Weather Update: ଶିମିଳିପାଳରେ ଶୂନକୁ ଖସିଲା ତାପମାତ୍ରା, ଆଜିଠୁ ବଢିବ କହୁଡ଼ି!
Advertisement
Article Detail0/zeeodisha/odisha2022768

Weather Update: ଶିମିଳିପାଳରେ ଶୂନକୁ ଖସିଲା ତାପମାତ୍ରା, ଆଜିଠୁ ବଢିବ କହୁଡ଼ି!

Weather Update: ଅସହ୍ୟ ଜାଡ଼ରେ ଥରହର ସାରା ରାଜ୍ୟ । ଆଭ୍ୟନ୍ତରୀଣଠାରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତ । ରାତି ବଢିବା ସହ ଖସୁଛି ପାରଦ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ଯରେ ଶୀତର (Winter) ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ,  ଆଗାମୀ ୨ରୁ ୩ ଦିନ ଭିତରେ ୨/୩ ଡିଗ୍ରୀ ତାପମାତ୍ରା ବଢିବ, ଯାହା ଫଳରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ୪ ଡିଗ୍ରୀ ସହ କନ୍ଧମାଳର ଜି. ଉଦୟଗିରି ସବୁଠାରୁ ଥଣ୍ତା ସହରର ହୋଇଛି । ସେହିପରି କୋରାପୁଟ ସେମିଳିଗୁଡ଼ାରେ ୫.୭ ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ, ସୁନ୍ଦରଗଡ଼ର କିରେଇରେ ୬.୬ ଡିଗ୍ରୀ ଓ  କୋରାପୁଟରେ ୭.୬ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି । ପ୍ରାୟ ୧୬ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଟ୍ବିଇନ୍ ସିଟିରେ ତାପମାତ୍ରା ୧୨ ଡିଗ୍ରୀକୁ ଖସିଛି । ଅନ୍ୟପଟେ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ କାଶ୍ମୀର ପାଲଟିଛି । ଶିମିଳିପାଳର ଉପର ବାରହା କାମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀକୁ ଖସିଥିବା ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ମିଳିଛି ।

ତେବେ ଆଗାମୀ ୨ରୁ ୩ ଦିନ ଭିତରେ କୁହୁଡ଼ି ଆହୁରି ବଢିବ । ଅର୍ଥାତ୍ ୨୪ ତାରିଖ ସକାଳ ଯାଏଁ କୁହୁଡ଼ି (fog) ନେଇ ସତର୍କ କରାଇଛି ପାଣିପାଗ ବିଭାଗ (Bhubaneswar Meteorological Department) । ଶୁକ୍ରବାର ସକାଳେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କଳାହାଣ୍ତି, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, କୋରାପୁଟ, ରାୟଗଡ଼ା, ନୟାଗଡ଼ ଓ କନ୍ଧମାଳରେ ମଧ୍ୟମ ଧରଣର କୁହୁଡ଼ି ନେଇ ସମ୍ଭାବନା ରହିଛି ।