇଁ ଏହି ଦୁଇଦଳ ଏକାଠି ଓଡ଼ିଶାରେ ପ୍ରାର୍ଥୀ ଦେଇଥିଲା। ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ କରିବା ଲାଗି ଦୁଇ ଦଳ ଆସନ ବୁଝାମଣା କରିଥିଲେ। ସେତେବେଳେ ୨୧ ଆସନରୁ ୧୨ଟିରେ ବିଜେଡି ଓ ୯ଟିରେ ବିଜେପି ଲଢ଼ିବାକୁ ସ୍ଥିର କରିଥିଲେ। ଦୁହେଁ ୪୮.୭ ପ୍ରତିଶତ ଭୋଟ ଅକ୍ତିଆର କରିଥିଲେ। ବିଜେପିକୁ ୭ଟି ଏବଂ ବିଜେଡିକୁ ୯ଟି ଆସନରେ ବିଜୟ ମିଳିଥିଲା। ବିଜେପି ଏହାଦ୍ୱାରା କେନ୍ଦ୍ରରେ ସରକାର ଗଢ଼ିଥିଲେ ମଧ୍ୟ ଅଳ୍ପଦିନ ଲାଗି। ବାଜପେୟୀ ପ୍ରଧାନମନ୍ତ୍ରୀରୁ ଇସ୍ତଫା ଦେବା ପରେ ପୁଣିଥରେ ୧୯୯୯ରେ ନିର୍ବାଚନ ହେଲା। ଏଥର ବି ଫର୍ମୁଲା ସମାନ ଥିଲା, ହେଲେ ବିଜୟ ଅଧିକ ଥିଲା। ୨୧ ଲୋକସଭା ଆସନରୁ ୧୯ଟିରେ ବିଜୟଲାଭ କରିଥିଲେ ମେଣ୍ଟ। ସେଥିରୁ ୧୦ଟିରେ ବିଜେଡି ଓ ୯ଟିରେ ବିଜେପି ଜିତିଥିଲା। ବିଜେପିର ଭୋଟ ପ୍ରତିଶତ ୧୯୯୮ ମସିହାରେ ୨୧.୨ ପ୍ରତିଶତରୁ ବଢ଼ି ୨୪.୬ ପ୍ରତିଶତରେ ପହଞ୍ଚିଥିଲା।  ସେହିପରି ବିଜେଡିର ଭୋଟି ପ୍ରତିଶତ ୨୫.୫ ପ୍ରତିଶତରୁ ୩୩ ପ୍ରତିଶତକୁ ବଢ଼ିଥିଲା।

ଏହାପରେ ୨୦୦୦ ମସିହାରେ ବିଧାନସଭା ଲାଗି ନିର୍ବାଚନ ହେଲା। କେନ୍ଦ୍ରରେ ମେଣ୍ଟ କରିଥିବା ଦୁଇଦଳ ଏକାଠି ହୋଇ ବିଧାନସଭାରେ ଲଢ଼ିଲେ। ବିଜେଡି ୮୪ ଆସନରେ ଏବଂ ବିଜେପି ୬୩ ଆସନରେ ଲଢ଼ିଲେ। ଫଳାଫଳ ବି ଭଲ ହେଲା। ବିଜେଡିକୁ ୬୮ ଏବଂ ବିଜେପିରୁ ୩୮ ଆସନ ମିଳିଲା। କଂଗ୍ରେସକୁ ମିଳିଲା ମାତ୍ର ୨୬ଟି ଆସନ। ବିଜେପି-ବିଜେଡି ଦୁଇଦଳ ମିଶିକରି ପ୍ରଥମଥର ଲାଗି ସରକାର ଗଠନ କଲେ। କଂଗ୍ରେସ ସରକାରକୁ ଗାଦିଚ୍ୟୁତ କଲେ। ପ୍ରଭାବ ଏତେ ଗଭୀର ରହିଥିଲା ଯେ ଏଯାଏ କଂଗ୍ରେସ ମେରୁଦଣ୍ଡ ସଳଖି ପାରୁ ନାହିଁ।

୨୦୦୪ ମସିହାରେ ଆରମ୍ଭ ହେଲା ଏକ ସଙ୍ଗେ ନିର୍ବାଚନ। ଉଭୟ ଲୋକସଭା ଓ ବିଧାନସଭା ଲାଗି ଦୁଇଦଳ ଏକାଠି ଲଢ଼ିଲେ। ଫର୍ମୁଲା ସମାନ ରହିଲା। ୨୧ରୁ ୯ ଆସନରେ ବିଜେପି ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବା ବେଳେ ବିଜେଡି ୧୪୭ ବିଧାନସଭା ଆସନରୁ ୮୪ରେ ଲଢ଼ିବାକୁ ପ୍ରସ୍ତୁତ ହୋଇ ପ୍ରାର୍ଥୀ ଦେଲେ। ବିଜେଡି ଏଥର ୬୧ ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୩୨ ଆସନରେ ଜିତିଥିଲେ। ଅର୍ଥାତ୍‍ ଭୋଟ ଅଂଶ ବିଜେଡି ପାଇଁ ୨୦୦୦ ମସିହାରେ ଯାହା ୨୯.୩ ପ୍ରତିଶତ ଥିଲା ତାହା ଖସି ୨୭.୪ରେ ପହଞ୍ଚିଲା। ମେଣ୍ଟର ଭୋଟ ଅଂଶ ୪୭.୬ ପ୍ରତିଶତରୁ ଖସି ୪୪.୫ରେ ପହଞ୍ଚିଲା। କଂଗ୍ରେସର ଆସନ ସଂଖ୍ୟା ୨୬ରୁ ବଢ଼ି ୩୮ ହେଲା।