Heat Wave: ୩୮ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା, ଆଜି ଛୁଇଁବ ୪୦ ଡିଗ୍ରୀ..
Advertisement

Heat Wave: ୩୮ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା, ଆଜି ଛୁଇଁବ ୪୦ ଡିଗ୍ରୀ..

Heat Wave: ଟାଇଁ ଟାଇଁ ଖରା ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ । ସ୍ଥିତି ଏପରି ହେଉଛି ଯେ, ଦିନ ୧୦ଟା ପରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ତେବେ ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି ।

Heat Wave: ୩୮ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା, ଆଜି ଛୁଇଁବ ୪୦ ଡିଗ୍ରୀ..

Heat Wave: ଗତ କିଛି ଦିନ ହେବ ରାଜ୍ୟରେ ଡହ ଡ଼ହ ଖରା ସାଙ୍ଗକୁ ପ୍ରବଳ ତାତି ଅନୁଭୂତ ହେଉଛି । ଟାଇଁ ଟାଇଁ ଖରା ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ । ସ୍ଥିତି ଏପରି ହେଉଛି ଯେ, ଦିନ ୧୦ଟା ପରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ତେବେ ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି ।

ଖବର ଅନୁଯାୟୀ, ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ବଢିପାରେ । ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପଟେ ଖୋର୍ଦ୍ଧା, ଟିଟିଲାଗଡ଼, ଭବାନୀପାଟଣା, ସୋନପୁର ଓ ମାଲକାନଗିରିରେ ତାତି ୩୯ ଡିଗ୍ରୀ ଛୁଇଁପାରେ । ତେବେ ମଙ୍ଗଳବାର ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ୧୯ଟି ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ରାଜଧାନୀରେ ୩୭ ଡିଗ୍ରୀ ରହିଥିବାବେଳେ ପାରଳାଖେମୁଣ୍ତିରେ ୩୮ ଡିଗ୍ରୀ ରେର୍କଡ଼ କରାଯାଇଥିଲା । ସେହିପରି ବୌଦ୍ଧ, ଟିଟିଲାଗଡ଼ ଓ ବଲାଙ୍ଗୀରରେ ୩୮ ଡିଗ୍ରୀ ତାପମାତ୍ରା ରେର୍କଡ଼ ହୋଇଛି । ସେହିପରି ତାଳଚେରରେ ୩୭.୪ ଡିଗ୍ରୀ, ଭବାନୀପାଟଣାରେ ୩୭.୮ ୩୮ ଡିଗ୍ରୀ, ନୟାଗଡ଼ରେ ୩୭.୫ ୩୮ ଡିଗ୍ରୀ,  ଢେଙ୍କାନାଳ ଓ ମାଲକାନଗିରିରେ ୩୭ ଡିଗ୍ରୀ ରେର୍କଡ଼ ହୋଇଛି ।

ତେବେ ଖାଲି ଦିନ ତାପମାତ୍ରା ନୁହେଁ, ରାତି ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଫଳରେ ଆସନ୍ତା ଦୁଇ ଦିନ ଯାଏଁ ରାତିରେ ଆହୁରି ଗରମ ଅନୁଭୂତ ହେବ । ୧୫ ତାରିଖ ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । କାଳବୈଶାଖୀ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି ।