Weather News: ୪୦ ଡିଗ୍ରୀ ଛୁଇଁଲା ୮ଟି ସହର ତାପମାତ୍ରା, ଆଗକୁ ଅସହ୍ୟ...
Advertisement
Article Detail0/zeeodisha/odisha2184531

Weather News: ୪୦ ଡିଗ୍ରୀ ଛୁଇଁଲା ୮ଟି ସହର ତାପମାତ୍ରା, ଆଗକୁ ଅସହ୍ୟ...

Weather Update: ରାଜ୍ୟରେ ଏପ୍ରେଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହୁଥିବା ବେଳେ ଚଳିତ ବର୍ଷ ୩ ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଏପ୍ରେଲରୁ ଜୁନ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହର ଅବଧି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Weather News: ୪୦ ଡିଗ୍ରୀ ଛୁଇଁଲା ୮ଟି ସହର ତାପମାତ୍ରା, ଆଗକୁ ଅସହ୍ୟ...

Weather Update: ଟାଣ ଖରାରେ ସିଝିଲାଣି ଓଡ଼ିଶାର ଅନେକ ସ୍ଥାନ । ଆଜି ରାଜ୍ୟର ପ୍ରମୁଖ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ୨୪ ଘଣ୍ଟାର ପରେ ରାଜ୍ୟରେ ତାପମାତ୍ରା ପୁଣି ବଢ଼ିଥିବାବେଳେ ଝାରସୁଗୁଡା ଏବଂ ବାରିପଦାରେ ସର୍ବାଧିକ ୪୦.୪ଡ଼ିଗ୍ରୀ ତାରମାତ୍ରା ରେକର୍ଡ କରାଯାଇଛି ।

ସେହିପରି. ବଲାଙ୍ଗୀରରେ ୪୦.୩ ଡ଼ିଗ୍ରୀ  ରେକର୍ଡ ହୋଇଥିବାବେଳେ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡରେ ୪୦ଡ଼ିଗ୍ରୀ ଛୁଇଁଛି ତାପମାତ୍ରା । ଭୁବନେଶ୍ୱର ଏବଂ କଟକରେ ପାରଦ ୩୯.୪ ଡିଗ୍ରୀ ଛୁଇଁଛି । ସମ୍ୱଲପୁରରେ ୩୮.୮, ହୀରାକୁଦରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୩୮.୩ ଡିଗ୍ରୀ ଏବଂ କେନ୍ଦୁଝରରେ ୩୮ ଡିଗ୍ରୀ ସେଲସିୟସ ରହିଥିଲା ତାପମାତ୍ରା । ଆଜି ଶ୍ରୀକ୍ଷେତ୍ର ପୁରୀରେ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ ହୋଇଛି ।

Post- 

ରାଜ୍ୟରେ ଏପ୍ରେଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହୁଥିବା ବେଳେ ଚଳିତ ବର୍ଷ ୩ ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଏପ୍ରେଲରୁ ଜୁନ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହର ଅବଧି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Also Read- Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "ସିନ୍ଦୁରା" ଏପ୍ରିଲ ୫ରେ ଶୁଭମୁକ୍ତି

Also Read- ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥରେ ଭାଲୁ ଆତଙ୍କ