Vigilance Raid: ଭିଜିଲାନ୍ସ ଜାଲରେ ଗଞ୍ଜାମ ଆସିକା ଜଳସମ୍ପଦ ବିଭାଗର ୨ କର୍ମଚାରୀ
Advertisement
Article Detail0/zeeodisha/odisha2136709

Vigilance Raid: ଭିଜିଲାନ୍ସ ଜାଲରେ ଗଞ୍ଜାମ ଆସିକା ଜଳସମ୍ପଦ ବିଭାଗର ୨ କର୍ମଚାରୀ

Vigilance Raid: ଆସିକା ଜଳସମ୍ପଦ ବିଭାଗର ଦୁଇ କର୍ମଚାରୀଙ୍କ ଏବେ ଭିଜିଲାନ୍ସ ଜାଲରେ । ସେମଧ୍ୟରେ ରହିଛନ୍ତି  CAD ଡିଭିଜନ ୮ ନମ୍ୱର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଏବଂ ତାଙ୍କ ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଚଢାଉ ହୋଇଥିବା ସୂଚନା ମିଳିଛି ।

Vigilance Raid: ଭିଜିଲାନ୍ସ ଜାଲରେ ଗଞ୍ଜାମ ଆସିକା ଜଳସମ୍ପଦ ବିଭାଗର ୨ କର୍ମଚାରୀ

ଗଞ୍ଜାମ: ଆସିକା ଜଳସମ୍ପଦ ବିଭାଗର ଦୁଇ କର୍ମଚାରୀଙ୍କ ଏବେ ଭିଜିଲାନ୍ସ ଜାଲରେ । ସେମଧ୍ୟରେ ରହିଛନ୍ତି  CAD ଡିଭିଜନ ୮ ନମ୍ୱର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଏବଂ ତାଙ୍କ ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଚଢାଉ ହୋଇଥିବା ସୂଚନା ମିଳିଛି ।

ଖବର ମୁତାବକ, ଜଣେ ବ୍ୟକ୍ତି ନିଜ ଗାଡିକୁ ଜଳସମ୍ପଦ ବିଭାଗ ଅଫିସରେ ଲଗାଇଥିଲେ କିନ୍ତୁ ଉପଯୁକ୍ତ ତାଙ୍କୁ ପ୍ରାପ୍ୟ ମିଳିନଥିଲା । ଗାଡି ଭଡାର ବିଲ୍ କ୍ଲିୟର କରିବା ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ବେଣୁଧର ଅଭିଯୋଗ ଆଣିଛନ୍ତି । ବେଣୁଧର ଲାଞ୍ଚ ଟଙ୍କା ବାବଦକୁ ୨୦ ହଜାର ଟଙ୍କା କିରାଣି କୈଳାସ ଚନ୍ଦ୍ରଙ୍କୁ ଦେବା ସମୟରେ ସେଠାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ମଧ୍ୟ ଥିଲେ । ସେହି ସମୟରେ ଭିଜିଲାନ୍ସ ଉଭୟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲା । ପରେ ଉଭୟ କର୍ମଚାରୀଙ୍କ ବାସଭବନ ସମେତ ଲିଙ୍କ୍ ଥିବା ଅନ୍ୟାନ୍ୟ ଠିକଣାରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।

Also Read- ଆମେରିକାରେ ଗୁଳିମାଡ, ଭାରତୀୟ ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ

Also Read- Mangal Gochar 2024: ମାର୍ଚ୍ଚ ମାସରେ ଶନିରେ ମଙ୍ଗଳ ଚଳନ, ୩ ରାଶିକୁ ଅତ୍ୟନ୍ତ ଲାଭ...