Weather Update: ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ
Advertisement

Weather Update: ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ

Weather Update: ଫେବୃୟାରୀ ଆରମ୍ଭରୁ ଦାଉ ସାଜିଛି ବୈଶାଖ ତାତି। ଗତ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବଢିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଯଦିଓ ବୁଧବାର ରାଜ୍ୟରେ ଆଗ ଅପେକ୍ଷା ତାପମାତ୍ରା କମିଛି, ମାତ୍ରା ରାତ୍ରି ତାପମାତ୍ରାରେ ଅସ୍ବାଭାବିକ ଭାବେ ବୃଦ୍ଧି ହେବା କାରଣରୁ ଶୀତ ଅନୁଭୂତ ହେଉନାହିଁ ।

ସୌଜନ୍ୟ-ସୋସିଆଲ ମିଡିଆ

Weather Update: ମାଘ ମାସ ନସରୁଣୁ ଚିନ୍ତା ବଢାଇଛି ଅସହ୍ୟ ଖରା । ଫେବୃୟାରୀ ଆରମ୍ଭରୁ ଦାଉ ସାଜିଛି ବୈଶାଖ ତାତି। ଗତ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବଢିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଯଦିଓ ବୁଧବାର ରାଜ୍ୟରେ ଆଗ ଅପେକ୍ଷା ତାପମାତ୍ରା କମିଛି, ମାତ୍ରା ରାତ୍ରି ତାପମାତ୍ରାରେ ଅସ୍ବାଭାବିକ ଭାବେ ବୃଦ୍ଧି ହେବା କାରଣରୁ ଶୀତ ଅନୁଭୂତ ହେଉନାହିଁ ।

ସୂଚନାଯୋଗ୍ୟ, ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଏହାପରେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପରେ ୧୨ରୁ ୧୩ ତାରିଖ ସକାଳ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର, ଭୁବନେଶ୍ବର, ଟିଟିଲାଗଡ଼ ଓ ଭବାନୀପାଟଣାରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୬ ଡିଗ୍ରୀ ଉପରେ ରହିଛି । ବୁଧବାର ୩୧ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୩୪, ନୟାଗଡ଼ରେ ୩୩.୬, ରାୟଗଡ଼ା, ନୂଆପଡ଼ା ଓ ଟିଟିଲାଗଡ଼ରେ ୩୩, ଭବାନୀପାଟଣାରେ ୩୨.୮, ବୌଦ୍ଧରେ ୩୨.୫, ନବରଙ୍ଗପୁର ଓ ଝାରସୁଗୁଡ଼ାରେ ୩୨.୨ ଡିଗ୍ରି ରହିଥିଲା। ଗତକାଲି ରାତିରେ ୧୭ଟି ସହରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଉପରେ ଥିଲା। ପୁରୀରେ ସର୍ବାଧିକ ୨୪.୧ ଡିଗ୍ରି, ଭୁବନେଶ୍ୱର ଓ ପାରାଦୀପରେ ୨୩.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନର ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୬ ଡିଗ୍ରୀ ଅଧିକ ରହିଥିଲା।

ପ୍ରକାଶ ଥାଉ କି, ଗୁରୁବାର ଭୋର ସମୟରେ ଗଜପତି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର କୁହୁଡ଼ି ଦେଖାଦେବ । ପରବର୍ତ୍ତୀ ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।