Weather Update: ଫେରିଯିବ ମୌମୁମୀ, ଆଜି ହୋଇପାରେ ଏହି ସବୁ ଜିଲ୍ଲାରେ ବର୍ଷା
Advertisement
Article Detail0/zeeodisha/odisha1903893

Weather Update: ଫେରିଯିବ ମୌମୁମୀ, ଆଜି ହୋଇପାରେ ଏହି ସବୁ ଜିଲ୍ଲାରେ ବର୍ଷା

Weather Update: ରାଜ୍ୟରେ ଧିରେ ଧିରେ କମୁଛି ବର୍ଷାର (Rain) ପରିମାଣ। ଆଉ ଦିନ କେଇଟା ପରେ  ଫେରିଯିବ ମୌମୁମୀ (Monsoon)। ବର୍ତ୍ତମାନ ସାମାନ୍ୟ ଗୁଳୁଗୁଳି ବି ରାଜ୍ୟରେ ଅନୁଭୁତ ହେଉଛି। ରାଜ୍ୟରେ କିଛି ସ୍ଥାନରୁ ମୌମୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Bhubaneswar Meteorological Centre)ଅନୁମାନ କରାଯାଉଛି।  

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ରାଜ୍ୟରେ ଧିରେ ଧିରେ କମୁଛି ବର୍ଷାର (Rain) ପରିମାଣ। ଆଉ ଦିନ କେଇଟା ପରେ  ଫେରିଯିବ ମୌମୁମୀ (Monsoon)। ବର୍ତ୍ତମାନ ସାମାନ୍ୟ ଗୁଳୁଗୁଳି ବି ରାଜ୍ୟରେ ଅନୁଭୁତ ହେଉଛି। ରାଜ୍ୟରେ କିଛି ସ୍ଥାନରୁ ମୌମୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Bhubaneswar Meteorological Centre)ଅନୁମାନ କରାଯାଉଛି।  କିନ୍ତୁ ଏହାରି ଭିତରେ ଆଉ ଏକ ଚକିତ କଲା ପରି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Bhubaneswar Meteorological Centre)।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ, ସେହି ଜିଲ୍ଲା ଗୁଡି଼କ ହେଲା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ବର୍ଷା ହେବ । ସେହିପରି ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଦେବଗଡ , ସୁନ୍ଦରଗଡ, କୋରାପୁଟ୍, ରାୟଗଡା, କନ୍ଧମାଳ,ଗଜପତି ଓ ଗଞ୍ଜାମରେ ବର୍ଷା ହେବାର ସମ୍ଭାବନା ରହିଛି। 

 

Also Read: Today Horoscope: ବ୍ୟବସାୟରେ ଅଧିକ ଲାଭ ମିଳିବା ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ , ଜାଣନ୍ତୁ କେମିତି କଟିବ ଆଜିର ଦିନ?

Also Read: MP Raghav Chadha: ବିବାହର କିଛିଦିନ ପରେ ରାଘବକୁ କୋର୍ଟଙ୍କ ଝଟକା, ଖାଲି କରିବେ ସରକାରୀ ବଙ୍ଗଳା !

ସେହିପରି, ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ, ସେହି ଜିଲ୍ଲା ଗୁଡି଼କ ହେଲା, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର , ଭଦ୍ରକ,ବାଲେଶ୍ବର, କେନ୍ଦୁଝର, ମାଲକାନଗିରି, ରାୟଗଡା,କୋରାପୁଟ୍, ଗଜପତି, ଗଞ୍ଜାମ ଓ ନୟାଗଡରେ ବର୍ଷା ହେବ।   ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ।