ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି; ବାଘୁଣୀ ରୁପା ଜନ୍ମ ଦେଲା ୪ ଶାବକ
Advertisement
Article Detail0/zeeodisha/odisha2498050

ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି; ବାଘୁଣୀ ରୁପା ଜନ୍ମ ଦେଲା ୪ ଶାବକ

Nandankanan zoo: ରୁପା ଦ୍ବିତୀୟ ଥର ପାଇଁ ରାଜେଶ ସହିତ ମିଳନରୁ ଗତ ବର୍ଷ ଜାନୁଆରି ୬ତାରିଖରେ ମା’ ହୋଇଥିଲା। ଗତ ବର୍ଷ ସେ ଦୁଇଟି ଶାବକ (ଅମ୍ରିତା ଓ ଶିବା)ଙ୍କୁ ଜନ୍ମ ଦେଇଥିଲା। ବର୍ତ୍ତମାନ ଏହି ଦୁଇ ଶାବକ ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି। 

ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି; ବାଘୁଣୀ ରୁପା ଜନ୍ମ ଦେଲା ୪ ଶାବକ

ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଖୁସିର ଖବର। ମା' ହେଲା ବାଘୁଣୀ ରୁପା। ତୃତୀୟ ଥର ପାଇଁ ମା' ହେଲା ବାଘୁଣୀ ରୁପା। ଏହି ପ୍ରାଣୀ ଉଦ୍ୟନରେ ୪ଟି ବାଘ ଶାବକ ଜନ୍ମ ନେଇଛନ୍ତି। କ୍ରୀଷ୍ଣା ଏବଂ ରୁପା ମିଳନରେ ଜନ୍ମ ନେଲା ବାଘ ଶାବକ। କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା ନେଇ ଆଶା କରାଯାଉଛି। ସେପଟେ ଖୁଆଡୋ ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ନନ୍ଦନକାନନର ସ୍ଵତନ୍ତ୍ର ଟିମ୍ କଡ଼ା ନଜର ରଖିଛନ୍ତି। 

ବାଘୁଣୀ ରୁପା ତୃତୀୟ ଥର ପାଇଁ ମା’ ହୋଇଛି। ସେ ପ୍ରଥମ ଥର ପାଇଁ ୨୦୨୨ ମାର୍ଚ୍ଚ ୧୧ତାରିଖରେ ମା’ ହୋଇଥିଲା। ମହାବଳ ବାଘ ‘ରାଜେଶ’ ସହିତ ମିଳନରୁ ୩ ଶାବକ ଜନ୍ମ ଦେଇଥିଲା। ଏଥିରୁ ୨ଟି ଶାବକ ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା। କିନ୍ତୁ ତୃତୀୟ ଶାବକ ହିମାଂଶୀକୁ ପ୍ରାଣୀ ଅଦଳବଦଳ କ୍ରମେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଚକଲାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ ଚଳିତ ବର୍ଷ ଜୁଲାଇ ୯ ତାରିଖରେ ପଠାଯାଇଥିଲା। 

ରୁପା ଦ୍ବିତୀୟ ଥର ପାଇଁ ରାଜେଶ ସହିତ ମିଳନରୁ ଗତ ବର୍ଷ ଜାନୁଆରି ୬ତାରିଖରେ ମା’ ହୋଇଥିଲା। ଗତ ବର୍ଷ ସେ ଦୁଇଟି ଶାବକ (ଅମ୍ରିତା ଓ ଶିବା)ଙ୍କୁ ଜନ୍ମ ଦେଇଥିଲା। ବର୍ତ୍ତମାନ ଏହି ଦୁଇ ଶାବକ ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି।