Weather Update: ଖରାରୁ ମିଳିବ ମୁକ୍ତି, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା!
Advertisement

Weather Update: ଖରାରୁ ମିଳିବ ମୁକ୍ତି, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା!

Weather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ଟା ପରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ରାଜ୍ୟର ପ୍ରାୟ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ବା ତା’ ଠାରୁ ଅଧିକ ରହୁଛି ।

Weather Update: ଖରାରୁ ମିଳିବ ମୁକ୍ତି, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା!

Weather Update: ମାଘ ମାସ ନସରୁଣୁ ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ । ସେପଟେ ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ଟା ପରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ରାଜ୍ୟର ପ୍ରାୟ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ବା ତା’ ଠାରୁ ଅଧିକ ରହୁଛି ।

ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି । ଏନେଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ନେଇ ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଭାରତୀୟ ପାଣିପାଗ ବିଭାଗ ଓ ଆପଦକାଳୀନ କେନ୍ଦ୍ର ସହ ଯୋଗାଯୋଗ କରାଯିବ । ଗ୍ରୀଷ୍ମ ପ୍ରବାହ ପାଇଁ ଯେଭଳି ଜୀବନହାନୀ ନ ହୁଏ ସେଥିପାଇଁ ସମସ୍ତ ପଦକ୍ଷେପ ନେବାକୁ ଏସଆରସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଆଜିଠାରୁ ରାଜ୍ୟରେ ପାଗ ବଦଳିବ । ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜିଠୁ ଆସନ୍ତା ୨୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ତେବେ ୨୪ ତାରିଖରୁ ବର୍ଷାର ପରିମାଣ ଆହୁରି ବଢିବ । ଖାସ୍ କରି ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ବୁଧବାର ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୬, ଭବାନୀପାଟଣାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

Also Read- Joranda Magha Mela 2024: ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ