Weather Update: ତାତିରେ କଲବଲ ସାରା ଓଡ଼ିଶା, ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement

Weather Update: ତାତିରେ କଲବଲ ସାରା ଓଡ଼ିଶା, ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା

Weather:  ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଛି । ସେପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରୀ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିଛି ।

Weather Update: ତାତିରେ କଲବଲ ସାରା ଓଡ଼ିଶା, ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ତାତିରେ ଫୁଟୁଛି ସାରା ଓଡ଼ିଶା । ୮ ଦିନ ପରେ ପୁଣି ଉପରମୁହାଁ ହୋଇଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଛି । ସେପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରୀ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିଛି ।

ସୂଚନା ଅନୁଯାୟୀ, ସୋମବାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଖାସ୍ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ । ସେହପରି ୮ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁରରେ ସାମାନ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ପ୍ରକାଶ ଥାଉ କି, ରବିବାର ଦିନ ପାରଳାଖେମୁଣ୍ତିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ମାଲକାନଗିରିରେ ୩୬.୯, ବଲାଙ୍ଗୀରରେ ୩୬.୮, ଟିଟିଲାଗଡ଼ରେ ୩୬.୫, ସୋନପୁର ଓ ଅନୁଗୁଳରେ ୩୬.୧. ବୌଦ୍ଧରେ ୩୬ ଡିଗ୍ରୀ ରେକର୍ଡ଼ କରାଯାଇଥିଲା ।