Mahanadi River: କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ସେହି ମୁଖ୍ୟଯନ୍ତ୍ରୀଙ୍କୁ ନକ୍ସା ହସ୍ତାନ୍ତର କରାଯାଇ ସାରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ପାଇଁ ଗଭୀର ସଙ୍କଟ ଦେଖାଯାଇଥିବା ପୋଲାଭରମ୍ ଓ ମହାନଦୀର ଜଳବିବାଦ ବର୍ତ୍ତମାନ କେଉଁ ସ୍ତରରେ ରହିଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ବିନୀ ପାତ୍ର। ସମସ୍ୟାର ସମାଧାନ ପାଇଁ ସରକାର କେଉଁ ପ୍ରକାର ଧ୍ୟାନ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।
Trending Photos
ଭୁବନେଶ୍ଵର: ମହାନଦୀ ଅବବାହିକାରେ ଜଳ ଭଣ୍ଡାର ପ୍ରକଳ୍ପ ସହ ବ୍ୟାରେଜ୍ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି। ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟଙ୍କ ପ୍ରଶ୍ନ ଓ ଉତ୍ତର ବାଣରେ ଗୃହ ବେଶ ସରଗରମ ରହିଛି।
ଅନ୍ୟ କିଛି ପ୍ରକଳ୍ପ ଲାଗି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ବୈଷୟିକ ଅନୁମୋଦନ ସମ୍ବନ୍ଧୀୟ ତଥ୍ୟ ଆଦାନ ପ୍ରଦାନ ଚାଲୁ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ସେହି ମୁଖ୍ୟଯନ୍ତ୍ରୀଙ୍କୁ ନକ୍ସା ହସ୍ତାନ୍ତର କରାଯାଇ ସାରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ପାଇଁ ଗଭୀର ସଙ୍କଟ ଦେଖାଯାଇଥିବା ପୋଲାଭରମ୍ ଓ ମହାନଦୀର ଜଳବିବାଦ ବର୍ତ୍ତମାନ କେଉଁ ସ୍ତରରେ ରହିଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ବିନୀ ପାତ୍ର। ସମସ୍ୟାର ସମାଧାନ ପାଇଁ ସରକାର କେଉଁ ପ୍ରକାର ଧ୍ୟାନ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।